ଜୁଲାଇ ୨୨ ପରେ ପୁଣିଥରେ ଭାରତକୁ ଫେରିବ କି ଟିକ୍‌ଟକ୍‌

ନୂଆଦିଲ୍ଲୀ: ପୁଣିଥରେ ପ୍ଲେ ଷ୍ଟୋରକୁ ଫେରିବ କି ଟିକଟକ? ଜୁଲାଇ ୨୨ ପରେ ଏହା ସ୍ପଷ୍ଟ ହୋଇଯିବ। କାରଣ ଟିକଟକୁ ଜବାବ ଦାଖଲ କରିବାକୁ ଭାରତ ସରକାର ଜୁଲାଇ ୨୨ ଯାଏ ସମୟ ଦେଇଛନ୍ତି। ଯଦି ଏହି ସମୟରେ ଟିକଟକ ତଥ୍ୟ ଚୋରି ଅଭିଯୋଗର ଉପଯୁକ୍ତ ଜବାବ ଦେଇପାରିବ, ତା’ହେଲେ ଏହା ଉପରେ ଲାଗିଥିବା ବ୍ୟାନ୍‌କୁ ଭାରତ ସରକାର ଉଠାଇବାର ସଙ୍କେତ ମିଳିଛି। କିଛି ଦିନ ତଳେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଭାରତର […]

a

Hemant Lenka
  • Published: Tuesday, 14 July 2020
  • , Updated: 14 July 2020, 03:59 PM IST

ନୂଆଦିଲ୍ଲୀ: ପୁଣିଥରେ ପ୍ଲେ ଷ୍ଟୋରକୁ ଫେରିବ କି ଟିକଟକ? ଜୁଲାଇ ୨୨ ପରେ ଏହା ସ୍ପଷ୍ଟ ହୋଇଯିବ। କାରଣ ଟିକଟକୁ ଜବାବ ଦାଖଲ କରିବାକୁ ଭାରତ ସରକାର ଜୁଲାଇ ୨୨ ଯାଏ ସମୟ ଦେଇଛନ୍ତି। ଯଦି ଏହି ସମୟରେ ଟିକଟକ ତଥ୍ୟ ଚୋରି ଅଭିଯୋଗର ଉପଯୁକ୍ତ ଜବାବ ଦେଇପାରିବ, ତା’ହେଲେ ଏହା ଉପରେ ଲାଗିଥିବା ବ୍ୟାନ୍‌କୁ ଭାରତ ସରକାର ଉଠାଇବାର ସଙ୍କେତ ମିଳିଛି।

କିଛି ଦିନ ତଳେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଭାରତର ସରକାର ଲୋକପ୍ରିୟ ଟିକଟକ ସହ ୫୯ଟି ଚାଇନିଜ ଆପ୍‌କୁ ଦେଶରେ ବ୍ୟାନ୍‌ କରିଛନ୍ତି। ବ୍ୟାନ୍‌ କରିବା ପରେ Union Ministry of Electronics and Information Technology (MEITY) ସମସ୍ତ ଆପ୍‌କୁ ୭୯ଟି ପ୍ରଶ୍ନ ସମ୍ବଳିତ ନୋଟିସ୍‌ ପଠାଇଛି।

୩ ସପ୍ତାହ ମଧ୍ୟରେ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଛି। ଯଦି କୌଣସି ଆପ୍‌ ଏହାର ଜବାବ ନ ଦେବେ, ତା’ହେଲେ ସେସବୁ ଆପକୁ ସବୁଦିନ ଭାରତରେ ବ୍ୟାନ୍‌ କରିଦିଆଯିବ ବୋଲି କୁହାଯାଇଛି। MEITY ପକ୍ଷରୁ କୁହାଯାଇଛି ଯେ ବ୍ୟାନ୍‌ ହୋଇଥିବା ଆପଗୁଡ଼ିକର ଅଭିଯୋଗ ଓ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଏକ କିମିଟି ଗଠନ କରାଯାଇଛି।

ଉକ୍ତ କମିଟି ନିକଟକୁ ଜୁଲାଇ ୨୨ ମଧ୍ୟରେ ସମସ୍ତ ଆପ୍‌ ସେମାନଙ୍କୁ ପଚରାଯାଇଥିବା ୭୯ଟି ପ୍ରଶ୍ନର ଉତ୍ତର ପଠାଇବେ। ଜୁଲାଇ ୨୨ ସୁଦ୍ଧା ଯଦି କେହି ଜବାବ ନ ଦେବେ, ତା’ହେଲେ ସେମାନଙ୍କ ଉପରେ ସବୁଦିନ ପାଇଁ ଭାରତରେ ବ୍ୟାନ୍ ଲଗାଇ ଦିଆଯିବ।

ତେବେ ୨୨ ସୁଦ୍ଧା ସନ୍ତୋଷଜନକ ଉତ୍ତର ଦେଇପାରିଲେ, ଏହାକୁ ପୁଣିଥରେ ଭାରତରେ କାର୍ଯ୍ୟକ୍ଷମ ହେବାକୁ ଅନୁମତି ମିଳିବ। ଏହାର ଅର୍ଥ ଟିକଟକ ଭାରତରେ ପୁଣିଥରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ପୂର୍ବରୁ ଅନେକ ଥର ଟିକଟକ ନିଜର ପକ୍ଷ ରଖି କହିଥିଲା ଯେ ଏହି ଆପ୍‌ ଜରିଆରେ କୌଣସି ତଥ୍ୟ ଚୋରି କରାଯାଇ ନାହିଁ କିମ୍ବା କୌଣସି ସରକାରଙ୍କୁ ଏହା ଦିଆଯାଇ ନାହିଁ।

ଟିକଟକ ଆହୁରି କହିଛି ଯେ ୨୦୧୯ର ଶେଷ ୬ ମାସରେ ଭାରତୀୟ ଟିକଟକ ବ୍ୟବହାରକାରୀ ଅପଲୋଡ କରିଥିବା ପ୍ରାୟ ୧୬ ମିଲିୟନ ଆପତ୍ତିଜନକ ଭିଡିଓକୁ ଡିଲିଟ କରାଯାଇଛି। ଏହି ସବୁ ଭିଡିଓ ଟିକଟକର କଣ୍ଟେଣ୍ଡ ଗାଇଡଲାଇନକୁ ଉଲ୍ଲଙ୍ଘନ କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା।

କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ପ୍ରାୟ ୪୬ ମିଲିୟନ ଭିଡିଓକୁ ସୁରକ୍ଷା ଦୃଷ୍ଟିରୁ ଡିଲିଟ କରିଦିଆଯାଇଛି। ଟିକଟକ ସର୍ବଦା ଦେଶର ଓ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଯଦି ଟିକଟକ ପ୍ରମାଣ ସହ ଏଭଳି ତଥ୍ୟକୁ ଉପସ୍ଥାପନ କରେ, ତା’ହେଲେ ଭାରତ ସରକାର ଟିକଟକକୁ ଭାରତରେ ପୁଣିଥରେ କାର୍ଯ୍ୟ କରିବାକୁ ଅନୁମତି ଦେବାର ସମ୍ଭାବନା ରହିଛି।

Related story