ବାବୁଙ୍କୁ ଚପଲରେ ପିଟିଲେ ବିଜେପି ନେତ୍ରୀ, ଦେଖନ୍ତୁ ଭିଡିଓ

ଚଣ୍ଡୀଗଡ଼: ଟିକଟକ୍ ଷ୍ଟାର୍ ଏବଂ ବିଜେପି ନେତା ସୋନାଲୀ ଫୋଗଟ୍ ପୁଣିରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସୋନାଲୀ ଏମିତି ଏକ କାମ କରିଛନ୍ତି, ଯାହା ସୋଶାଲ ମିଡିଆରେ ଜବରଦସ୍ତ ଟ୍ରେଣ୍ଡ ହେଉଛି। ସୋନାଲୀ ହରିୟାଣା ହିସାରସ୍ଥିତ ବଲସାମାନ୍ଦ ମାର୍କେଟ୍ କମିଟିର ସେକ୍ରେଟାରୀ ସୁଲତାନ ସିଂହଙ୍କୁ ଚପଲ୍ ପିଟିଛନ୍ତି, ଯାହାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ହରିୟାଣାର ହିସାରର ଆଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ କୁଲଦୀପ ବିଶ୍ନୋଇଙ୍କ ବିରୋଧରେ ଲଢ଼ିଥିବା ବିଜେପି ନେତ୍ରୀ […]

bjp

Ranjit Kumar Jena
  • Published: Friday, 05 June 2020
  • , Updated: 05 June 2020, 10:10 PM IST

ଚଣ୍ଡୀଗଡ଼: ଟିକଟକ୍ ଷ୍ଟାର୍ ଏବଂ ବିଜେପି ନେତା ସୋନାଲୀ ଫୋଗଟ୍ ପୁଣିରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସୋନାଲୀ ଏମିତି ଏକ କାମ କରିଛନ୍ତି, ଯାହା ସୋଶାଲ ମିଡିଆରେ ଜବରଦସ୍ତ ଟ୍ରେଣ୍ଡ ହେଉଛି। ସୋନାଲୀ ହରିୟାଣା ହିସାରସ୍ଥିତ ବଲସାମାନ୍ଦ ମାର୍କେଟ୍ କମିଟିର ସେକ୍ରେଟାରୀ ସୁଲତାନ ସିଂହଙ୍କୁ ଚପଲ୍ ପିଟିଛନ୍ତି, ଯାହାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।

ହରିୟାଣାର ହିସାରର ଆଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ କୁଲଦୀପ ବିଶ୍ନୋଇଙ୍କ ବିରୋଧରେ ଲଢ଼ିଥିବା ବିଜେପି ନେତ୍ରୀ ସୋନାଲୀ ଏକ ସାଧାରଣ ବିବାଦ କାରଣରୁ ବାବୁଙ୍କୁ ମାଡ଼ ମାରିଥିବା କୁହାଯାଉଛି। ସୋନାଲୀ ହିସାରରେ ଏକ ଧାନ ମଣ୍ଡିକୁ ଯାଇଥିଲେ, ଯେଉଁଠାରେ ମାର୍କେଟ୍ ସେକ୍ରେଟାରୀଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ଏହି ବିବାଦ ଏତେ ବଢ଼ିଗଲା ଯେ ସୋନାଲୀ ସମସ୍ତଙ୍କ ସାମ୍ନାରେ ଉକ୍ତ ସେକ୍ରେଟାରୀଙ୍କୁ ଚାପୁଡ଼ା ସହ ଚପଲ ମାଡ଼ ମାରିଥିଲେ।


ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ସେକ୍ରେଟାରୀ ଜଣକ ସୋନାଲୀଙ୍କୁ ବାରମ୍ବାର ରୋକିବାକୁ ପ୍ରୟାସ କରୁଥିଲେ। କିନ୍ତୁ ବିଜେପି ନେତ୍ରୀ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ ସେ ଉକ୍ତ ସେକ୍ରେଟାରୀଙ୍କ ଉପରକୁ ହାତ ଉଠାଇଥିଲେ। ଏହା ସହ ସୋନାଲୀ ସେକ୍ରେଟାରୀଙ୍କୁ ଗାଳିଗୁଲଜ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ଏବେ ଏମିତି କ'ଣ ହେଲା ଯେ ଯେଉଁକାରଣରୁ ବିଜେପି ନେତ୍ରୀ ଭୀଷଣ ରାଗିଗଲେ। ଏହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଘଟଣା ସାମ୍ନାକୁ ଆସିବା ପରେ କଂଗ୍ରେସର ମୁଖପାତ୍ର ରଣଦୀପ ସୁର୍ଜେୱାଲା ଟ୍ୱିଟ୍ କରି କହିଛନ୍ତି, "ଖଟ୍ଟର ସରକାରଙ୍କ ନେତାଙ୍କ ଲଜ୍ଜାଜନକ କାଣ୍ଡ। ମାର୍କେଟ୍ କମିଟିର ସେକ୍ରେଟାରୀଙ୍କୁ ପଶୁ ଭଳି ପିଟୁଛନ୍ତି ଆଦମପୁରର ବିଜେପି ନେତା। ସରକାରୀ ଚାକିରି କରିବା କ'ଣ ଏବେ ଅପରାଧ? ଖଟ୍ଟର ବାବୁ କ'ଣ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ? କ'ଣ ମିଡିଆ ବି ଚୁପ୍ ରହିବ?"

ସୂଚନାଯୋଗ୍ୟ, ବିଜେପି ଟିକେଟରୁ ସୋନାଲୀ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ବିଧାନସଭା ନିର୍ବାଚନ ପ୍ରଚାର ବେଳେ ମଧ୍ୟ ସୋନାଲୀଙ୍କର କିଛି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଥିଲା। ଏହି କାରଣରୁ ତାଙ୍କୁ ଟିକଟିକ୍ ଷ୍ଟାର୍ ମଧ୍ୟ କହୁଥିଲେ।

Related story