ନାଟୋ ତେଲ ଟ୍ୟାଙ୍କର ଆକ୍ରମଣ ଘଟଣା: ତିନି ତାଲିବାନୀ ଆତଙ୍କୀଙ୍କୁ ମୃତ୍ୟୁଦଣ୍ଡ

ଇସଲାମବାଦ: ୨୦୧୦ରେ ଆଫଗାନିସ୍ତାନରେ ମୁତୟନ ନାଟୋ ସେନାର ତେଲ ଟ୍ୟାଙ୍କରଗୁଡ଼ିକ ଉପରେ ଆକ୍ରମଣ କରିବା ମାମଲାରେ ପାକିସ୍ତାନର ଏକ କୋର୍ଟ ତିନି ଜଣ ତାଲିବାନୀ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଆତଙ୍କବାଦୀମାନେ ହେଲେ ତେହେରିକ୍‌-ଇ-ତାଲିବାନ ପାକିସ୍ଥାନ (ଟିଟିପି)ର ଅଫରଜ-ଉର-ରହେମନ୍, ୱାଜିହ୍-ଉର-ରେହମନ ଓ ଅଲ୍ଲି ଇମ୍ରାନ୍। ୨୦୧୦ରେ ହୋଇଥିବା ଏହି ଆକ୍ରମଣରେ ନାଟୋର ୧୧ଟି ତେଲ ବୋଝେଇ ଟ୍ୟାଙ୍କର ଜଳି ଯାଇଥିଲା। ଏଥିରେ ୪ ଜଣ ଲୋକ ପ୍ରାଣ ମଧ୍ୟ ହରାଇଥିଲେ। ଇସଲାମବାଦ ସହର ବାହାରେ ଏହି […]

oiltankers

Rakesh Mallick
  • Published: Wednesday, 01 July 2015
  • , Updated: 04 May 2017, 03:45 PM IST

ଇସଲାମବାଦ: ୨୦୧୦ରେ ଆଫଗାନିସ୍ତାନରେ ମୁତୟନ ନାଟୋ ସେନାର ତେଲ ଟ୍ୟାଙ୍କରଗୁଡ଼ିକ ଉପରେ ଆକ୍ରମଣ କରିବା ମାମଲାରେ ପାକିସ୍ତାନର ଏକ କୋର୍ଟ ତିନି ଜଣ ତାଲିବାନୀ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଆତଙ୍କବାଦୀମାନେ ହେଲେ ତେହେରିକ୍‌-ଇ-ତାଲିବାନ ପାକିସ୍ଥାନ (ଟିଟିପି)ର ଅଫରଜ-ଉର-ରହେମନ୍, ୱାଜିହ୍-ଉର-ରେହମନ ଓ ଅଲ୍ଲି ଇମ୍ରାନ୍।

୨୦୧୦ରେ ହୋଇଥିବା ଏହି ଆକ୍ରମଣରେ ନାଟୋର ୧୧ଟି ତେଲ ବୋଝେଇ ଟ୍ୟାଙ୍କର ଜଳି ଯାଇଥିଲା। ଏଥିରେ ୪ ଜଣ ଲୋକ ପ୍ରାଣ ମଧ୍ୟ ହରାଇଥିଲେ। ଇସଲାମବାଦ ସହର ବାହାରେ ଏହି ଆକ୍ରମଣ ହୋଇଥିଲା। ତେଲ ଭର୍ତ୍ତି କରିବା ପାଇଁ ନାଟୋର ୨୫ଟି ତେଲ ଟ୍ୟାଙ୍କରଗୁଡ଼ିକ ଅଟକି ଥିବା ବେଳେ ଏହି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ଆଖିବୁଜା ଗୁଳି ଚଳାଇଥିଲେ। ପରେ ତେଲ ଟ୍ୟାଙ୍କରଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।

Related story