କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ: କହିଲେ ଏକାଧିକ ନାରୀଙ୍କ ବଳାତ୍କାରୀ ହେଉଛନ୍ତି ଟିପୁ ସୁଲତାନ

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ସରକାରଙ୍କ ପକ୍ଷରୁ ନଭେମ୍ବର ୧୦ରେ ଟିପୁ ସୁଲତାନ ଜୟନ୍ତୀ ପାଳନ ନେଇ  ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ବିବାଦ ଉପୁଜିଛି । ଲଗାତାର ଦୁଇ ବର୍ଷ ଧରି କଂଗ୍ରେସ ସରକାରଙ୍କ ପକ୍ଷରୁ ଟିପୁଙ୍କ ଜୟନ୍ତୀ ପାଳନ କରାଯାଇ ଆସୁଥିଲା ବେଳେ ବିଜେପି ଏହାକୁ ତୀବ୍ର  ବିରୋଧ କରିଛି। ଏଥର ବି ନଭେମ୍ବର ୧୦ରେ ଟିପୁଙ୍କ ଜନ୍ମଜୟନ୍ତୀ ପାଳନ ନେଇ ପ୍ରସ୍ତୁତ ଜୋରଦାର ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା। […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 04:51 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ସରକାରଙ୍କ ପକ୍ଷରୁ ନଭେମ୍ବର ୧୦ରେ ଟିପୁ ସୁଲତାନ ଜୟନ୍ତୀ ପାଳନ ନେଇ  ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ବିବାଦ ଉପୁଜିଛି । ଲଗାତାର ଦୁଇ ବର୍ଷ ଧରି କଂଗ୍ରେସ ସରକାରଙ୍କ ପକ୍ଷରୁ ଟିପୁଙ୍କ ଜୟନ୍ତୀ ପାଳନ କରାଯାଇ ଆସୁଥିଲା ବେଳେ ବିଜେପି ଏହାକୁ ତୀବ୍ର  ବିରୋଧ କରିଛି। ଏଥର ବି ନଭେମ୍ବର ୧୦ରେ ଟିପୁଙ୍କ ଜନ୍ମଜୟନ୍ତୀ ପାଳନ ନେଇ ପ୍ରସ୍ତୁତ ଜୋରଦାର ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା।  ଆଗାମୀ ୧୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡ଼େଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ଏହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

ଖାଲି ସେତିକି ନୁହଁ କେନ୍ଦ୍ରମନ୍ତ୍ରୀ ହେଗଡ଼େ ସ୍ୱର୍ଗତ ଟିପୁଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଥିଲେ। କହିଥିଲେ ଟିପୁ ସୁଲତାନ ହେଉଛନ୍ତି ଜଣେ ବଳାତ୍କାରୀ। ଜଣେ କି ଦୁଇଜଜଣ ନୁହେଁ ଏକାଧିକ ନାରୀଙ୍କ ବଳାତ୍କାରୀ ହେଉଛନ୍ତି ଟିପୁ। ସେହିପରି ୧୮ଶହ ଶତାବ୍ଦୀର ମହୀଶୂରର ଏହି ଶାସକ ଜଣେ ଗଣହତ୍ୟାକାରୀ ବୋଲି ସେ କହିଛନ୍ତି।  ତେଣୁ ସେଭଳି ଜଣେ ଚରିତ୍ରହୀନ ବ୍ୟକ୍ତିଙ୍କ ଜନ୍ମଜୟନ୍ତୀ ଆୟୋଜନ କରିବା ଲଜ୍ଜାଜନକ ବୋଲି ସେ କହିଛନ୍ତି। ଏହିପରିପ୍ରେକ୍ଷୀରେ ହେଗଡ଼େ କର୍ଣ୍ଣାଟକ ମୁଖ୍ୟ ଶାସନ ସଚିବଙ୍କୁ  ଏକ ଚିଠି ଲେଖିଥିଲେ। ଚିଠିରେ ଅତିଥି ତାଲିକାରୁ(ସରକାରୀଭାବେ ଚୂଡ଼ାନ୍ତ ହୋଇଥିବା) ତାଙ୍କ ନାମ ବାଦ ଦେବା ପାଇଁ ଅବଗତ କରିଥିଲେ। ତେବେ ସେ ଏଥିପାଇଁ ସ୍ଥାନୀୟ ୨ ଜଣ ବିଜେପି ନେତାଙ୍କ ନାମ ସୁପାରିଶ କରିଥିଲେ ମଧ୍ୟ ଉଭୟେ ଯୋଗଦେବେ ନାହିଁ ବୋଲି ସିଧା ସିଧା କହିଛନ୍ତି।

ସେପଟେ ଏହି ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଯେହେତୁ ଏହା ଏକ ସରକାରୀ କାର୍ଯ୍ୟକ୍ରମ ତେଣୁ ପ୍ରୋଟୋକଲ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ସିଏ ଯୋଗ ଦେବେ କି ନାହିଁ ଏହା ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡ଼େ କହିଛନ୍ତି ଯେ, ଯଦି କର୍ଣ୍ଣାଟକ ସରକାର ଅତିଥି ତାଲିକାରେ ସରକାରୀଭାବେ ମୋ ନାମକୁ ସ୍ଥାନିତ କରିଛନ୍ତି ତେବେ ମୁଁ  ଯୋଗ ଦେବାକୁ ଇଚ୍ଛୁକ। ହେଲେ ମଞ୍ଚରେ ମୁଁ ଟିପୁଙ୍କ ବିରୋଧରେ କହିବି । ରାଜ୍ୟ ସରକାର ତାଙ୍କୁ ଅଟକାଇପାରିବାର ଦମ ଅଛି ତ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପିର ଜଣେ ସ୍ଥାନୀୟ ମୁଖପାତ୍ର କହିଛନ୍ତି ଯେ, କର୍ଣ୍ଣାଟକ ସରକାର ଟିପୁଙ୍କ ଜୟନ୍ତୀ ପାଳନ କରି ହିନ୍ଦୁମାନଙ୍କୁ ଅପମାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos