ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାର ବନ୍ଦ କଲା ଟିଏମସି

କୋଲକତା: ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଦଳ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି। ପ୍ରଥମେ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଶୁଭେନ୍ଦୁ ଏବେ ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରିଛନ୍ତି। ଏହି କାରଣରୁ ଅଧିକାରୀଙ୍କ ଦ୍ୱାରକୁ ଟିଏମସି ବନ୍ଦ କରି ଦେଇଥିବା ସାଂସଦ ସୌଗତ ରୟ କହିଛନ୍ତି। ସେ କହିଛନ୍ତି, ଟିଏମସି ପାଇଁ ଶୁଭେନ୍ଦୁ ଅଧିକାରୀ ଗୋଟିଏ ବନ୍ଦ ବିଷୟ। ୨୦୨୧ ବେଙ୍ଗଲ ନିର୍ବାଚନ […]

dd

Hemant Lenka
  • Published: Thursday, 03 December 2020
  • , Updated: 03 December 2020, 06:28 PM IST

କୋଲକତା: ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଦଳ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି। ପ୍ରଥମେ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଶୁଭେନ୍ଦୁ ଏବେ ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରିଛନ୍ତି।

ଏହି କାରଣରୁ ଅଧିକାରୀଙ୍କ ଦ୍ୱାରକୁ ଟିଏମସି ବନ୍ଦ କରି ଦେଇଥିବା ସାଂସଦ ସୌଗତ ରୟ କହିଛନ୍ତି। ସେ କହିଛନ୍ତି, ଟିଏମସି ପାଇଁ ଶୁଭେନ୍ଦୁ ଅଧିକାରୀ ଗୋଟିଏ ବନ୍ଦ ବିଷୟ। ୨୦୨୧ ବେଙ୍ଗଲ ନିର୍ବାଚନ ପାଇଁ ଟିଏମସିର ନିର୍ବାଚନ ରଣନୀତିଜ୍ଞ ହେଉଛନ୍ତି ପ୍ରଶାନ୍ତ କିଶୋର। ତାଙ୍କ ଭଳି ଜଣେ ବିଦ୍ୱାନ ବ୍ୟକ୍ତିଙ୍କ ବିଷୟରେ ବୟାନ ଦେବା ଆଦୌ ଠିକ୍‌ ନୁହେଁ।

ଟିଏମସି ବିଧାୟକମାନେ ପାର୍ଟିକୁ ସମାଲୋଚନା କରିପାରିବେ ଓ ସେମାନେ ଏହା କରୁଛନ୍ତି ମଧ୍ୟ। ଯଦି ସେମାନେ ପ୍ରଶାନ୍ତ କିଶୋର କିମ୍ବା ଦିଦି(ମମତା ବାନାର୍ଜୀ)ଙ୍କ ବିରୋଧରଆ ବୟାନ ଦେବେ, ତା’ହେଲେ ଏହାକୁ ଗ୍ରହଣ କରାଯିବ ନାହିଁ। ଆମ ପାଖରେ ଅନେକ ବିଶ୍ୱସ୍ତ ଲୋକ ରହିଛନ୍ତି, ଯେଉଁମାନଙ୍କୁ ନେଇ ଆମେ ଲଢ଼ିବୁ ଓ ଜିତିବୁ ମଧ୍ୟ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଶୁଭେନ୍ଦୁଙ୍କ ପାଖ ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଟିଏମସି ସହ ଅଧିକାରୀଙ୍କ ଚାଲିଥିବା ଆଲୋଚନା ଫେଲ ମାରିଛି। ତାଙ୍କ ଅଭିଯୋଗକୁ ଦଳ ନ ଶୁଣିବାରୁ ସେ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି। ଏବେ ଏହି ଲଢ଼େଇ କୁଆଡ଼େ ଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Related story