Advertisment

ଟିଏମ୍‌ସି ବିଧାୟକଙ୍କୁ ଗୁଳି କରି ହତ୍ୟା

କୋଲକାତା: କୋଲକତାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ସତ୍ୟଜିତ୍ ବିଶ୍ୱାସଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ପଶ୍ଚିମବଙ୍ଗ କୃଷ୍ଣଗଞ୍ଜ ବିଧାନସଭାର ବିଧାୟକ ଥିଲେ ସତ୍ୟଜିତ୍‌। ଗତକାଲି ମାଜିୟା ଫଲବାଡୀ ଅଞ୍ଚଳକୁ ଏକ ସରସ୍ୱତୀ ପୂଜା ସମାରୋହରେ ଯୋଗ ଦେବାକୁ ଯାଇ ଫେରିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଟିଏମ୍‌ସି ବିଜେପିକୁ ଦାୟୀ କରିଛି। […]

author-image
Rakesh Mallick
ଟିଏମ୍‌ସି ବିଧାୟକଙ୍କୁ ଗୁଳି କରି ହତ୍ୟା

TMC-MLA

କୋଲକାତା: କୋଲକତାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ସତ୍ୟଜିତ୍ ବିଶ୍ୱାସଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ପଶ୍ଚିମବଙ୍ଗ କୃଷ୍ଣଗଞ୍ଜ ବିଧାନସଭାର ବିଧାୟକ ଥିଲେ ସତ୍ୟଜିତ୍‌।

Advertisment

ଗତକାଲି ମାଜିୟା ଫଲବାଡୀ ଅଞ୍ଚଳକୁ ଏକ ସରସ୍ୱତୀ ପୂଜା ସମାରୋହରେ ଯୋଗ ଦେବାକୁ ଯାଇ ଫେରିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ ଟିଏମ୍‌ସି ବିଜେପିକୁ ଦାୟୀ କରିଛି। ସେପଟେ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି।

Advertisment

ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଖବଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ପୁଲିସ କହିଛି।