ରାଜ୍ୟପାଳଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ସାଂସଦଙ୍କ ଚିଠି

କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ତୁରନ୍ତ ପଦରୁ ହଟାଇବାକୁ ଦାବି କରିଛନ୍ତି କ୍ଷମତାସୀନ ତୃଣମୂଳ କଂଗ୍ରେସର ସାଂସଦ ଶୁଖେନ୍ଦୁ ଶେଖର ରୟ। ଏଥିପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ମଧ୍ୟ ଗୋଟିଏ ଚିଠି ଲେଖିଛନ୍ତି। ରାଜ୍ୟପାଳ ପଦରେ ଥାଇ ମଧ୍ୟ ଶ୍ରୀ ଧାନକର ସମ୍ବିଧାନର ସୁରକ୍ଷା ଓ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ସମ୍ବିଧାନରେ ଥିବା ବ୍ୟବସ୍ଥାକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି। ଏଥିସହ ସୁପ୍ରିମକୋର୍ଟ ପ୍ରଣୟନ କରିଥିବା ଆଇନକୁ ବି ସେ ବାରମ୍ବାର ଭାଙ୍ଗିବାରେ ଲାଗିଛନ୍ତି। […]

c

Hemant Lenka
  • Published: Wednesday, 30 December 2020
  • , Updated: 30 December 2020, 01:46 PM IST

କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ତୁରନ୍ତ ପଦରୁ ହଟାଇବାକୁ ଦାବି କରିଛନ୍ତି କ୍ଷମତାସୀନ ତୃଣମୂଳ କଂଗ୍ରେସର ସାଂସଦ ଶୁଖେନ୍ଦୁ ଶେଖର ରୟ। ଏଥିପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ମଧ୍ୟ ଗୋଟିଏ ଚିଠି ଲେଖିଛନ୍ତି।
ରାଜ୍ୟପାଳ ପଦରେ ଥାଇ ମଧ୍ୟ ଶ୍ରୀ ଧାନକର ସମ୍ବିଧାନର ସୁରକ୍ଷା ଓ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ସମ୍ବିଧାନରେ ଥିବା ବ୍ୟବସ୍ଥାକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି।

ଏଥିସହ ସୁପ୍ରିମକୋର୍ଟ ପ୍ରଣୟନ କରିଥିବା ଆଇନକୁ ବି ସେ ବାରମ୍ବାର ଭାଙ୍ଗିବାରେ ଲାଗିଛନ୍ତି। ରାଜ୍ୟପାଳ ହୋଇ ସମ୍ବିଧାନକୁ ସମ୍ମାନ ନ ଦେବା ଲଜ୍ଜା ଓ ପରିତାପର ବିଷୟ। ତେଣୁ ରାଷ୍ଟ୍ରପତି ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ଓ ତାଙ୍କୁ ପଦରୁ ହଟାନ୍ତୁ ବୋଲି ଶ୍ରୀ ରୟ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଚିଠିରେ ସାଂସଦ ସୁଦୀପ ବନ୍ଦୋପାଧ୍ୟୟ, ଡିରେକ ଓ’ବ୍ରିଏନ, କଲ୍ୟାଣ ବାନାର୍ଜୀ ଓ କାକୋଲି ଘୋଷ ଦସ୍ତିଦାର ମଧ୍ୟ ଦସ୍ତଖତ କରିଛନ୍ତି। ସେମାନେ ମଧ୍ୟ ରାଜ୍ୟପାଳଙ୍କୁ ପଦରୁ ହଟାଇବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛନ୍ତି।

ନିକଟରେ ଟିଏମସିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଥିଲେ। ଏଥିସହ ସେ ବିଧାନସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଇସ୍ତଫା ସମ୍ପର୍କରେ ସେ ପଶ୍ଚିମବଙ୍ଗ ବାଚସ୍ପତିଙ୍କୁ ଜଣାଇବା ପରେ ତୁରନ୍ତ ରାଜ୍ୟପାଳ ଜଗଦୀପ ଧାନକରଙ୍କ ଘରକୁ ଯାଇଥିଲେ। ବିଜେପିରେ ମିଶିବା ପରେ ମଧ୍ୟ ସେ ଅନେକ ଥର ରାଜ୍ୟପାଳଙ୍କ ସହ ବୈଠକ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡ଼ିଥିବାରୁ ତାଙ୍କୁ ରାଜ୍ୟ ପୁଲିସ ମିଥ୍ୟା ମାମଲାରେ ଫସାଇ ଦେବ ବୋଲି ଅଭିଯୋଗ କରିଥିଲେ। ଏଥିପାଇଁ ସେ ରାଜ୍ୟପାଳ ଜଗଦୀପଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଥିଲେ।

Related story