ଭୋଟ ନ ଦେଇଥିବାରୁ ନଳକୂଅ ଭାଙ୍ଗିଦେଲେ ଟିଏମସି କର୍ମୀ!

କୋଲକାତା: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସକୁ ସାଧାରଣ ନିର୍ବାଚନରେ ଭୋଟ ନଦେବାରୁ ତୃଣମୂଳ ସମର୍ଥକମାନେ ସରକାରୀ ନଳକୂଅ ଓ ପାଣି ପାଇପ ଲାଇନ ଭାଙ୍ଗି ଦେଇଛନ୍ତି। ଏଭଳି ଅଭିଯୋଗ କରିଛି ପଶ୍ଚିମବଙ୍ଗ ବିଜେପି। ରାଜ୍ୟର ତିନୋଟି ସ୍ଥାନ ବୀରଭୂମ, ବର୍ଦ୍ଧମାନ ଏବଂ ଦୁର୍ରାଗାପୁରରେ ରାଜ୍ୟର ଶାସକ ଦଳ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ କରିଛି ବିଜେପି। ଚଳିତ ସାଧାରଣ ନିର୍ବାଚନରେ ବର୍ଦ୍ଧମାନ-ଦୁର୍ଗାପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଏସଏସ ଆଲୁଓ୍ୱାଲିଆ ୨, ୪୩୯ ଖଣ୍ଡ ଭୋଟ […]

tmc worker

Subhransu Sekhar
  • Published: Thursday, 30 May 2019
  • , Updated: 30 May 2019, 02:39 PM IST

କୋଲକାତା: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସକୁ ସାଧାରଣ ନିର୍ବାଚନରେ ଭୋଟ ନଦେବାରୁ ତୃଣମୂଳ ସମର୍ଥକମାନେ ସରକାରୀ ନଳକୂଅ ଓ ପାଣି ପାଇପ ଲାଇନ ଭାଙ୍ଗି ଦେଇଛନ୍ତି। ଏଭଳି ଅଭିଯୋଗ କରିଛି ପଶ୍ଚିମବଙ୍ଗ ବିଜେପି। ରାଜ୍ୟର ତିନୋଟି ସ୍ଥାନ ବୀରଭୂମ, ବର୍ଦ୍ଧମାନ ଏବଂ ଦୁର୍ରାଗାପୁରରେ ରାଜ୍ୟର ଶାସକ ଦଳ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ କରିଛି ବିଜେପି। ଚଳିତ ସାଧାରଣ ନିର୍ବାଚନରେ ବର୍ଦ୍ଧମାନ-ଦୁର୍ଗାପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଏସଏସ ଆଲୁଓ୍ୱାଲିଆ ୨, ୪୩୯ ଖଣ୍ଡ ଭୋଟ ବ୍ୟବଧାନରେ ଟିଏମସି ପ୍ରାର୍ଥୀ ମମତାଜ ସଙ୍ଘମିତ୍ରାଙ୍କୁ ହରାଇଛନ୍ତି।

ବୁରଦଓ୍ୱନ ଜିଲ୍ଲାର କନକପୁର ପୋଲିଂ ବୁଥରୁ ବିଜେପି ପ୍ରାର୍ଥୀ ଅଧିକ ଭୋଟ ପାଇଥିବାରୁ ଲୋକଙ୍କ ଉପରେ ରାଗ ରଖି ଟିଏମସି କର୍ମୀ ନଳକୂଅ, ସରକାରୀ ପାଣି ପାଇପ ଲାଇନ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ତେବେ ଟିଏମସି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ତାଙ୍କ ଦଳକୁ ବଦନାମ କରିବା ପାଇଁ ବିଜେପି ଏହି ଷଡ଼ଯନ୍ତ୍ର କରୁଛି ବୋଲି ଟିଏମସି କହିଛି।

ସେହିପରି କୋଲକତାରୁ ୧୮୦ କିଲୋମିଟର ଦୂରରେ ଥିବା ବୀରଭୁମ ଜିଲ୍ଲାର ରାମପୁରହାଟ ବ୍ଲକରେ ମଧ୍ୟ ସମାନ ଅଭିଯୋଗ ଆସିଛି। ଏଠାରେ ବିଜେପି ପ୍ରାର୍ଥୀ ଡୁଢ୍ କୁମାର ମଣ୍ଡଳ ବିଜୟୀ ହୋଇଛନ୍ତି। ସେହିପରି ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ମଧ୍ୟ ଶାସକ ଦଳ ଟିଏମସି ନାଁରେ ବିଜେପି ସମାନ ଅଭିଯୋଗ ଆଣିଛି।

Related story