ମୋଦିଙ୍କ ଜନ୍ମ ଦିନ ପାଇଁ ‘ସେବା ସପ୍ତାହ’ ପାଳିବ ବିଜେପି

ନୂଆଦିଲ୍ଲୀ: ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ମଧ୍ୟ ଭାଗରେ ‘ସେବା ସପ୍ତାହ’ ପାଳନ କରିବ। ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭କୁ ଲକ୍ଷ୍ୟ କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସାରା ଦେଶରେ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୪ରୁ ୨୦ ଯାଏ ଆୟୋଜିତ ହେବ। ସ୍ୱଚ୍ଛତା ଏବଂ ସାମାଜିକ ସେବା ଏଥିରେ ପ୍ରମୁଖ କାର୍ଯ୍ୟ ରହିବ। ବିଭିନ୍ନ ସ୍ଥାନରେ ଥିବା ବିଜେପି କର୍ମୀମାନେ ଏଥିରେ ଭାଗ ନେବେ। ଏହି ଅଭିଯାନ ପାଇଁ ବିଜେପି […]

modi

Subrat Kumar Nayak
  • Published: Thursday, 29 August 2019
  • , Updated: 29 August 2019, 10:27 PM IST

ନୂଆଦିଲ୍ଲୀ: ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ମଧ୍ୟ ଭାଗରେ ‘ସେବା ସପ୍ତାହ’ ପାଳନ କରିବ। ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭କୁ ଲକ୍ଷ୍ୟ କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ସାରା ଦେଶରେ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୪ରୁ ୨୦ ଯାଏ ଆୟୋଜିତ ହେବ। ସ୍ୱଚ୍ଛତା ଏବଂ ସାମାଜିକ ସେବା ଏଥିରେ ପ୍ରମୁଖ କାର୍ଯ୍ୟ ରହିବ। ବିଭିନ୍ନ ସ୍ଥାନରେ ଥିବା ବିଜେପି କର୍ମୀମାନେ ଏଥିରେ ଭାଗ ନେବେ।

ଏହି ଅଭିଯାନ ପାଇଁ ବିଜେପି ଅବିନାଶ ରାୟ ଖାନ୍ନାଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ କମିଟି ଗଠନ କରିଛି। ଏହି କମିଟିରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ରାଷ୍ଟ୍ରୀୟ ସମ୍ପାଦକ ସୁଧା ଯାଦବ ଏବଂ ସୁନୀଲ ଦେଓଧର ଆଦି ଅଛନ୍ତି।

ଏହି ଅବସରରେ, ରକ୍ତଦାନ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚକ୍ଷୁ ପରୀକ୍ଷା ମଧ୍ୟ ଆୟୋଜିତ ହେବ। ସେମାନେ ବିଭିନ୍ନ ହସ୍ପିଟାଲ ଏବଂ ଅନାଥାଶ୍ରମକୁ ଯାଇ ରୋଗୀ ଏବଂ ନିରାଶ୍ରୟ ବ୍ୟକ୍ତିଙ୍କୁ ସହାୟତା କରିବେ। ଶହ ଶହ ଦିବ୍ୟାଙ୍ଗଙ୍କୁ ଏହି ଅବସରରେ ଶିକ୍ଷା ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

Related story