କୋଭିଡ୍ ଟେଷ୍ଟ ଟାର୍ଗେଟ ପୂରଣ କରିବାକୁ ୧୫ ଥର ନମୁନା ଦେଲେ ଡାକ୍ତର

ମଥୁରା: କରୋନା ଏବେ ଗୋଷ୍ଠୀ ସଂକ୍ରମଣ ହୋଇ ସାରିଛି। ତେଣୁ ଲୋକଙ୍କ ଆରୋଗ୍ୟକୁ ଲକ୍ଷ୍ୟରେ ରଖି ବହୁ ମାତ୍ରାରେ କରୋନା ପରୀକ୍ଷା କରାଯାଉଛି। ଯାହାକୁ ସମସ୍ତ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ହେଲେ ଏହାରି ଭିତରେ ଖବର ଆସିଛି, ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯେଉଁ କରୋନା ପରୀକ୍ଷା ସଂଖ୍ୟାର ରିପୋର୍ଟ ଯାଉଛି ସେଥିରେ କାରସାଦି ହୋଇଛି। ଅର୍ଥାତ୍ ଗୋଟିଏ ଲୋକ ନମୁନା ଦେଉଛନ୍ତି, ହେଲେ ଖାତାରେ ମନ ଇଚ୍ଛା ନାଁ ପକାଇ ଟେଷ୍ଟ ସଂଖାକୁ ବଢ଼ା ଯାଇଥିବା ଜଣାପଡ଼ିଛି। […]

corona-3.1

corona-3.1

Subhransu Sekhar
  • Published: Tuesday, 22 September 2020
  • Updated: 22 September 2020, 09:18 PM IST

Sports

Latest News

ମଥୁରା: କରୋନା ଏବେ ଗୋଷ୍ଠୀ ସଂକ୍ରମଣ ହୋଇ ସାରିଛି। ତେଣୁ ଲୋକଙ୍କ ଆରୋଗ୍ୟକୁ ଲକ୍ଷ୍ୟରେ ରଖି ବହୁ ମାତ୍ରାରେ କରୋନା ପରୀକ୍ଷା କରାଯାଉଛି। ଯାହାକୁ ସମସ୍ତ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ହେଲେ ଏହାରି ଭିତରେ ଖବର ଆସିଛି, ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯେଉଁ କରୋନା ପରୀକ୍ଷା ସଂଖ୍ୟାର ରିପୋର୍ଟ ଯାଉଛି ସେଥିରେ କାରସାଦି ହୋଇଛି। ଅର୍ଥାତ୍ ଗୋଟିଏ ଲୋକ ନମୁନା ଦେଉଛନ୍ତି, ହେଲେ ଖାତାରେ ମନ ଇଚ୍ଛା ନାଁ ପକାଇ ଟେଷ୍ଟ ସଂଖାକୁ ବଢ଼ା ଯାଇଥିବା ଜଣାପଡ଼ିଛି। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଘୁରିବୁଲୁଛି। ଯେଉଁ ବ୍ୟକ୍ତି ନମୁନା ଦେଉଛନ୍ତି ସେ ହେଉଛନ୍ତି ସଂପୃକ୍ତ କୋଭିଡ୍ ହସ୍ପିଟାଲର ଡାକ୍ତର। ସେ ନମୁନା ଦେଉଛନ୍ତି, ୧୫ ଜଣଙ୍କ ନାମରେ ପରୀକ୍ଷା ହେଉଥିବା ଜଣାପଡ଼ିଛି ଯାହାକୁ ସେ ନିଜେ ସ୍ୱୀକାର କରିଛନ୍ତି।

ନମୁନା ଲକ୍ଷ୍ୟ ପୂରଣ ପାଇଁ କରୋନା ପରୀକ୍ଷା କରାଯାଉଥିବା ସଂପୃକ୍ତ ଡାକ୍ତର କହିଛନ୍ତି। ଉତ୍ତର ପ୍ରଦେଶ ମଥୁରାର ଏହି ଡାକ୍ତର। ୧୫ରୁ ଅଧିକ ନମୁନା ସେ ଦେଉଥିବା ଏକ ଭିଡିଓ କ୍ଲିପରୁ ଜଣାପଡ଼ିଛି।

ଏହି ଭିଡିଓଟି ମଥୁରାର ବାଲଡେଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ବୋଲି ଜଣାପଡ଼ିଛି। ରାଜକୁମାର ସାରସ୍ୱତଙ୍କ ନମୁନାକୁ ଜଣେ ସ୍ୱାସ୍ଥ୍ୟ କର୍ମୀ ନେଇଥିବାର ଦେଖିବାକୁ ମିଳିଛି। ନକଲି ନାମ ସହିତ ପରୀକ୍ଷା ପାଇଁ ନମୁନାଗୁଡିକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ (ସିଏମଓ)କୁ ପଠାଯାଉଥିବା ଜଣାପଡ଼ିଛି।

ଭିଡିଓରେ ସାରସ୍ୱତ ନିଜେ ସ୍ୱୀକାର କରିଛନ୍ତି ଯେ ସେ ନିଜେ ନମୁନା ଦେଉଛନ୍ତି, କାରଣ ସଂଗ୍ରହ ହୋଇଥିବା ନମୁନା ସଂଖ୍ୟା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) କାର୍ଯ୍ୟାଳୟ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍। ଭିଡିଓରେ, ଜଣେ ସ୍ୱାସ୍ଥ୍ୟ କର୍ମୀ କିନ୍ତୁ ଜଣଙ୍କ ଉପରେ ଏତେଟା ପରୀକ୍ଷା ନକରିବାକୁ କହୁଥିବା ଶୁଣିବାକୁ ମିଳିଛି। ଏହି ଭିଡିଓ କିନ୍ତୁ ସୋଶାଲ ମିଡିଆରୁ ହଟାଇ ଦିଆଯାଇଛି।

ଏହାକୁ ନେଇ ସମାନ ସ୍ୱାସ୍ତ୍ୟ କେନ୍ଦ୍ରର ଅନ୍ୟ ଜଣେ ଡାକ୍ତର ଅମିତ ସିଏମଓରେ ଅଭିଯୋଗ କରିଥିଲେ। ଅମିତଙ୍କ କହିବାକଥା ଜୁଲାଇ ୨୭ ରେ ତାଙ୍କୁ କୋଭିଡ -୧୯ ପାଇଁ ନମୁନା ସଂଗ୍ରହ କରିବାର ଦାୟିତ୍ୱ ଦିଆଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ ଯଦି ରୋଗୀମାନେ ପରୀକ୍ଷା ପାଇଁ କେନ୍ଦ୍ରକୁ ଆସୁନହାନ୍ତି ତାହେଲେ ସମାନ କେନ୍ଦ୍ରରେ ନିୟୋଜିତ ଯୋଗେନ୍ଦ୍ର ସିଂ ରାଣା ନାମକ ଅଧିକାରୀ ସମସ୍ତ କର୍ମଚାରୀଙ୍କୁ ନକଲି ନମୁନା ସଂଗ୍ରହ କରିବାକୁ ଚାପ ପକାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos