ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଉପରକୁ ପଥର ମାଡ଼

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ  ଶିବରାଜ୍‌ ସିଂହ ଚୌହାନ୍‌ଙ୍କ ଶୋଭାଯାତ୍ରା ଉପରକୁ ପଥର ମାଡ଼ ହୋଇଛି। ଗତକାଲି ରାତିରେ ସୀଧୀ ଜିଲ୍ଲାରେ ‘ଜନ ଆଶୀର୍ବାଦ ଯାତ୍ରା’ ସମୟରେ ଏହି ଘଟଣା ଘଟିଥିଲା। ପଥର ମାଡ଼ ସମୟରେ ମୁଖ୍ୟମନ୍ତ୍ରୀ ‘ଜନ ଆଶୀର୍ବାଦ ଯାତ୍ରା’ ପାଇଁ ତିଆରି ହୋଇଥିବା ରଥରେ ଉପସ୍ଥିତ ଥିଲେ। ତେବେ ତାଙ୍କ ଶରୀରରେ ଆଘାତ ଲାଗି ନାହିଁ। ପୁଲିସ୍ କହିଛି ଯେ ସେ ପୂରା ସୁରକ୍ଷିତ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ […]

shivraj-singh-chouhan

shivraj-singh-chouhan

Jyoshna Pradhan
  • Published: Monday, 03 September 2018
  • Updated: 03 September 2018, 03:51 AM IST

Sports

Latest News

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ  ଶିବରାଜ୍‌ ସିଂହ ଚୌହାନ୍‌ଙ୍କ ଶୋଭାଯାତ୍ରା ଉପରକୁ ପଥର ମାଡ଼ ହୋଇଛି। ଗତକାଲି ରାତିରେ ସୀଧୀ ଜିଲ୍ଲାରେ ‘ଜନ ଆଶୀର୍ବାଦ ଯାତ୍ରା’ ସମୟରେ ଏହି ଘଟଣା ଘଟିଥିଲା।

ପଥର ମାଡ଼ ସମୟରେ ମୁଖ୍ୟମନ୍ତ୍ରୀ ‘ଜନ ଆଶୀର୍ବାଦ ଯାତ୍ରା’ ପାଇଁ ତିଆରି ହୋଇଥିବା ରଥରେ ଉପସ୍ଥିତ ଥିଲେ। ତେବେ ତାଙ୍କ ଶରୀରରେ ଆଘାତ ଲାଗି ନାହିଁ। ପୁଲିସ୍ କହିଛି ଯେ ସେ ପୂରା ସୁରକ୍ଷିତ ଅଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୀଧୀ ଜିଲ୍ଲାର ଚୁରହଟରେ ମୁଖ୍ୟମନ୍ତ୍ରୀ ‘ଜନ ଆଶୀର୍ବାଦ ଯାତ୍ରା’ ରଥ ପହଞ୍ଚିଥିଲା। ରଥ ସେଠାରେ ପହଞ୍ଚିବା ପରେ କିଛି ଲୋକ ହଠାତ୍ ପଥର ମାଡ଼ ଆରମ୍ଭ କରି ଦେଇଥିଲେ। ଗୋଟିଏ ପଥର ରଥର କାଚରେ ବାଜି ଥିଲା ଓ କାଚ ଭାଙ୍ଗି ଯାଇଥିଲା।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ୍‌ ସିଂହ ଚୌହାନଙ୍କ ସମେତ ଅନ୍ୟ ବିଜେପି ନେତାମାନେ କଂଗ୍ରେସକୁ ସମାଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଯେଉଁମାନେ ପଥର ମାରୁଛନ୍ତି ସେମାନଙ୍କର ଯଦି ସତ୍‌ସାହସ ଅଛି, ତା’ହେଲେ ସାମ୍ନାକୁ ଆସି ମୁକାବିଲା କରନ୍ତୁ।’

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos