ପରାଜୟ ପାଇଁ ଦଳୀୟ ନେତୃତ୍ୱ ନିଜକୁ ଦାୟୀ କରନ୍ତୁ: ଗଡ଼କରୀ

ପୁନେ: ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟ ପାଇଁ ଦଳୀୟ ନେତୃତ୍ୱ ନିଜକୁ ଦାୟୀ କରିବା ଉଚିତ୍। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏ କଥା କହିଛନ୍ତି। ଶନିବାର ପୁନେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ଦଳୀୟ ନେତୃତ୍ୱ ‘ପରାଜୟ ଓ ବିଫଳତା’ର ବୋଝ ବି ମୁଣ୍ଡାଇବା ଉଚିତ୍। ସଫଳତାର ଶ୍ରେୟ ନେବାକୁ ସମସ୍ତେ ଆଗଭର ହୁଅନ୍ତି, କିନ୍ତୁ ବିଫଳତା ପାଇଁ ଦାୟୀ ହେବାକୁ […]

gadkarinew

Jitendra Garnayak
  • Published: Sunday, 23 December 2018
  • , Updated: 23 December 2018, 09:22 AM IST

ପୁନେ: ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟ ପାଇଁ ଦଳୀୟ ନେତୃତ୍ୱ ନିଜକୁ ଦାୟୀ କରିବା ଉଚିତ୍। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏ କଥା କହିଛନ୍ତି।

ଶନିବାର ପୁନେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ଦଳୀୟ ନେତୃତ୍ୱ ‘ପରାଜୟ ଓ ବିଫଳତା’ର ବୋଝ ବି ମୁଣ୍ଡାଇବା ଉଚିତ୍। ସଫଳତାର ଶ୍ରେୟ ନେବାକୁ ସମସ୍ତେ ଆଗଭର ହୁଅନ୍ତି, କିନ୍ତୁ ବିଫଳତା ପାଇଁ ଦାୟୀ ହେବାକୁ କେହି ଚାହାନ୍ତି ନାହିଁ। ସଫଳତାର ଶ୍ରେୟ ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ, କିନ୍ତୁ ବିଫଳତାକୁ କେହି ସ୍ୱୀକାର କରିବାକୁ ଚାହାନ୍ତି ନାହିଁ। ବିଫଳତା ପରେ ସମସ୍ତେ ପରସ୍ପରକୁ ଦୋଷ ଦିଅନ୍ତି।

ଗଡ଼କାରୀ ଆହୁରି ମଧ୍ୟ କହିଥିଲେ ଯେ, ରାଜନୀତିରେ ଯେତେବେଳେ ବି ପରାଜୟ ଘଟେ, ସେତେବେଳେ କମିଟି ବସେ ଓ ବୈଠକ ହୁଏ। କିନ୍ତୁ ଯେତେବେଳେ ବିଜୟ ପ୍ରାପ୍ତି ହୁଏ, ସେତେବେଳେ କେହି ପଚାରନ୍ତି ନାହିଁ। କାରଣ ବିଜୟ ଉପରେ ସମସ୍ତଙ୍କ ହକ୍ ରହିଥାଏ। ପରାଜୟ ପାଇଁ କେହି ନିଜକୁ ଦାୟୀ କରିବାକୁ ଚାହାନ୍ତି ନାହିଁ।

ସେ କହିଥିଲେ, ପରାଜୟ ଗ୍ରହଣ କରିବା ଓ ଏଥିପାଇଁ ନିଜକୁ ଦାୟୀ କରିବା ପାଇଁ ଦଳୀୟ ନେତୃତ୍ୱଙ୍କର ସାହସ ରହିବା ଦରକାର। ଯେ ପର୍ଯ୍ୟନ୍ତ ଦଳୀୟ ନେତୃତ୍ୱ ପରାଜୟ ପାଇଁ ନିଜକୁ ଦାୟୀ କରିବେ ନାହିଁ, ସେ ପର୍ଯ୍ୟନ୍ତ ଦଳ ପ୍ରତି ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ସାବ୍ୟସ୍ତ ହେବ ନାହିଁ।

Related story