ସିଗାରେଟ କମ୍ପାନୀ ତିଆରି କଲା କରୋନା ଟିକା, ଟ୍ରାଏଲ ପାଇଁ ପ୍ରସ୍ତୁତ

ଲଣ୍ଡନ: ସିଗାରେଟ ନିର୍ମାଣ କରି ବିଶ୍ୱରେ ଅଗ୍ରଣୀ ସ୍ତରରେ ପହଞ୍ଚିଥିବା ଏକ କମ୍ପାନୀ ମହାମାରୀ କରୋନା ଭାଇରସର ସମ୍ଭାବ୍ୟ ଟିକା ବାହାର କରିଥିବା ଦାବି କରିଛି। ଏହି ଟିକାର ପରୀକ୍ଷା ଲ୍ୟାବରେ ସଫଳତାର ସହ ଶେଷ ହୋଇଛି ଏବଂ ଏବେ ଏହା ମଣିଷଙ୍କ ଶରୀରରେ ପରୀକ୍ଷା ହେବାକୁ ପ୍ରସ୍ତୁତ ଥିବା କହିଛି। ବ୍ରିଟିଶ ଆମେରିକାନ ତମ୍ବାଖୁ କମ୍ପାନୀ ସିଗାରେଟ ନିର୍ମାଣ କରିବାରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ସିଗାରେଟ ଟାଣିବା ଦ୍ୱାରା ଫୁସଫୁସ ଜନିତ କ୍ୟାନସର ହୋଇଥାଏ। […]

s

s

Hemant Lenka
  • Published: Saturday, 16 May 2020
  • Updated: 16 May 2020, 09:06 AM IST

Sports

Latest News

ଲଣ୍ଡନ: ସିଗାରେଟ ନିର୍ମାଣ କରି ବିଶ୍ୱରେ ଅଗ୍ରଣୀ ସ୍ତରରେ ପହଞ୍ଚିଥିବା ଏକ କମ୍ପାନୀ ମହାମାରୀ କରୋନା ଭାଇରସର ସମ୍ଭାବ୍ୟ ଟିକା ବାହାର କରିଥିବା ଦାବି କରିଛି। ଏହି ଟିକାର ପରୀକ୍ଷା ଲ୍ୟାବରେ ସଫଳତାର ସହ ଶେଷ ହୋଇଛି ଏବଂ ଏବେ ଏହା ମଣିଷଙ୍କ ଶରୀରରେ ପରୀକ୍ଷା ହେବାକୁ ପ୍ରସ୍ତୁତ ଥିବା କହିଛି।

ବ୍ରିଟିଶ ଆମେରିକାନ ତମ୍ବାଖୁ କମ୍ପାନୀ ସିଗାରେଟ ନିର୍ମାଣ କରିବାରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ସିଗାରେଟ ଟାଣିବା ଦ୍ୱାରା ଫୁସଫୁସ ଜନିତ କ୍ୟାନସର ହୋଇଥାଏ। କରୋନାରେ ଆକ୍ରାନ୍ତ ବ୍ୟକ୍ତି ଯଦି ସିଗାରେଟ ଟାଣିବେ, ତା’ହେଲେ ଏହା ଅତ୍ୟନ୍ତ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ ସୂଚନା ଜାରି କରିଛି।

ଶୁକ୍ରବାର କମ୍ପାନୀ କହିଛି ଯେ ପରୀକ୍ଷା ମୂଳକ ଭାବେ କରୋନା ମହାମାରୀକୁ ମାତ ଦେବାକୁ ପ୍ରସ୍ତୁତ ହୋଇଥିବା ଟିକା ଲ୍ୟାବ ଟ୍ରାଏଲରେ ସଫଳତା ପାଇଛି। ଏବେ ଏହା ହ୍ୟୁମାନ ଟ୍ରାଏଲ ପାଇଁ ପ୍ରସ୍ତୁତ ରହିଛି। ଟିକା ଦ୍ୱାରା ମଣିଷ ଶରୀରରେ ସକାରାମତ୍କ ଢଙ୍ଗରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

ଆମେରିକାରେ ବର୍ତ୍ତମାନ ଏହି ଟିକାର ହ୍ୟୁମାନ ଟ୍ରାଏଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି କ୍ଲିନିକାଲ ଟ୍ରାଏଲ ପାଇଁ ଏବେ ଅର୍ଥ ଯୋଗାଡ଼ ହେଉଛି ଏବଂ ଆମର ଆଶା ଜୁନ ଶେଷ ବେଳକୁ ଏହାକୁ ଆରମ୍ଭ କରି ସାରିଥିବୁ। ସେହିପରି ଟିକାର ପରୀକ୍ଷା କରିବା ପାଇଁ ଆମେ ଆମେରିକା ଓ ଅନ୍ୟ ଦେଶର ସ୍ୱାସ୍ଥ୍ୟ ଅଧିକାରୀରଙ୍କ ଯୋଗାଯୋଗରେ ରହିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos