ଆମେରିକାକୁ ଟପିବ ଆସନ୍ତା ସାଧାରଣ ନିର୍ବାଚନର ଖର୍ଚ୍ଚ

ନୂଆଦିଲ୍ଲୀ: ଆଜି ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଭାରତରେ ଏଥର ବିଶ୍ୱର ସବୁଠୁ ବ୍ୟୟ ବହୁଳ ନିର୍ବାଚନ ହେବ। ଯାହାକି ଆମେରିକାର ସାଧାରଣ ନିର୍ବାଚନ ଖର୍ଚ୍ଚକୁ ଟପିଯିବ ବୋଲି ଆକଳନ କରାଯାଉଛି। ‘କାରନିଜ ଏଣ୍ଡାଓମେଣ୍ଟ ଫର୍ ଇଣ୍ଟରନ୍ୟାଶନାଲ ପିସ ଥିଙ୍କଟ୍ୟାଙ୍କ’ର ବରିଷ୍ଠ ଅଧିକାରୀ ଏବଂ ଦକ୍ଷିଣ ଏସିଆ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମିଲନ ବୈଷ୍ଣବ ଏହି ଆକଳନ କରିଛନ୍ତି । ୨୦୧୬ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ କଂଗ୍ରେସ ନିର୍ବାଚନରେ ୪୬,୨୧୧ କୋଟି ଟଙ୍କା ଖର୍ଚ୍ଚ […]

election

Subrat Kumar Nayak
  • Published: Sunday, 10 March 2019
  • , Updated: 10 March 2019, 04:58 PM IST

ନୂଆଦିଲ୍ଲୀ: ଆଜି ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଭାରତରେ ଏଥର ବିଶ୍ୱର ସବୁଠୁ ବ୍ୟୟ ବହୁଳ ନିର୍ବାଚନ ହେବ। ଯାହାକି ଆମେରିକାର ସାଧାରଣ ନିର୍ବାଚନ ଖର୍ଚ୍ଚକୁ ଟପିଯିବ ବୋଲି ଆକଳନ କରାଯାଉଛି। ‘କାରନିଜ ଏଣ୍ଡାଓମେଣ୍ଟ ଫର୍ ଇଣ୍ଟରନ୍ୟାଶନାଲ ପିସ ଥିଙ୍କଟ୍ୟାଙ୍କ’ର ବରିଷ୍ଠ ଅଧିକାରୀ ଏବଂ ଦକ୍ଷିଣ ଏସିଆ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମିଲନ ବୈଷ୍ଣବ ଏହି ଆକଳନ କରିଛନ୍ତି ।

୨୦୧୬ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ କଂଗ୍ରେସ ନିର୍ବାଚନରେ ୪୬,୨୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୪ରେ ଭାରତରେ ହୋଇଥିବା ସାଧାରଣ ନିର୍ବାଚନରେ ଏହି ଖର୍ଚ୍ଚର ପରିମାଣ ୩୫, ୫୪୭ କୋଟି ହୋଇଥିଲା। କିନ୍ତୁ ନିର୍ବାଚନରେ ଖର୍ଚ୍ଚ ପରିମାଣ ପ୍ରାୟ ୬୦ ହଜାର କୋଟି ଅର୍ଥାତ ଆମେରିକା ନିର୍ବାଚନ ଖର୍ଚ୍ଚ ଅପେକ୍ଷା ଢେର ଅଧିକ ହେବ ବୋଲି ଆକଳନ କରାଯାଇଛି।

ସେଣ୍ଟର ଫର ମିଡିଆ ଷ୍ଟଡିଜର ସର୍ଭେରେ କର୍ଣ୍ଣାଟକରେ ହୋଇଥିବା ଗତ ବିଧାନସଭା ନିର୍ବାଚନ ଭାରତରେ ସବୁଠୁ ମହଙ୍ଗା ବିଧାନସଭା ନିର୍ବାଚନ ବୋଲି ଉଲ୍ଲେଖ ରହିଛି। ଯେଉଁଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଖର୍ଚ୍ଚ ୯, ୫୦୦ କୋଟିରୁ ୧୦, ୫୦୦ କୋଟି ହୋଇଥିବା ଆକଳନ କରାଯାଇଛି।

Related story