ଆମ୍ୱୁଲାନ୍ସ ପାଇଁ ଦୁଇ କି.ମି ଦୌଡ଼ିଲେ କନଷ୍ଟେବଳ

ହାଇଦ୍ରାବାଦ: ରାଜପଥରେ ଲାଗିଛି ଲମ୍ୱା ଲାଇନ୍। ଗାଡ଼ି ପଛକୁ ଗାଡ଼ି, ପାଖାପାଖି ଦୁଇ କିଲୋମିଟର ପର୍ଯ୍ୟନ୍ତ ଏଭଳି ଲମ୍ୱା ଲାଇନ୍ ଲାଗିଛି। ଆଉ ଏହି ଭିଡରେ ଫସିଯାଇଛି ଆମ୍ୱୁଲାନ୍ସ। ଆଗରେ ଲମ୍ୱା ଲାଇନ୍ ଲାଗିଥିବାରୁ ରାସ୍ତା ପାରି ହୋଇ ଠିକ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚିବା ସମ୍ଭବ ନଥିଲା। ଏହି ସମୟରେ ଜଣେ କନଷ୍ଟେବଳ ଆମ୍ୱୁଲାନ୍ସ ଆଗରେ ଦୌଡ଼ି ଦୌଡ଼ି ଯାଇ ଆମ୍ୱୁଲାନ୍ସକୁ ଟ୍ରାଫିକ୍ ଜାମରୁ ମୁକୁଳାଇଛନ୍ତି। ଏଭଳି ଘଟଣା ଘଟିଛି, ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ। କନଷ୍ଟେବଳ […]

constebal

Subhransu Sekhar
  • Published: Thursday, 05 November 2020
  • , Updated: 05 November 2020, 06:49 PM IST

ହାଇଦ୍ରାବାଦ: ରାଜପଥରେ ଲାଗିଛି ଲମ୍ୱା ଲାଇନ୍। ଗାଡ଼ି ପଛକୁ ଗାଡ଼ି, ପାଖାପାଖି ଦୁଇ କିଲୋମିଟର ପର୍ଯ୍ୟନ୍ତ ଏଭଳି ଲମ୍ୱା ଲାଇନ୍ ଲାଗିଛି। ଆଉ ଏହି ଭିଡରେ ଫସିଯାଇଛି ଆମ୍ୱୁଲାନ୍ସ। ଆଗରେ ଲମ୍ୱା ଲାଇନ୍ ଲାଗିଥିବାରୁ ରାସ୍ତା ପାରି ହୋଇ ଠିକ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚିବା ସମ୍ଭବ ନଥିଲା। ଏହି ସମୟରେ ଜଣେ କନଷ୍ଟେବଳ ଆମ୍ୱୁଲାନ୍ସ ଆଗରେ ଦୌଡ଼ି ଦୌଡ଼ି ଯାଇ ଆମ୍ୱୁଲାନ୍ସକୁ ଟ୍ରାଫିକ୍ ଜାମରୁ ମୁକୁଳାଇଛନ୍ତି।

ଏଭଳି ଘଟଣା ଘଟିଛି, ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ। କନଷ୍ଟେବଳ ଜି. ବାବଜି ପାଖାପାଖି ଦୁଇ କିଲୋମିଟର ଦୌଡ଼ି ଦୌଡ଼ି ଗହଳି ହଟାଇଛନ୍ତି। ସୋଶାଲ ମିଡିଆରେ ଜି.ବାବଜିଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

https://youtu.be/9AhZugZHp8I

Related story