ପାର୍ବଣରେ ମହଙ୍ଗା ହେବ ରେଳଯାତ୍ରା

ନୂଆଦିଲ୍ଲୀ: ଏଣିକି ପର୍ବପର୍ବାଣୀରେ ରେଳ ଯାତ୍ରା ମହଙ୍ଗା ପଡ଼ିପାରେ। ଖାଲି ସେତିକି ନୁହଁ ଯାତ୍ରୀ ପସନ୍ଦ ମୁତାବକ ସିଟ୍‌ରେ ବସିଲେ ଅଧିକ ଚାର୍ଜ ଦେବାକୁ ବି ପଡ଼ିପାରେ। ଏଭଳି ଅନେକ କିଛି ପରିବର୍ତ୍ତନ କରିବାକୁ ଯାଉଛି ରେଳବାଇ। ଭଡ଼ା ନିୟନ୍ତ୍ରଣ ଓ ସମୀକ୍ଷା କମିଟି ଦେଇଥିବା ପ୍ରସ୍ତାବକୁ ଯଦି ରେଳବାଇ ମଞ୍ଜୁରି ଦିଏ ତାହେଲେ ଯାତ୍ରୀଙ୍କ ପାଇଁ ଏହି ନୂଆ ଭଡ଼ା ଲାଗୁ ହେବ। ଖୁବ୍‌ଶୀଘ୍ର ରେଳ ବିଭାଗ ଡାଇନାମିକ୍‌ ପ୍ରାଇସିଂ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। […]

ticket-counterr copy

ticket-counterr copy

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 09:44 AM IST

Sports

Latest News

ନୂଆଦିଲ୍ଲୀ: ଏଣିକି ପର୍ବପର୍ବାଣୀରେ ରେଳ ଯାତ୍ରା ମହଙ୍ଗା ପଡ଼ିପାରେ। ଖାଲି ସେତିକି ନୁହଁ ଯାତ୍ରୀ ପସନ୍ଦ ମୁତାବକ ସିଟ୍‌ରେ ବସିଲେ ଅଧିକ ଚାର୍ଜ ଦେବାକୁ ବି ପଡ଼ିପାରେ। ଏଭଳି ଅନେକ କିଛି ପରିବର୍ତ୍ତନ କରିବାକୁ ଯାଉଛି ରେଳବାଇ। ଭଡ଼ା ନିୟନ୍ତ୍ରଣ ଓ ସମୀକ୍ଷା କମିଟି ଦେଇଥିବା ପ୍ରସ୍ତାବକୁ ଯଦି ରେଳବାଇ ମଞ୍ଜୁରି ଦିଏ ତାହେଲେ ଯାତ୍ରୀଙ୍କ ପାଇଁ ଏହି ନୂଆ ଭଡ଼ା ଲାଗୁ ହେବ। ଖୁବ୍‌ଶୀଘ୍ର ରେଳ ବିଭାଗ ଡାଇନାମିକ୍‌ ପ୍ରାଇସିଂ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଏହାର ଅର୍ଥ ହେଲା କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଲାଗୁ ହେଉଥିବା ନୂତନ ଦର। ଏଭଳି ଦର ବ୍ୟବସ୍ତା ବିମାନ ଓ ହୋଟେଲ୍ ଗୁଡ଼ିକ କ୍ଷେତ୍ରରେ ଲାଗିଥାଏ। ଏବେ ଏବି ବ୍ୟବସ୍ଥା ରେଳ  ବିଭାଗ ନିଜ କ୍ଷେତ୍ରେର ଲାଗୁ କରିବାକୁ ବିଚାର କରୁଛି ।

ଯେପରି ବିମାନ ଆଗ ସିଟ୍‌ରେ ବସି ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଅଧିକ ଭଡ଼ା ଦେବାକୁ ପଡ଼େ ସେହିପରି ଟ୍ରେନ୍‌ରେ ମଧ୍ୟ ପସନ୍ଦ ମୁତାବକ ସିଟ୍‌ ପାଇଁ ଭଡ଼ା ଦେବାକୁ ପଡ଼ିବ। ଏନେଇ ଭଡ଼ା ନିୟନ୍ତ୍ରଣ ଓ ସମୀକ୍ଷା କମିଟି ଏକ ପ୍ୟାନେଲ୍‌ ରେଳବାଇ ବୋର୍ଡକୁ ସୁପାରିସ କରିଛି। ପ୍ୟାନେଲ୍ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଟ୍ରେନ୍ ଓ ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ବର୍ଦ୍ଧିତ ଭଡା ଲାଗୁ ହେବ। ଯାହାକି ନିର୍ଦ୍ଦିଷ୍ଟ ସମୟରେ ଲାଗୁ କରାଯିବ। ନିକଟରେ ରେଳ ମନ୍ତ୍ରୀ ପିୟୁସ୍ ଗୋୟେଲ ବିଭାଗର ଫ୍ଲେକ୍ସି ଫେୟାର ସିଷ୍ଟମର ସମୀକ୍ଷା କରିଥିଲେ। ଏଥିରେ ଜଣା ପଡ଼ିଥିଲା ଯେ ୨୫୦ରୁ ଅଧିକ ଟ୍ରେନ୍‌ ୫୦ ପ୍ରତିଶତରୁ କମ ଆୟ କରିଛି। ତେଣୁ ଭଡ଼ା ନିୟନ୍ତ୍ରଣ ସହିତ ଭିଡ଼ ନିୟନ୍ତ୍ରଣ ପାଇଁ ଏପରି ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି।

ଖବର ଅନୁଯାୟୀ ଡାଇନାମିକ ପ୍ରାଇସିଂ ବ୍ୟବସ୍ଥାରେ ସିଟ୍‌ ଅନୁସାରେ ଟିକେଟ୍‌ର ଭଡ଼ା ବୃଦ୍ଧି କରାଯିବ। ଏଥିରେ ଗାଡ଼ିରେ ଭିଡ଼କୁ ନେଇ ଗ୍ରାହକଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ଡିସ୍‌କାଉଣ୍ଟ ମିଳିପାରେ। କିନ୍ତୁ ଯଦି ଗାଡ଼ିରେ ଅଧିକ ଲୋଡ଼ ଥାଏ ତାହେଲେ ଏହାର ଭଡ଼ା ୧୦ରୁ ୨୦ ପ୍ରତିଶତ ବଢ଼ାଇ ଦିଆଯାଇପାରେ। ବର୍ତ୍ତମାନ ରେଳବାଇ କ୍ରିସ(ରେଳବାଇକୁ କମ୍ପ୍ୟୁଟର ସଫ୍ଚୱେର ଯୋଗାଉଥିବା କମ୍ପାନୀ)କୁ ପ୍ରତ୍ୟେକ ରେଳ ଜୋନ୍‌କୁ କେତୋଟି ନିର୍ଦ୍ଦିଷ୍ଟ ଟ୍ରେନ ପାଇଁ ଟିକେଟିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ କୁହାଯାଇଛି। ଏହି ବ୍ୟବସ୍ଥା ଫେବୃଆରୀ ମାସରେ ଲାଗୁ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story