ଲିଫ୍ଟ ଦେଇ ଟଣାଓଟରା କଲେ, ଅମଙ୍ଗ ହେବାରୁ ଗୁଳି ମାରିଦେଲେ

ନୂଆଦିଲ୍ଲୀ: ଜଣେ ୨୧ ବର୍ଷର କିନ୍ନରଙ୍କୁ କାର୍‌ରେ ଲିଫ୍ଟ ଦେବାପରେ ଟଣା ଓଟରା କରି ଯୌନ ସମ୍ପର୍କ ପାଇଁ ବାଧ୍ୟ କରିବା ପରେ ସେ ଅମଙ୍ଗ ହେବାରୁ ତାଙ୍କୁ ଗୁଳି ମାଡ଼ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ନୂଆଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଏପରିକି ତାଙ୍କୁ ଗୁଳିମାରି ଗୁରୁତର ଆହତ କରିବାପରେ ଚଳନ୍ତା କାର୍‌ରୁ ହିଁ ତାଙ୍କୁ ଫୋପାଡ଼ି ଦେଇ ଚାଲିଯାଇଥିବା ଜଣାଯାଇଛି। ପୁଲିସ୍‌ ସୂଚନା ଅନୁଯାୟୀ ରାତି ୧୨.୩୮ ବେଳକୁ ହଜରତ୍‌ […]

lift

Subrat Kumar Nayak
  • Published: Wednesday, 23 January 2019
  • , Updated: 23 January 2019, 10:41 PM IST

ନୂଆଦିଲ୍ଲୀ: ଜଣେ ୨୧ ବର୍ଷର କିନ୍ନରଙ୍କୁ କାର୍‌ରେ ଲିଫ୍ଟ ଦେବାପରେ ଟଣା ଓଟରା କରି ଯୌନ ସମ୍ପର୍କ ପାଇଁ ବାଧ୍ୟ କରିବା ପରେ ସେ ଅମଙ୍ଗ ହେବାରୁ ତାଙ୍କୁ ଗୁଳି ମାଡ଼ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ନୂଆଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଏପରିକି ତାଙ୍କୁ ଗୁଳିମାରି ଗୁରୁତର ଆହତ କରିବାପରେ ଚଳନ୍ତା କାର୍‌ରୁ ହିଁ ତାଙ୍କୁ ଫୋପାଡ଼ି ଦେଇ ଚାଲିଯାଇଥିବା ଜଣାଯାଇଛି।

ପୁଲିସ୍‌ ସୂଚନା ଅନୁଯାୟୀ ରାତି ୧୨.୩୮ ବେଳକୁ ହଜରତ୍‌ ନିଜାମୁଦ୍ଦିନ୍ ନାମକ ଜଣେ ବ୍ୟକ୍ତି ବ୍ୟସ୍ତ ହୋଇ ପୁଲିସ୍‌କୁ ଫୋନ୍‌ କରିଥିଲେ ଯେ ଜଣେ ଯୁବତୀଙ୍କୁ ବାରପଲ୍ଲା ପୋଲ ନିକଟରେ ଗୁଳି ମାଡ଼ କରାଯାଇଛି।

ଏକ ପୁଲିସ୍‌ ଟିମ୍‌ ହସ୍ପିଟାଲରେ ପହଞ୍ଚିବା ପରେ ଜାଣିଥିଲେ ସେ ଜଣେ କିନ୍ନର ଏବଂ ତାଙ୍କର ତଳିପେଟକୁ ଗୁଳିମାଡ଼ କରାଯାଇଥିଲା। ଏହାପରେ ସିସିଟିଭି ଯାଞ୍ଚ କରାଯିବାରୁ ସେମାନେ ଏକ ଟ୍ୟାକ୍ସିରେ ଥିଲେ ଏବଂ ମୂଲଚାନ୍ଦ ହସ୍ପିଟାଲ ଆଡ଼କୁ ଯାଇଥିବା ଜଣାଯାଇଥିଲା। ଏହା ପରଦିନ ସକାଳୁ ଏହି ଟ୍ୟାକ୍ସିକୁ କୌଶଳ କ୍ରମେ ଧରାଯାଇଥିଲା। ତା’ର ନାଁ ସାଗର କୁମାର ବୋଲି ଜଣାଯାଇଛି, ଯେକି ୨୪ ବର୍ଷ ବୟସର।

ସେ କହିବା ଅନୁଯାୟୀ, ତା’ର ସହଯୋଗୀ ଚନ୍ଦ୍ର କାନ୍ତ କିନ୍ନର ଜଣଙ୍କୁ ଲିଫ୍ଟ ଦେଇଥିଲା ଏବଂ ଯୌନ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା। କିନ୍ତୁ ସେ ମନା କରିଥିଲା। ଫଳରେ କ୍ରୋଧିତ ଚନ୍ଦ୍ର ଏକ ଦେଶୀ ପିସ୍ତଲରେ ଗୁଳି ମାରିଦେଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରକୁ ପୁଲିସ୍‌ ଗିରଫ କରିପାରିନାହିଁ ଏବଂ କିଛି ଅସ୍ତ୍ରୋପଚାର ପରେ କିନ୍ନର ଜଣକ ବର୍ତ୍ତମାନ ସୁସ୍ଥ ଅଛନ୍ତି।

Related story