ଭୋଟିଂ ବେଳେ ଭୋଟରଙ୍କୁ ଝାଲ ମୁଢ଼ି ପରେ ମୃଦୁ ପାନୀୟ ବାଣ୍ଟିଲା ଟିଏମସି

କୋଲକାତା: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ବେଳେ ଭୋଟରଙ୍କୁ ମୃଦୁ ପାନୀୟ ଦେଇ ଟିଏମସି କର୍ମୀ ଭୋଟ ଦେବାକୁ ପରୋକ୍ଷରେ ଆହ୍ୱାନ କରିଥିବା ଦେଖିବାକୁ ମିଳିଛି। ଶ୍ରୀରାମପୁର ନିର୍ବାଚନ ମଣ୍ଡଳୀରେ ଟିଏମସି କର୍ମୀ ଏପରି କରିଥିବା ଜାତୀୟ ଖବର ସରବରାହ ସଂସ୍ଥା ଆଇଏଏନଏସ ପ୍ରକାଶ କରିଛି। ଏହା ପୂର୍ବରୁ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଉତ୍ତର ବେଙ୍ଗଲ ରାଇଗଞ୍ଜ ଲୋକସଭା ଆସନର ଇସଲାମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୦ ଟଙ୍କା ଲେଖାଏଁ ଟିଫିନ […]

westbengal polling

Subhransu Sekhar
  • Published: Monday, 06 May 2019
  • , Updated: 06 May 2019, 06:05 PM IST

କୋଲକାତା: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ବେଳେ ଭୋଟରଙ୍କୁ ମୃଦୁ ପାନୀୟ ଦେଇ ଟିଏମସି କର୍ମୀ ଭୋଟ ଦେବାକୁ ପରୋକ୍ଷରେ ଆହ୍ୱାନ କରିଥିବା ଦେଖିବାକୁ ମିଳିଛି। ଶ୍ରୀରାମପୁର ନିର୍ବାଚନ ମଣ୍ଡଳୀରେ ଟିଏମସି କର୍ମୀ ଏପରି କରିଥିବା ଜାତୀୟ ଖବର ସରବରାହ ସଂସ୍ଥା ଆଇଏଏନଏସ ପ୍ରକାଶ କରିଛି।

ଏହା ପୂର୍ବରୁ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଉତ୍ତର ବେଙ୍ଗଲ ରାଇଗଞ୍ଜ ଲୋକସଭା ଆସନର ଇସଲାମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୦ ଟଙ୍କା ଲେଖାଏଁ ଟିଫିନ ଖର୍ଚ୍ଚ ଟିଏମସି କର୍ମୀ ବାଣ୍ଟିଥିବା ଜଣାପଡ଼ିଛି।

ଏ ନେଇ ସ୍ଥାନୀୟ ଟିଏମସି କର୍ମୀ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ଏହି ଟଙ୍କା ନିଜ ପକେଟରୁ ଭୋଟରଙ୍କ ଟିଫିନ ଖର୍ଚ୍ଚ ଭାବେ ଦେଇଛନ୍ତି। ଏଥିପାଇଁ ଦଳ ପଇସା ଦେଇ ନାହିଁ ବୋଲି କହିଥିଲେ।

ସେହିପରି ଏପ୍ରିଲ ୨୩ ତାରିଖରେ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବଲୁରଘାଟ ଲୋକସଭାରେ ଟିଏମସି କର୍ମୀ ଝାଲ ମୁଢି଼ ବାଣ୍ଟିଥିବା ଜଣାପଡ଼ିଛି।

Related story