ତିନ୍‌ ତଲାକ୍‌ ବିଲ୍‌ ଉପରେ କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ: ମୁସଲମାନ୍‌ ସମ୍ପ୍ରଦାୟର ତିନ୍  ତଲାକ୍‌ ଏଣିକି ଅବୈଧ ହେବ। ଏହି ସମ୍ପ୍ରଦାୟର ବିବାହିତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ପ୍ରଥା ଉପରେ ପ୍ରତିବନ୍ଧକ ଲଗାବାର ଯୋଜନା କରିଛନ୍ତି। ଏଣିକି ଏହି ବ୍ୟବସ୍ଥା କ୍ରମଶଃ ଆଇନ୍‌ ଢାଲେରେ ଅଧିକ ସୁଦୃଢ ହେବ ବୋଲି କୁହାଯାଉଛି। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ତିନ୍‌ ତଲାକ ବିଲ୍‌ ଉପରେ ମୋହର ମାରିଛି। ଯାହା ଆଗାମୀ ଶୀତ ଅଧିବେଶନ ବେଳେ ପାର୍ଲିଆମେଣ୍ଟର ଉପସ୍ଥାପିତ ହେବ। “ଟ୍ରିପଲ୍‌ ତଲାକ୍‌” ବିଲ୍‌  ବା The […]

04_04_2017-teen-talaq

04_04_2017-teen-talaq

Rakesh Mallick
  • Published: Friday, 15 December 2017
  • Updated: 15 December 2017, 04:12 PM IST

Sports

Latest News

ନୂଆଦିଲ୍ଲୀ: ମୁସଲମାନ୍‌ ସମ୍ପ୍ରଦାୟର ତିନ୍  ତଲାକ୍‌ ଏଣିକି ଅବୈଧ ହେବ। ଏହି ସମ୍ପ୍ରଦାୟର ବିବାହିତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ପ୍ରଥା ଉପରେ ପ୍ରତିବନ୍ଧକ ଲଗାବାର ଯୋଜନା କରିଛନ୍ତି। ଏଣିକି ଏହି ବ୍ୟବସ୍ଥା କ୍ରମଶଃ ଆଇନ୍‌ ଢାଲେରେ ଅଧିକ ସୁଦୃଢ ହେବ ବୋଲି କୁହାଯାଉଛି। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ତିନ୍‌ ତଲାକ ବିଲ୍‌ ଉପରେ ମୋହର ମାରିଛି। ଯାହା ଆଗାମୀ ଶୀତ ଅଧିବେଶନ ବେଳେ ପାର୍ଲିଆମେଣ୍ଟର ଉପସ୍ଥାପିତ ହେବ।

“ଟ୍ରିପଲ୍‌ ତଲାକ୍‌” ବିଲ୍‌  ବା The Muslim Women (ବିବାହ ଅଧିକାର ସଂରକ୍ଷଣ) Bill, ୨୦୧୭ ମୁସଲିମ୍‌ ମହିଳାମାନଙ୍କ ପାଇଁ ରହିଥିବା ମୌଖିକ ଛାଡପତ୍ର ବ୍ୟବସ୍ଥାର ମଳୋତ୍ପାଟନ ଓ ସେମାନଙ୍କ ବିବାହକୁ ସୁରକ୍ଷିତ କରିବା ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଉଛି। ସରକାରୀ ବିଧି ବ୍ୟବସ୍ଥା ମୁତାବକ ଏଭଳି ତଲାକ୍‌ ବା ଛାଡପତ୍ର ଦେଲେ ସମ୍ପୃକ୍ତ ବ୍ୟକ୍ତି ଦଣ୍ଡିତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos