ନୂଆଦିଲ୍ଲୀ: ଲୋକସଭାରେ ପାରିତ ହୋଇଯାଇଛି ମୁସ୍ଲିମ୍ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଧେୟକ-୨୦୧୭ ସର୍ବସମ୍ମତ ପାରିତ ହୋଇଛି। ବିଲ୍ରେ ସଂଶୋଧନ ନେଇ ଆସିଥିବା ସମସ୍ତ ପ୍ରସ୍ତାବ ନାକଚ ହୋଇଯିବା ପରେ ବାଚସ୍ପତି ସୁମିତ୍ରା ମହାଜନ ବିଲ୍ ପାସ୍ ନେଇ ଘୋଷଣା କରିଥିଲେ। ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ।
ମୁସ୍ଲିମ୍ ମହିଳାଙ୍କୁ ନ୍ୟାୟ ଓ ଲିଙ୍ଗଗତ ସମାନତା ଦେବାରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ର ସରକାର କହିଛନ୍ତି। ଲୋକସଭାରେ ବିଲ୍ ଉପସ୍ଥାପନ କରିବା ପରେ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ରାଜନୈତିକ ଦୃଷ୍ଟିକୋଣରେ ନ ଦେଖିବାକୁ ଅନୁରୋଧ କରିଥିଲେ। ଏହାସହ ସେ କହିଥିଲେ- ଏହାକୁ କୌଣସି ଧର୍ମ ସହ ଯୋଡ଼ା ନଯାଉ। ରାଜନୈତିକ ମତଭେଦକୁ ଛାଡି ବିଲ୍ ପାସ୍ରେ ସହଯୋଗ କରିବାକୁ ସେ ସବୁ ସାଂସଦଙ୍କୁ ଅନୁରୋଧ କରିଥିଲେ।
କଂଗ୍ରେସ ବିଲ୍କୁ ସମର୍ଥନ କରିଥିଲେ ବି ଏଥିରେ କିଛି ତ୍ରୁଟି ଥିବା ଅଭିଯୋଗ କରିଥିଲା। ଏହି ତ୍ରୁଟିର ଦୁରୂପଯୋଗ ହେବାର ଆଶଙ୍କା କରିବା ସହ ମହିଳାଙ୍କ ଭରଣପୋଷଣ ଓ ଭତ୍ତା ପାଇଁ କ’ଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।