ଡେରିରେ ଉଠିବାରୁ ଦଣ୍ଡ, ତଲାକ୍‌ !

ରାମପୁର(ଉତ୍ତରପ୍ରଦେଶ): ୩ ତଲାକ୍‌ ଭଳି କୁତ୍ସିତ ତଥା ବର୍ବର ପରମ୍ପରାରେ ରୋକ୍‌ ଲାଗାଇବାକୁ ସରକାର ପଦକ୍ଷେପ ନେବା ଆରମ୍ଭ କରିଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ଆଜି ଏ ନେଇ ପାର୍ଲିଆମେଣ୍ଟରେ ବିଲ୍‌ ପାରିତ ହେବାକୁ ଥିବା ବେଳେ ଏଭଳି ବେଆଇନ୍‌ ତଲାକ୍ ଦିଆଯିବା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ। ରାଜ୍ୟର ରାମପୁର ଥାନାରେ ଜଣେ ମହିଳା… ଥାନାରେ ଗୁରୁବାର ସକାଳେ ଏ ନେଇ ଅଭିଯୋଗ କରିଛନ୍ତି। ତଲାକ୍‌ର କାରଣ ସମ୍ପର୍କରେ ଜାଣି ଆପଣ ଆଶ୍ଚର୍ଯ୍ୟ […]

vv

vv

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 10:58 AM IST

Sports

Latest News

ରାମପୁର(ଉତ୍ତରପ୍ରଦେଶ): ୩ ତଲାକ୍‌ ଭଳି କୁତ୍ସିତ ତଥା ବର୍ବର ପରମ୍ପରାରେ ରୋକ୍‌ ଲାଗାଇବାକୁ ସରକାର ପଦକ୍ଷେପ ନେବା ଆରମ୍ଭ କରିଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ଆଜି ଏ ନେଇ ପାର୍ଲିଆମେଣ୍ଟରେ ବିଲ୍‌ ପାରିତ ହେବାକୁ ଥିବା ବେଳେ ଏଭଳି ବେଆଇନ୍‌ ତଲାକ୍ ଦିଆଯିବା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ। ରାଜ୍ୟର ରାମପୁର ଥାନାରେ ଜଣେ ମହିଳା... ଥାନାରେ ଗୁରୁବାର ସକାଳେ ଏ ନେଇ ଅଭିଯୋଗ କରିଛନ୍ତି। ତଲାକ୍‌ର କାରଣ ସମ୍ପର୍କରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ସାମାନ୍ୟ ଘଟଣାକୁ କେନ୍ଦ୍ରକରି ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ତଲାକ୍‌ ଦେଇଥିବା ଥାନାରେ ଅଭିଯୋଗ ହୋଇଛି।

“ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକାମ କରୁଥିଲେ ବୋଲି ଶୋଇବା ବେଳକୁ ଡେରି ହୋଇଗଲା। ରୋତି ବହୁତ ହୋଇଥିଲେ ବି ନିଦ ହେଲାନି। ସେ(ସ୍ୱାମୀ) ମୋତେ ମାଡ ବି ମାରିଥିଲେ। ପାହାନ୍ତିଆରୁ ଆଖି ଲାଗିଯିବାରୁ ଉଠିବାକୁ ଟିକେ ଡେରି ହେଲା। ଏହି କାରଣକୁ ନେଇ ମୋ ସ୍ୱାମୀ ମୋତେ ତଲାକ୍‌ ଦେଇଛନ୍ତି।”  ଗୁରୁବାର ସକାଳେ ରାମପୁର ଜିଲା ଆଜିମନଗର ଥାନାରେ ଜଣେ ବୁର୍ଖପିନ୍ଧା ମହିଳା ଏଭଳି ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ଜଣାପଡିଛି।

ସୂଚନାଯାଗ୍ୟ, ୩ ତଲାକ୍‌ ଭଳି କୁତ୍ସିତ ପରମ୍ପରାକୁ ରୋକିବାକୁ କେନ୍ଦ୍ର ସରକାର ଆଇନ୍‌ ଆଣିବାକୁ ଯାଉଛନ୍ତି। ପୂର୍ବରୁ ଏହି ବିଲ୍‌ ଉପରେ କ୍ୟାବିନେଟ୍‌ ମୋହର ବାଜି ସାରିଥିବା ବେଳେ ସଂସଦରେ ପରିତ ହେବା ପରେ ଏହାକୁ ଆଇନ୍‌ର ରୂପ ଦେବାକୁ ପରବର୍ତ୍ତି ପଦକ୍ଷେପ ନିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos