'ଟ୍ରିପିଲ୍ ତଲାକ' ବିଲର ସମୀକ୍ଷା କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରର ସଦ୍ୟ ‘ଟ୍ରିପିଲ୍ ତଲାକ୍’ ଆଇନ ବାବଦରେ ସମୀକ୍ଷା କରିବେ ସୁପ୍ରିମକୋର୍ଟ। ଆଜି ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସର୍ବୋଚ୍ଚ କୋର୍ଟ। ଗତମାସରେ ଏହି ତିନି ତଲାକ୍ ବିଲ୍ ସଂସଦର ଉଭୟ ସଦନରେ ପାରିତ ହୋଇଥିଲା। ଏହି ବିଲ୍ ପାସ ହେବା ପରେ କୌଣସି ମୁସଲିମ୍ ମହିଳାଙ୍କୁ ତତ୍କାଳ ଛାଡପତ୍ର ଦେଲେ ତାହା ଆଇନ ଅନୁସାରେ ଅପରାଧ ବୋଲି କେନ୍ଦ୍ର ସରକାର ବିବେଚନା କରିଥିଲେ। ଏଥିସହ ଅଭିଯୁକ୍ତକୁ ୩ ବର୍ଷ ଯାଏ ଜେଲ […]

triple-talaq

Subhransu Sekhar
  • Published: Friday, 23 August 2019
  • , Updated: 23 August 2019, 02:27 PM IST

ନୂଆଦିଲ୍ଲୀ: କେନ୍ଦ୍ରର ସଦ୍ୟ ‘ଟ୍ରିପିଲ୍ ତଲାକ୍’ ଆଇନ ବାବଦରେ ସମୀକ୍ଷା କରିବେ ସୁପ୍ରିମକୋର୍ଟ। ଆଜି ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସର୍ବୋଚ୍ଚ କୋର୍ଟ।

ଗତମାସରେ ଏହି ତିନି ତଲାକ୍ ବିଲ୍ ସଂସଦର ଉଭୟ ସଦନରେ ପାରିତ ହୋଇଥିଲା। ଏହି ବିଲ୍ ପାସ ହେବା ପରେ କୌଣସି ମୁସଲିମ୍ ମହିଳାଙ୍କୁ ତତ୍କାଳ ଛାଡପତ୍ର ଦେଲେ ତାହା ଆଇନ ଅନୁସାରେ ଅପରାଧ ବୋଲି କେନ୍ଦ୍ର ସରକାର ବିବେଚନା କରିଥିଲେ। ଏଥିସହ ଅଭିଯୁକ୍ତକୁ ୩ ବର୍ଷ ଯାଏ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।

ଏହାପରେ ଦିଲ୍ଲୀର ଜଣେ ଓକିଲ ସାହିଦ୍‌ ଅଲ୍ଲୀ ମଧ୍ୟ ସୁପ୍ରିମ୍‌କୋର୍ଟରେ ଏହି ବିଲ୍‌ ବିରୋଧରେ ଆବେଦନ କରିଥିଲେ। ସେ ଦର୍ଶାଇଥିଲେ ଯେ ଏହି ବିଲ୍‌ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ର ଉଲ୍ଲଂଘନ କରୁଛି।

ସେହିପରି କେନ୍ଦ୍ରର ଏହି ନିଷ୍ପତ୍ତିକୁ ଅସାମ୍ୱିଧାନିକ ବୋଲି କହି କେରଳର ସୁନ୍ନି ସମ୍ପ୍ରଦାୟର ଏକ ମୁସଲିମ୍‌ ସଂଗଠନ ‘ସମସ୍ଥା କେରଳ ଜମାଇତୁଲ ଉଲେମା’ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା।

Related story