ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, ତ୍ରିପୁରାରେ ସର୍ବାଧିକ ୮୧.୮% ଭୋଟ୍‌

ନୂଆଦିଲ୍ଲୀ: ଦେଶରେ ପରବର୍ତ୍ତୀ ସରକାର କିଏ ଗଢ଼ିବ ସେଥିପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। କେଉଁଠି ହିଂସା ତ ଆଉ କେଉଁଠି ନକ୍ସଲଙ୍କ ହମ୍‌ଲାର ଖବର ଆସି ପହଞ୍ଚିଛି। ସେହିପରି ଇଭିଏମ ତ୍ରୁଟି ସାଙ୍ଗକୁ ଭୋଟର ଲିଷ୍ଟରୁ ଲୋକଙ୍କ ନାଁ ହଟିବା ଅଭିଯୋଗ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍‌ ଶେଷ ହୋଇଛି। ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଲୋକସଭା ଆସନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭାଗ୍ୟ […]

sas

sas

Hemant Lenka
  • Published: Thursday, 11 April 2019
  • Updated: 11 April 2019, 08:52 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ପରବର୍ତ୍ତୀ ସରକାର କିଏ ଗଢ଼ିବ ସେଥିପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। କେଉଁଠି ହିଂସା ତ ଆଉ କେଉଁଠି ନକ୍ସଲଙ୍କ ହମ୍‌ଲାର ଖବର ଆସି ପହଞ୍ଚିଛି। ସେହିପରି ଇଭିଏମ ତ୍ରୁଟି ସାଙ୍ଗକୁ ଭୋଟର ଲିଷ୍ଟରୁ ଲୋକଙ୍କ ନାଁ ହଟିବା ଅଭିଯୋଗ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍‌ ଶେଷ ହୋଇଛି। ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଲୋକସଭା ଆସନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ ମେସିନ୍‌ରେ ସିଲ୍‌ ହୋଇଯାଇଛି। ଆସନ୍ତା ମେ' ୨୩ରେ ଇଭିଏମ ମେସିନ୍‌ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ।

ନକ୍ସଲଙ୍କ ନାଲିଆଖି ଓ ବିଚ୍ଛିନ୍ନତାବାଦୀଙ୍କ ଧମକ ସତ୍ତ୍ୱେ ଆଜି ବିପୁଳ ସଂଖ୍ୟାରେ ଲୋକ ଭୋଟ୍‌ ଦେଇ ସେମାନଙ୍କ ଜନ ପ୍ରତିନିଧିଙ୍କୁ ବାଛିଛନ୍ତି। ପ୍ରଥମ ପର୍ଯ୍ୟାୟରେ ତ୍ରିପୁରା ଓ ପଶ୍ଚିମବଙ୍ଗରେ ସର୍ବାଧିକ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ତ୍ରିପୁରାର ଗୋଟିଏ ଆସନ ପାଇଁ ଆଜି ଭୋଟ୍‌ ହୋଇଥିଲା। ଏଠାରେ ଭୋଟ ହାର ସର୍ବାଧିକ ୮୧.୮% ରହିଛି। ସେହିପରି ପଶ୍ଚିମବଙ୍ଗର ୨ଟି ଲୋକସଭା ଆସନ ପାଇଁ ଭୋଟ ହୋଇଥିଲା। ଏଠାରେ ଭୋଟହାର ୮୧% ରହିଛି।

ନକ୍ସଲଙ୍କ ଧମକ ସତ୍ତ୍ୱେ ଛତିଶଗଡ଼ରେ ୫୬% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ଦାନ୍ତେୱାଡ଼ାରେ ୭୭% ଭୋଟ୍‌ ଗ୍ରହଣ ହୋଇଛି। ଆଣ୍ଡାମାନ ନିକୋବରରେ ୭୦.୬୭%, ଲାକ୍ଷାଦ୍ୱୀପରେ ୬୬%, ତେଲେଙ୍ଗାନାରେ ୬୦%, ଜମ୍ମୁ-କଶ୍ମୀରରେ ୫୪.୪୯%, ଉତ୍ତରାଖଣ୍ଡରେ ୫୭.୮୫%, ଆନ୍ଧ୍ରପ୍ରଦେଶରେ ୬୬%, ସିକ୍କିମରେ ୬୯%, ମିଜୋରାମରେ ୬୬%, ନାଗାଲ୍ୟାଣ୍ଡରେ ୭୮%, ମଣିପୁରରେ ୭୮.୨%, ତ୍ରିପୁରାରେ ୮୧.୮%, ମହାରାଷ୍ଟ୍ରରେ ୫୬%, ମେଘାଳୟରେ ୬୭.୧୬%, ଉତ୍ତର ପ୍ରଦେଶରେ ୬୩.୬୯% ଓ ଆସାମରେ ୬୮% ଭୋଟ୍‌ ଗ୍ରହଣ ହୋଇଛି।

ଆଜି ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ସେହିପରି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ପାଇଁ ମଧ୍ୟ ଭୋଟ୍‌ ଗ୍ରହଣ ହୋଇଛି। ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମର ସମସ୍ତ ବିଧାନସଭା ସଭା ଆସନ ପାଇଁ ଭୋଟ୍‌ ହୋଇଥିବା ବେଳେ ଓଡ଼ିଶାରେ ୪ ଲୋକସଭା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି।

ଆଜି ଆସାମର ୫ଟି, ଅରୁଣାଚଳ ପ୍ରଦେଶର ୨ଟି, ବିହାରର ୪ଟି, ଉତ୍ତର ପ୍ରଦେଶର ୮ଟି, ତେଲେଙ୍ଗାନାର ସମସ୍ତ ୧୭ଟି ଲୋକସଭା ଆସନ, ଆନ୍ଧ୍ରପ୍ରଦେଶର ୨୫ଟି, ମହାରାଷ୍ଟ୍ରର ୭ଟି, ଉତ୍ତରାଖଣ୍ଡରେ ୫ଟି, ଛତିଶଗଡ଼ରେ ଗୋଟିଏ, ଜମ୍ମୁ କଶ୍ମୀରରେ ୨ଟି, ମଣିପୁରରେ ଗୋଟିଏ, ମେଘାଳୟରେ ୨ଟି, ମିଜୋରାମରେ ଗୋଟିଏ, ନାଗାଲାଣ୍ଡର ୨ଟି, ତ୍ରିପୁରାର ଗୋଟିଏ, ପଶ୍ଚିମ ବଙ୍ଗର ୨ଟି, ଆଣ୍ଡାମାନର ଗୋଟିଏ ଏବଂ ଲାକ୍ଷାଦ୍ୱୀପରେ ଗୋଟିଏ ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି।

ଅନ୍ୟପକ୍ଷରେ ଆଜିର ଭୋଟ୍‌ ବେଳେ ଆନ୍ଧ୍ର ପ୍ରଦେଶରେ ଟିଡିପି ଓ ୱାଇଏସ୍‌ଆର କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର ଜଣେ ଜଣେ କର୍ମୀ ପ୍ରାଣ ହରାଇଛନ୍ତି। ସେହିପରି ଛତିଶଗଡ଼ରରେ ଆଜି ମାଓବାଦୀମାନେ ପୋଲିଂ ପାର୍ଟି ଉପରେ ଆକ୍ରମଣ ମଧ୍ୟ କରିଛନ୍ତି। କିଛି ସ୍ଥାନରେ ଭୋଟ୍‌ରମାନେ ସେମାନଙ୍କ ନାଁ ଭୋଟର ଲିଷ୍ଟରେ ନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚନ୍ଦ୍ରବାବୁ ନାଇଡୁ, ଅରବିନ୍ଦ କେଜ୍ରିୱାଲ ଓ ମେହବୁବା ମୁଫତି ନିର୍ବାଚନ କମିଶନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେହିପରି ଆନ୍ଧ୍ରର ୬ଟି, ଅରୁଣାଚଳ ପ୍ରଦେଶର ୫ଟି, ବିହାରରେ ଗୋଟିଏ, ମଣିପୁରରେ ୨ଟି ଓ ପଶ୍ଚିମବଙ୍ଗର ଗୋଟିଏ ବୁଥରେ ଇଭିଏମ୍‌ ଖରାପ ହୋଇ ଯାଇଥିବାର ଖବର ଆସିଛି। ଆଜି ସମଗ୍ର ଦେଶରେ ୪୨୮ଟି ଭିଭିପ୍ୟାଟ୍‌ ମେସିନ୍‌କୁ ନେଇ ଅଭିଯୋଗ ଆସିବା ପରେ ସେଗୁଡ଼ିକ ବଦଳା ଯାଇଛି। ସିଆଚେନ୍‌ରେ ଡ୍ୟୁଟି କରୁଥିବା ଯବାନମାନେ କେମିତି ଭୋଟ୍‌ ଦେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ତା’ର ବ୍ୟବସ୍ଥା କରାଯାଇଥିଲା। ଯବାନମାନେ ଧାଡ଼ିରେ ଆସି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।

ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୫ଟା ଯାଏ ଚାଲିଥିଲା। ସେହିପରି ନକ୍ସଲ ଉପଦ୍ରୁତ ଅଞ୍ଚଳରେ ୪ଟା ବେଳକୁ ଭୋଟ୍‌ ଗ୍ରହଣ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା। ଆଜି ସମଗ୍ର ଦେଶରେ ୬.୭ କୋଟି ମହିଳା ଭୋଟର ଓ ୬.୯ କୋଟି ପୁରୁଷ ଭୋଟ୍‌ର ନିଜର ଗଣାତନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story