ତ୍ରିରାଷ୍ଟ୍ରୀୟ ଗସ୍ତ: ଦକ୍ଷିଣ କୋରିଆରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ତ୍ରୀରାଷ୍ଟ୍ରୀୟ ଗସ୍ତ ଶେଷ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି। ରାଜଧାନୀ ସିଓଲରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସିଓଲରେ ପହଞ୍ଚି ମୋଦି ରାଷ୍ଟ୍ରୀୟ ସ୍ମାରକରେ ଯୁଦ୍ଧର ସହିଦ ହୋଇଥିବା ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

seoul2

Rakesh Mallick
  • Published: Monday, 18 May 2015
  • , Updated: 18 May 2015, 03:37 AM IST

ନୂଆଦିଲ୍ଲୀ:ତ୍ରୀରାଷ୍ଟ୍ରୀୟ ଗସ୍ତ ଶେଷ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି। ରାଜଧାନୀ ସିଓଲରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସିଓଲରେ ପହଞ୍ଚି ମୋଦି ରାଷ୍ଟ୍ରୀୟ ସ୍ମାରକରେ ଯୁଦ୍ଧର ସହିଦ ହୋଇଥିବା ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହି ଦୁଇ ଦିନିଆ ଗସ୍ତକାଳରେ ମୋଦି ଦକ୍ଷିଣ କୋରିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶ ମଧ୍ୟରେ ବହୁ ବାଣିଜ୍ୟିକ ଚୁକ୍ତି ହେବାର ଅଛି। ସେହିପରି ସିଓଲରେ ହେବାକୁ ଥିବା ଇଣ୍ତୋ କୋରିଆ ସିଇଓ ସମ୍ମିଳନୀ ଏବଂ ଏସିଆନ୍ ଲିଡରସିପ୍ ସମ୍ମିଳନୀରେ ମୋଦିଙ୍କ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ କୋରିଆରେ ଅବସ୍ଥାପିତ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବେ ମୋଦି।

Related story