'ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ୍ କରି ମନ୍ତ୍ରୀ ହୋଇଛନ୍ତି'

ବେଙ୍ଗାଲୁରୁ: ବୁଧବାର କର୍ଣ୍ଣାଟକର ୟେଦ୍ୟୁରପ୍ପା ସରକାର କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି। ଯାହାକି କର୍ଣ୍ଣାଟକ ବିଜେପିରେ ଅସନ୍ତୋଷ ବଢ଼ାଇଛି। ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରୁପ୍ପା ୭ ଜଣ ବିଧାୟକଙ୍କ ନାମ ରାଜଭବନକୁ କ୍ୟାବିନେଟ୍ ସଂପ୍ରସାରଣ ପାଇଁ ପଠାଇଥିଲେ। ଯେଉଁଥିରେ ଏମଏଲସି ବିଶ୍ୱନାଥଙ୍କ ନାମ ନଥିଲା। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ପ୍ରତିଶ୍ରୁତି ଭାଙ୍ଗିଥିବା କହିଛନ୍ତି। ସେହିପରି ଆଉ ଜଣେ ଅସନ୍ତୁଷ୍ଟ ବିଜେପି ବିଧାୟକ ବାସନାଗୌଡା ପାଟିଲ ୟତନାଲ […]

karnataka

Subhransu Sekhar
  • Published: Wednesday, 13 January 2021
  • , Updated: 13 January 2021, 11:17 PM IST

ବେଙ୍ଗାଲୁରୁ: ବୁଧବାର କର୍ଣ୍ଣାଟକର ୟେଦ୍ୟୁରପ୍ପା ସରକାର କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି। ଯାହାକି କର୍ଣ୍ଣାଟକ ବିଜେପିରେ ଅସନ୍ତୋଷ ବଢ଼ାଇଛି। ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରୁପ୍ପା ୭ ଜଣ ବିଧାୟକଙ୍କ ନାମ ରାଜଭବନକୁ କ୍ୟାବିନେଟ୍ ସଂପ୍ରସାରଣ ପାଇଁ ପଠାଇଥିଲେ। ଯେଉଁଥିରେ ଏମଏଲସି ବିଶ୍ୱନାଥଙ୍କ ନାମ ନଥିଲା। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ପ୍ରତିଶ୍ରୁତି ଭାଙ୍ଗିଥିବା କହିଛନ୍ତି।

ସେହିପରି ଆଉ ଜଣେ ଅସନ୍ତୁଷ୍ଟ ବିଜେପି ବିଧାୟକ ବାସନାଗୌଡା ପାଟିଲ ୟତନାଲ ଅଭିଯୋଗ କରିଛନ୍ତି ଯେ ୭ ନୂଆ ମନ୍ତ୍ରୀରୁ ତିନି ଜଣ ନୂଆ ବିଧାୟକ ମନ୍ତ୍ରୀ ହେବା ନେଇ ୟେଦ୍ୟୁରପ୍ପାଙ୍କୁ ବ୍ଲାକେମଲ୍ କରିଛନ୍ତି। ତେଣୁ ସେମାନେ ମନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

https://twitter.com/BSYBJP/status/1349322738574401538?s=20

ମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମୁଦାୟର। ଲିଙ୍ଗାୟତ ମଠକୁ ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଭବିଷ୍ୟତରେ ଯଦି କେନ୍ଦ୍ର ତାଙ୍କୁ ଇସ୍ତଫା ଦେବାକୁ କହିବ ଏହି ସମୟରେ ଲିଙ୍ଗାୟତ ସମୁଦାୟ ବିଦ୍ରୋହ କରିବେ ବୋଲି ବାସନାଗୌଡା ପାଟିଲ ୟତନାଲ କହିଛନ୍ତି।

ଆଉ ଜଣେ କର୍ଣ୍ଣାଟକର ଅବକାରୀ ମନ୍ତ୍ରୀ ଏଚ୍ ନାଗେଶ କହିଛନ୍ତି ଯେ ଯଦି ତାଙ୍କୁ କ୍ୟାବିନେଟରୁ ହଟାଇ ଦିଆଯାଏ ତେବେ ତାଙ୍କ ସମ୍ପ୍ରଦାୟ ବିଦ୍ରୋହ କରିବ। ଗତ ବର୍ଷ ଡିସେମ୍ବରରେ ମନ୍ତ୍ରୀ ସ୍ଥାନାନ୍ତର ପାଇଁ ଏକ କୋଟି ଟଙ୍କା ଲାଞ୍ଚ ମାଗିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଦଲିତ ହୋଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଉମେଶ କଟ୍ଟି, ଅରବିନ୍ଦ ଲିମ୍ବାବଲ୍ଲୀ, ମୁରଗେଶ ନିରାନୀ, ସିପି ଯୋଗେଶ୍ୱର, ଏସ ଅଙ୍ଗାରା, ଏମଟିବି ନାଗାରାଜୁ ଏବଂ ଆର ଶଙ୍କରଙ୍କୁ କ୍ୟାବିନେଟରେ ସାମିଲ୍ କରାଯାଇଛି।

Related story