ମୋବାଇଲ ସେବା ଆରମ୍ଭ ପରେ କଶ୍ମୀରରେ ଚାଲିଲା ଗୁଳି, ଟ୍ରକ ଡ୍ରାଇଭର ମୃତ

ଶ୍ରୀନଗର: ଦୀର୍ଘ ୭୨ ଦିନ ପରେ ଆଜିଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟ ପେଡ୍‌ ମୋବାଇଲ ସେବା ଆରମ୍ଭ ହୋଇଛି। ତେବେ ମୋବାଇଲ ସେବା ଆରମ୍ଭ ହେବା କ୍ଷଣି ଆତଙ୍କବାଦୀମାନେ ନିଜର ଦବଦବା ଦେଖାଇଛନ୍ତି। ଆଜି ସନ୍ଧ୍ୟା ବେଳେ ଜମ୍ମୁ-କଶ୍ମୀରର ସୋପିଆନ୍‌ରେ ଆତଙ୍କବାଦୀମାନେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଟ୍ରକ ଡ୍ରାଇଭରଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ସେ କୌଣସି କାମରେ ଏଠାକୁ ଆସିଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ […]

xx

Hemant Lenka
  • Published: Monday, 14 October 2019
  • , Updated: 14 October 2019, 10:29 PM IST

ଶ୍ରୀନଗର: ଦୀର୍ଘ ୭୨ ଦିନ ପରେ ଆଜିଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟ ପେଡ୍‌ ମୋବାଇଲ ସେବା ଆରମ୍ଭ ହୋଇଛି। ତେବେ ମୋବାଇଲ ସେବା ଆରମ୍ଭ ହେବା କ୍ଷଣି ଆତଙ୍କବାଦୀମାନେ ନିଜର ଦବଦବା ଦେଖାଇଛନ୍ତି।

ଆଜି ସନ୍ଧ୍ୟା ବେଳେ ଜମ୍ମୁ-କଶ୍ମୀରର ସୋପିଆନ୍‌ରେ ଆତଙ୍କବାଦୀମାନେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଟ୍ରକ ଡ୍ରାଇଭରଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ସେ କୌଣସି କାମରେ ଏଠାକୁ ଆସିଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଛନ୍ତି। ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ  ଡ୍ରାଇଭର ଶୈରଫ ଖାନ୍‌ ଟ୍ରକ୍ ନେଇ ଯାଉଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ଖାନ୍‌ଙ୍କୁ ଗୁଳି କରିଥିଲେ। ଏହି ଘଟଣାରେ ସାମିଲ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ନାଗରିକ ବୋଲି ଜଣାପଡ଼ିଛି।

ସେହିପରି ଆଉ ଜଣେ ସ୍ଥାନୀୟ ଅଞ୍ଚଳର ମାଳିଙ୍କୁ ମଧ୍ୟ ଆତଙ୍କବାଦୀମାନେ ପ୍ରବଳ ମାଡ଼ ମାରିଥିବା ଜଣାପଡ଼ିଛି। ଏହି ଖବର ପରେ ପୁଲିସ୍ ପକ୍ଷରୁ ପୁଣିଥରେ ସୋପିଆନରେ କଟକଣା ଲଗାଯାଇଛି। ଫେରାର ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

Related story