ବୀର ସହିଦଙ୍କ ଲୋତକଭରା କାହାଣୀ... ଏବେବି ଅପେକ୍ଷାରେ ପ୍ରେମିକା... ପଢ଼ି ପାରିଲେନି ପତ୍ନୀଙ୍କ ଚିଠି

ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ। ଆଜିର ଦିନରେ ଭାରତ କାରଗିଲ ଯୁଦ୍ଧରେ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲା। ଏହି ଦିନଟିକୁ ବିଜୟ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। କାରଗିଲରେ ଭୀରତୀୟ ଯବାନଙ୍କ ଦୁଃସାହସିକ ଯୁଦ୍ଧକୁ ବେଶି ସମୟ ସାମ୍ନା କରିପାରି ନଥିଲା ପାକିସ୍ତାନ। ଶେଷରେ 1999 ମସିହା ଜୁଲାଇ 26 କାରଗିଲ ବିଜୟର ଘୋଷଣା କରିଥିଲା ଭାରତ। ଦେଶର ସୁରକ୍ଷା ପାଇଁ ଅନେକ ବୀର ଯବାନ ସହିଦ ହୋଇଥିଲେ। ଶେଷ ନିଃଶ୍ବାସ […]

BIKRAM

BIKRAM

Rakesh Mallick
  • Published: Wednesday, 26 July 2017
  • Updated: 26 July 2017, 09:43 PM IST

Sports

Latest News

ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ। ଆଜିର ଦିନରେ ଭାରତ କାରଗିଲ ଯୁଦ୍ଧରେ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲା। ଏହି ଦିନଟିକୁ ବିଜୟ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। କାରଗିଲରେ ଭୀରତୀୟ ଯବାନଙ୍କ ଦୁଃସାହସିକ ଯୁଦ୍ଧକୁ ବେଶି ସମୟ ସାମ୍ନା କରିପାରି ନଥିଲା ପାକିସ୍ତାନ। ଶେଷରେ 1999 ମସିହା ଜୁଲାଇ 26 କାରଗିଲ ବିଜୟର ଘୋଷଣା କରିଥିଲା ଭାରତ। ଦେଶର ସୁରକ୍ଷା ପାଇଁ ଅନେକ ବୀର ଯବାନ ସହିଦ ହୋଇଥିଲେ। ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ପଛଘୁଞ୍ଚା ନଦେଇ ଶତ୍ରୁ ସହ ଲଢ଼ିଥିଲେ। ଆସନ୍ତୁ ଜାଣିବା ସେହି ବୀରପୁତ୍ରଙ୍କ ସଂପର୍କରେ କିଛି ଅଜଣା କଥା।

କ୍ୟାପଟେନ୍ ବିକ୍ରମ ବାତ୍ରା: ଭାରତୀୟ ସେନାର ଜଣେ ସାହସୀ ଯବାନ କ୍ୟାପଟେନ୍ ବିକ୍ରମ ବାତ୍ରା। ଯୁଦ୍ଧ କରୁଥିବା ସମୟରେ ନିର୍ଭୟରେ ଶତ୍ରୁପକ୍ଷ ଉପରେ ଆକ୍ରମଣ କରୁଥିଲେ। ତାଙ୍କର ଦୁଃସାହାସିକ ତଥା ଲଢୁଆ ପ୍ରକୃତି ଯୋଗୁଁ ଶତ୍ରୁପକ୍ଷର ସେନା ତାଙ୍କୁ ଖୁବ ଡରୁଥିଲେ। ବିକ୍ରମ ତାଙ୍କ ବ୍ୟକ୍ତିଗତ ଜୀବନରେ ଥିଲେ ଖୁବ ରୋମାଣ୍ଟିକ। ସେ ଡିମ୍ପଲ ଚିମା ନାମକ ଜଣେ ଝିଅଙ୍କୁ ଭଲ ପାଉଥିଲେ। କାରଗିଲ ଯୁଦ୍ଧରେ ବିଜୟ ହୋଇ ଫେରିଥିଲେ ସେ ତାଙ୍କୁ ବିବାହ କରିବେ ବୋଲି  କଥା ଦେଇଥିଲେ। କିନ୍ତୁ ନିୟତିର ଖେଳ ଥିଲା କିଛିଟା ଅଲଗା। କାରଗିଲରେ ଯୁଦ୍ଧ କରୁ କରୁ ଶତ୍ରୁପକ୍ଷର ଗୁଳି ବାଜିଥିଲା ବିକ୍ରମଙ୍କ ଛାତିରେ। ଭାରତର ଏହି ଲଢୁଆ ବୀର ସେଇଠି ଟଳି ପଡିଥିଲେ । ତାଙ୍କର ବୀରତ୍ବ ପାଇଁ କେନ୍ଦ୍ର ସରକାର ତାଙ୍କୁ ମରଣୋତ୍ତର ଭାବେ ତାଙ୍କୁ ପ୍ରଦାନ କରିଛନ୍ତି ସେନାର ସର୍ବୋଚ୍ଚ ସମ୍ମାନ ପରମବୀର ଚକ୍ର।

କ୍ୟପଟେନ୍ ଅନୁଜ ନାୟର: ଆଉଜଣେ ବୀରପୁତ୍ର ହେଲେ କ୍ୟପଟେନ୍ ଅନୁଜ ନାୟର। ମାତ୍ର 24 ବର୍ଷ ବୟସରେ ଦେଶ ପାଇଁ ଶତ୍ରୁ ସହ ଲଢ଼ିବାକୁ କାରଗିଲ ଯୁଦ୍ଧକୁ ଡେଇଁ ପଡିଥିଲେ ସେ । ଅନୁଜ ବ୍ୟକ୍ତିଗତ ଜୀବନରେ ଥିଲେ ଗମ୍ଭୀର ପ୍ରକୃତିର। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଥିଲେ। ଫଳରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। କିନ୍ତୁ ସେପରି ପରିସ୍ଥିତିରେ ବି ସେ ଚାଲି ଚାଲି ଘରକୁ ଫେରିଥିଲେ। ତାଙ୍କ ବାପା ପଚାରିବାରୁ ସେ କହିଥିଲେ, ଯନ୍ତ୍ରଣା କେବଳ ଗୋଡ଼ରେ ହେଉଛି। ମନରେ ନୁହଁ। ଏହି ପଦକ କଥା ତାଙ୍କ ସାହସିକତା ଓ ଦୃଢ଼ ମନର ପରିଚୟ ଦେଇଥିଲା।  ଦେଶ ପାଇଁ କିଛି କରି ଦେଖାଇବାର ନିଶା ତାଙ୍କ ରକ୍ତରେ ଥିଲା। କାରଗିଲ ଯୁଦ୍ଧରେ ପାକିସ୍ତାନ ସହ ସାହସର ସହ ଲଢ଼ି ସହିଦ ହୋଇଥିଲେ ଏହି ବୀର। ଏଥିପାଇଁ ଦେଶ ତାଙ୍କୁ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରିଛି।

ମେଜର ରାଜେଶ ସିଂ ଅଧିକାରୀ: ରାଜେଶ ଥିଲେ ଭାରତୀୟ ସେନାର ଜଣେ ନିର୍ଭୀକ ଯବାନ। ତାଙ୍କ ବିବାହର 10 ମାସ ପରେ ସେ କାରଗିଲ ଯୁଦ୍ଧରେ ଯୋଗ ଦେଇଥିଲେ। ଯୁଦ୍ଧ ଭୂମିରୁ ହିଁ ସେ ତାଙ୍କ ପତ୍ନୀଙ୍କ ପାଖକୁ ଲେଖିଥିଲେ ଚିଠିଟିଏ। ଯେଉଁଥିରେ ସେ ଲେଖିଥିଲେ “ମୁଁ ଜାଣିନି ଯୁଦ୍ଧରୁ ଫେରିବି କି ନାହିଁ। କିନ୍ତୁ ଭାରତ ମା’ର ସୁରକ୍ଷା ପାଇଁ ଲଢିବାକୁ ସୁଯୋଗ ପାଇଥିବାରୁ ମୁଁ ଗର୍ବିତ ।” ଜବାବରେ ତାଙ୍କ ପତ୍ନୀ ମଧ୍ୟ ଖଣ୍ଡେ ଚିଠି ଲେଖିଥିଲେ ତାଙ୍କ ପାଖକୁ। କିନ୍ତୁ ପତ୍ନୀଙ୍କ ଚିଠି ପଢିବାକୁ ମେଜର ରାଜେଶ ସିଂ ଆଉ ଏ ଦୁନିଆରେ ନଥିଲେ।

କାରଗିଲ ଯୁଦ୍ଧରେ କ୍ୟାପଟେନ୍ ବିଜୟ ଥାପ୍ପର, ମେଜର ପଦ୍ମପାଣି ଆଚାର୍ଯ୍ୟ, ଲାନ୍ସ ନାୟକ ନିର୍ମଳ ସିଂ, ଏହିପରି ଅନେକ ବୀର ସହିଦ ହୋଇଛନ୍ତି। ଏମାନଙ୍କ ବଳିଦାନକୁ କେବେବି ଭୁଲି ପାରିବନି ଦେଶ । ଏହି ମହାନ ସହିଦମାନଙ୍କୁ ସମ୍ମାନ ଦେବାକୁ ପ୍ରତିବର୍ଷ ଜୁଲାଇ 26କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story