ମାନିଲେ ରାଷ୍ଟ୍ରପତି ଟ୍ରମ୍ପ, ବାଇଡେନ ତାଙ୍କ ଉତ୍ତରାଧିକାରୀ

ଓ୍ୱାଶିଂଟନ: ଶୁକ୍ରବାର ଆମେରିକା ରାଷ୍ଟ୍ରପତି କରୋନା ପ୍ରସଙ୍ଗରେ ପ୍ରେସମିଟ୍ କରିଥିଲେ। କରୋନାକୁ ରୋକିବା ପାଇଁ ତାଙ୍କ ପ୍ରଶାସନ ଆମେରିକାକୁ କେବେ ବି ‘ଲକଡାଉନ୍’ରେ ରଖିବା ପାଇଁ ସମର୍ଥନ କରେ ନାହିଁ। ହେଲେ ଜାନୁଆରୀରେ ଆଉ ଏକ ପ୍ରଶାସନ ‘ଲକଡାଉନ୍’ କରିବ କି ନାହିଁ ସମୟ କହିବ। ଡୋନାଲ୍ଟ ଟ୍ରମ୍ପ ଏଭଳି କହି ପରୋକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ୍ ପାର୍ଟିର ନେତା ଜୋ ବାଇଡେନ ହିଁ ତାଙ୍କର ଉତ୍ତରାଧିକାରୀ ବୋଲି କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ […]

trump

Subhransu Sekhar
  • Published: Saturday, 14 November 2020
  • , Updated: 14 November 2020, 04:01 PM IST

ଓ୍ୱାଶିଂଟନ: ଶୁକ୍ରବାର ଆମେରିକା ରାଷ୍ଟ୍ରପତି କରୋନା ପ୍ରସଙ୍ଗରେ ପ୍ରେସମିଟ୍ କରିଥିଲେ। କରୋନାକୁ ରୋକିବା ପାଇଁ ତାଙ୍କ ପ୍ରଶାସନ ଆମେରିକାକୁ କେବେ ବି 'ଲକଡାଉନ୍'ରେ ରଖିବା ପାଇଁ ସମର୍ଥନ କରେ ନାହିଁ। ହେଲେ ଜାନୁଆରୀରେ ଆଉ ଏକ ପ୍ରଶାସନ 'ଲକଡାଉନ୍' କରିବ କି ନାହିଁ ସମୟ କହିବ। ଡୋନାଲ୍ଟ ଟ୍ରମ୍ପ ଏଭଳି କହି ପରୋକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ୍ ପାର୍ଟିର ନେତା ଜୋ ବାଇଡେନ ହିଁ ତାଙ୍କର ଉତ୍ତରାଧିକାରୀ ବୋଲି କହିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ହ୍ୱାଇଟ୍ ହାଉସର ରୋଜ୍ ଗାର୍ଡେନରେ ପ୍ରେସମିଟ୍ କରିବା ଅବସରରେ ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ବାଇଡେନ ସରକାର ଜାନୁଆରୀରେ ଶପଥ ନେବା ଏକ ପ୍ରକାର ଥୟ ବୋଲି ବୁଝାଇଛି।

ଅନେକ ଦେଶରେ ଏବେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ କିନ୍ତୁ ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା କରୋନା ଟିକା ସମଗ୍ର ବିଶ୍ୱ ପାଇଁ ଉପଲବ୍ଧ ହେବ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଟ୍ରମ୍ପ ପରାଜୟକୁ ସ୍ୱୀକାର କରି ନାହାନ୍ତି। ନିର୍ବାଚନରେ ଭୋଟ୍ ଗଣତି ବେଳେ ଗୋଳମାଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏବେ ମାମଲା କୋର୍ଟରେ ମଧ୍ୟ ରହିଛି। ଅନ୍ୟପଟେ ଟ୍ରମ୍ପ ବିଦାୟୀ ନେବା ପୂର୍ବରୁ ଅନେକ ବିଭାଗର ମୁଖ୍ୟ ପଦବୀକୁ ବଦଳି କରିଛନ୍ତି। ତେଣୁ ଟ୍ରମ୍ପ ସ୍ୱାଭାବିକ ଭାବରେ କ୍ଷମତା ହସ୍ତାନ୍ତର କରିବେ ନି ବୋଲି ଆକଳନ କରାଯାଉଛି। ହେଲେ ଶୁକ୍ରବାର ପରୋକ୍ଷରେ ବାଇଡେନ ତାଙ୍କ ଉତ୍ତରାଧିକାରୀ ବୋଲି କହି ସାରିଛନ୍ତି। ଜାନୁଆରୀ ମାସରେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାପରେ ଜୋ ବାଇଡେନ ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି।

Related story