ହ୍ୱାଇଟ୍‌ ହାଉସ୍‌ରେ ଟ୍ରମ୍ପଙ୍କ ଇଫତାର ପାର୍ଟି

ୱାଶିଂଟନ୍‌: ମୁସଲମାନଙ୍କ ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାତିରେ ହ୍ୱାଇଟ୍‌ ହାଉସ୍‌ରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଟ୍ରମ୍ପ ପ୍ରଶାସନରେ ଥିବା ମୁସଲିମ୍‌ ଅଧିକାରୀ ଏବଂ ବିଭିନ୍ନ ଦେଶର କୂଟନୀତିଜ୍ଞମାନେ ଯୋଗଦେଇଥିଲେ। ଏହି ରମଜାନ ମାସରେ ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ମୁସଲିମ୍‌ ସଂପ୍ରଦାୟର ଲୋକମାନେ ପୁଣ୍ୟ ଅର୍ଜ୍ଜନ କରିବା ପାଇଁ ଉପବାସ ବ୍ରତ ପାଳନ କରନ୍ତି। ଇଫତାର ପାର୍ଟି ଆୟୋଜନ ସମ୍ପର୍କରେ ଟ୍ରମ୍ପ […]

t

Hemant Lenka
  • Published: Tuesday, 14 May 2019
  • , Updated: 14 May 2019, 03:26 PM IST

ୱାଶିଂଟନ୍‌: ମୁସଲମାନଙ୍କ ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାତିରେ ହ୍ୱାଇଟ୍‌ ହାଉସ୍‌ରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଟ୍ରମ୍ପ ପ୍ରଶାସନରେ ଥିବା ମୁସଲିମ୍‌ ଅଧିକାରୀ ଏବଂ ବିଭିନ୍ନ ଦେଶର କୂଟନୀତିଜ୍ଞମାନେ ଯୋଗଦେଇଥିଲେ। ଏହି ରମଜାନ ମାସରେ ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ମୁସଲିମ୍‌ ସଂପ୍ରଦାୟର ଲୋକମାନେ ପୁଣ୍ୟ ଅର୍ଜ୍ଜନ କରିବା ପାଇଁ ଉପବାସ ବ୍ରତ ପାଳନ କରନ୍ତି।

ଇଫତାର ପାର୍ଟି ଆୟୋଜନ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, “ରମଜାନ ଏକ ସ୍ୱତନ୍ତ୍ର ସମୟ। ରମଜାନ ପରିବାର, ପଡ଼ୋଶୀ ଏବଂ ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଏକାଠି କରିଥାଏ। ସମସ୍ତେ ଏକାଠି ହୋଇ ସହନଶୀଳତା ଏବଂ ଶାନ୍ତି ବାର୍ତ୍ତା ବାଣ୍ଟିଥାଆନ୍ତି। ଆଜି ଆମେ ରମଜାନ ପାଇଁ ଇଫତାର ପାର୍ଟି କରୁଛେ। ଫଳରେ ଆମେ ସମସ୍ତେ ଏକାଠି ହୋଇପାରିଛେ।”

ପ୍ରତିବର୍ଷ ହ୍ୱାଇଟ୍‌ ହାଉସ୍‌ରେ ରମଜାନ ଅବସରରେ ଇଫତାର ପାର୍ଟି ହୋଇଥାଏ।

Related story