ଆମେରିକାରେ ବି ବ୍ୟାନ ହେବ ଟିକଟକ, ସଙ୍କେତ ଦେଲେ ଟ୍ରମ୍ପ

ୱାଶିଂଟନ: ଭାରତ ପରି ଚାଇନ ପରେ ବି ଆମେରିକା ଡିଜଟାଲ ଷ୍ଟ୍ରାଇକ କରିବାକୁ ଯାଉଛି। ଚାଇନା ଦ୍ୱାରା ତିଆରି କରାଯାଇଥିବା ଲୋକପ୍ରିୟ ଟିକଟକ ଆପକୁ ନିଜ ଦେଶରେ ବ୍ୟାନ୍‌ କରିବ। ଏନେଇ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି। ଭାରତ ଭଳି ଆମେରିକାରେ ବି ଟିକଟକ ବେଶ ଲୋକପ୍ରିୟ। ତେବେ ଜାତୀୟ ସୁରକ୍ଷା ଓ ସେନସରଶିପକୁ ଦୃଷ୍ଟିରେ ରଖି ଆମେରିକା ଏହା ଉପରେ ରୋକ ଲଗାଇବାକୁ ଯାଉଛି। ଚାଇନାର ବାଇଟ ଡ୍ୟାନ୍ସ କମ୍ପାନୀକୁ ପ୍ରଶାସନ […]

ya

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 03:33 PM IST

ୱାଶିଂଟନ: ଭାରତ ପରି ଚାଇନ ପରେ ବି ଆମେରିକା ଡିଜଟାଲ ଷ୍ଟ୍ରାଇକ କରିବାକୁ ଯାଉଛି। ଚାଇନା ଦ୍ୱାରା ତିଆରି କରାଯାଇଥିବା ଲୋକପ୍ରିୟ ଟିକଟକ ଆପକୁ ନିଜ ଦେଶରେ ବ୍ୟାନ୍‌ କରିବ। ଏନେଇ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି।

ଭାରତ ଭଳି ଆମେରିକାରେ ବି ଟିକଟକ ବେଶ ଲୋକପ୍ରିୟ। ତେବେ ଜାତୀୟ ସୁରକ୍ଷା ଓ ସେନସରଶିପକୁ ଦୃଷ୍ଟିରେ ରଖି ଆମେରିକା ଏହା ଉପରେ ରୋକ ଲଗାଇବାକୁ ଯାଉଛି।

ଚାଇନାର ବାଇଟ ଡ୍ୟାନ୍ସ କମ୍ପାନୀକୁ ପ୍ରଶାସନ ପକ୍ଷରୁ ଟିକଟକ ଆପକୁ ବିକ୍ରି କରିବାକୁ କୁହାଯାଉଥିବା କିଛି ଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା। ସେହିଭଳି ମାଇକ୍ରୋସଫ୍ଟ ମଧ୍ୟ ଏହି ଆପକୁ କିଣିବାକୁ ଚାହୁଁଥିବା କୁହାଯାଉଛି। ଏସବୁ ଭିତରେ ଟ୍ରମ୍ପ ଟିକଟକକୁ ନିଜ ଦେଶରେ ବ୍ୟାନ କରିବାକୁ ସଙ୍କେତ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି, ଯଦି ଆପଣ ଟିକଟକ କଥା କହୁଛନ୍ତି, ତା’ହେଲେ ସମସ୍ତେ ମନେ ରଖନ୍ତୁ ଯେ ଆମେ ଏହି ଚାଇନିଜ୍‌ ଆପକୁ ଆମେରିକାରେ ଖୁବଶୀଘ୍ର ବନ୍ଦ କରିବାକୁ ଯାଉଛୁ। ଏହି ଆପ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ସୂଚନା ମିଳିଛି। ତେଣୁ ଆମେ ଖୁବଶୀଘ୍ର ଏହାକୁ ବ୍ୟାନ କରିବୁ ବୋଲି ସେ କହିଛନ୍ତି।

Related story