‘ହୁ’କୁ ୩୦ ଦିନର ସମୟ ଦେଲେ ଟ୍ରମ୍ପ, କହିଲେ ସ୍ଥାୟୀ ଭାବେ ବନ୍ଦ କରିବେ ପାଣ୍ଠି

ୱାଶିଂଟନ: ମହାମାରୀ କରୋନା ଭାଇରସ ପ୍ରସଙ୍ଗରେ ଚାଇନାକୁ ସମର୍ଥନ ଦେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)କୁ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯଦି ୩୦ ଦିନ ମଧ୍ୟରେ କରୋନାକୁ ନେଇ ନିଜର ଆଭିମୁଖ୍ୟ ବଦଳାଇବ ନାହିଁ, ତା’ହେଲେ ଆମେରିକା ବାଧ୍ୟ ହୋଇ ସ୍ଥାୟୀ ଭାବେ ହୁ’ ପାଣ୍ଠି ଯୋଗାଣ ବନ୍ଦ କରିଦେବ। ସେହିପରି ଆମେରିକା ହୁ’ରେ ସଦସ୍ୟ ରହିବ କି ନାହିଁ, ତା’ର ମଧ୍ୟ ବିଚାର କରିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ […]

v

v

Hemant Lenka
  • Published: Tuesday, 19 May 2020
  • Updated: 19 May 2020, 03:53 PM IST

ୱାଶିଂଟନ: ମହାମାରୀ କରୋନା ଭାଇରସ ପ୍ରସଙ୍ଗରେ ଚାଇନାକୁ ସମର୍ଥନ ଦେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)କୁ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯଦି ୩୦ ଦିନ ମଧ୍ୟରେ କରୋନାକୁ ନେଇ ନିଜର ଆଭିମୁଖ୍ୟ ବଦଳାଇବ ନାହିଁ, ତା’ହେଲେ ଆମେରିକା ବାଧ୍ୟ ହୋଇ ସ୍ଥାୟୀ ଭାବେ ହୁ’ ପାଣ୍ଠି ଯୋଗାଣ ବନ୍ଦ କରିଦେବ।

ସେହିପରି ଆମେରିକା ହୁ’ରେ ସଦସ୍ୟ ରହିବ କି ନାହିଁ, ତା’ର ମଧ୍ୟ ବିଚାର କରିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଏ ସଂକ୍ରାନ୍ତରେ ହୁ’ର ମୁଖ୍ୟ ଟେଡ୍ରୋସ ଆଧନୋମ ଘେବ୍ରିୟସକୁ ଚିଠି ମଧ୍ୟ ଲେଖିଛନ୍ତି।

କରୋନାର ଉତ୍ପତ୍ତି ସ୍ଥଳ ଚାଇନା ହୋଇଥିଲେ ହେଁ ହୁ’କୁ ଏହାକୁ ମାନିବାକୁ ପ୍ରସ୍ତୁତ ହେଉନାହିଁ। ଏଥିସହ ଅନେକ ଅନ୍ତର୍ଜାତୀୟ ଫୋରମରେ ହୁ’ ଚାଇନାକୁ ସମର୍ଥନ ମଧ୍ୟ କରୁଛନ୍ତି। ଏହାକୁ ନେଇ ଟ୍ରମ୍ପ ଖପ୍ପା ହୋଇଛନ୍ତି।

ଟ୍ରମ୍ପ କହିଛନ୍ତି, ହୁ’ ଚାଇନାର କଣ୍ଢେଇ ଭାବେ କାର୍ଯ୍ୟ କରୁଛି। ସେମାନେ ଚାଇନା କୈନ୍ଦ୍ରୀକ ନୀତି ଅବଲମ୍ବନ କରୁଛନ୍ତି। ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବାର୍ଷିକ ୪୫୦ ମିଲିୟନ ଡଲାର ଦେଉଥିବା ବେଳେ ଚାଇନା ମାତ୍ର ୩୮ ମିଲିୟନ ଡଲାର ଦେଉଛି।

ଜାନୁଆରୀ ଶେଷରେ ଆମେ ଯେତେବେଳେ ଚାଇନାରୁ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇଲୁ ସେତେବେଳେ ହୁ’ ଏହାକୁ ବିରୋଧ କରିଥିଲା। ଯଦି ମୁଁ ସେତେବେଳେ ପ୍ରବେଶ ଉପରେ ରୋକ ଲଗାଇ ନଥଆନ୍ତି।

ତା’ହେଲେ ଆମ ଦେଶରେ ଆହୁରି ଅଧିକ ଲୋକ ପ୍ରାଣ ହରାଇ ଥାନ୍ତେ। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos