ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଟ୍ରମ୍ପ, ଦିଲ୍ଲୀରେ ହେବ ଆଲୋଚନା

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।  ଆଜି ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯିବେ । ସେଠାରେ ଆନୁଷ୍ଠାନିକ ଭାବେ ତାଙ୍କର ସ୍ୱାଗତ କରାଯିବ। ଏହାପରେ ଟ୍ରମ୍ପ ୧୦ଟା୩୦ରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେବେ । ଦିନ ୧୧ଟାରେ ହାଇଦ୍ରାବାଦ ହାଉସ୍‌ରେ ପହଞ୍ଚିବେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବୈଠକ […]

trump-1

Niharika Rout
  • Published: Tuesday, 25 February 2020
  • , Updated: 25 February 2020, 08:45 AM IST

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।  ଆଜି ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯିବେ । ସେଠାରେ ଆନୁଷ୍ଠାନିକ ଭାବେ ତାଙ୍କର ସ୍ୱାଗତ କରାଯିବ। ଏହାପରେ ଟ୍ରମ୍ପ ୧୦ଟା୩୦ରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେବେ । ଦିନ ୧୧ଟାରେ ହାଇଦ୍ରାବାଦ ହାଉସ୍‌ରେ ପହଞ୍ଚିବେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବୈଠକ ରହିଛି । ଏହି ଅବସରରେ ୨ ଦେଶ ମଧ୍ୟରେ ବିଭିନ୍ନ ରାଜିନାମାରେ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ୧୨ଟା ୪୦ରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ  ଯୋଗ ଦେବେ।

ଏହାପରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ । ଏହାପରେ ସନ୍ଧ୍ୟା ୭.୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ। ସେଠାରେ ଟ୍ରମ୍ପଙ୍କ ସମ୍ମାନର୍ଥେ ରାତ୍ର ଭୋଜନର ବ୍ୟବସ୍ଥା ରହିଛି। ଏହାପରେ ରାତି ୧୦ଟାରେ ଆମେରିକା ଫେରିଯିବେ ଟ୍ରମ୍ପ ।

ଗତକାଲି ଡୋନାଲ୍ଡ ଟ୍ରମ୍ପ ଗୁଜରାଟର ଅହମ୍ମଦାବାଦ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ପରେ ସେ ଆମେରିକାର ଫାଷ୍ଟ ଲେଡି ମେଲାନିଆଙ୍କ ସହ ସାବରମତି ଆଶ୍ରମ ବୁଲି ଦେଖିଥିଲେ । ଏହାପରେ ୨ ରାଷ୍ଟ୍ର ମୁଖ୍ୟ ସାବରମତି ଆଶ୍ରମରୁ ମୋଟେରା ଯିବା ବେଳେ ବି ରାସ୍ତାର ଦୁଇ ପାର୍ଶ୍ୱରେ ଲକ୍ଷ ଲକ୍ଷ ଜନତା ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ ।

ନିଜର ପ୍ରଥମ ଭାରତ ଗସ୍ତରେ ତାଙ୍କୁ ମିଳିଥିବା ଆତିଥେୟତାରେ ଆଚମ୍ବିତ ହୋଇପଡ଼ିଥିଲେ ଟ୍ରମ୍ପ ଦମ୍ପତି।  ଅହମ୍ମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଟ୍ରମ୍ପ ସିଧା ଆଗ୍ରା ଯାଇଥିଲେ । ପରେ ଆଗ୍ରାରେ ତାଜମହଲ ପରିଦର୍ଶନ କରିଥିଲେ ଆମେରିକା ରାଷ୍ଟ୍ରପତି, ପତ୍ନୀ ମେଲାନିଆ ଓ ତାଙ୍କ ପରିବାର ସଦସ୍ୟ ।

Related story