ଜାକର୍ତ୍ତା: ରବିବାର ରାତିରେ ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ କର୍ତ୍ତୃପକ୍ଷ ସୁନାମି ପାଇଁ ଲୋକଙ୍କୁ ସତର୍କ କରିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଆରମ୍ଭ କରିଛନ୍ତି। ମୋଲୁକ୍କା ଉପକୂଳର ଉତ୍ତର ସୁଲାୱେସି ଏବଂ ଉତ୍ତର ମାଲୁକୁ ମଧ୍ୟରେ ଏହା ସୃଷ୍ଟି ହୋଇଥିବା କୁହାଯାଉଛି। ଇଣ୍ଡୋନେସିଆର ଭୂତତ୍ତ୍ୱ ସଂସ୍ଥା ଉପକୂଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି।
ଧନଜୀବନ ହାନି ବା ଅନ୍ୟ କ୍ଷୟକ୍ଷତି ବାବଦରେ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଜଣେ ସ୍ଥାନୀୟ ବାସିନ୍ଦା ବୁଡି ନର୍ଜିଆଣ୍ଟୋଙ୍କ କହିବା ଅନୁଯାୟୀ, ସେ ଶୋଇବାକୁ ଯାଉଥିବା ବେଳେ ହଠାତ ଝରକା ହଲିବାକୁ ଲାଗିଲା। ଭୟରେ ସେ ବାହାରକୁ ଦୌଡ଼ିଥିଲେ ଏବଂ ତାଙ୍କ ପଡ଼ୋଶୀମାନେ ମଧ୍ୟ ଭୟଭୀତ ହୋଇ ବାହାରକୁ ଧାଇଁଥିଲେ ବୋଲି ସେ କହିଛନ୍ତି। ଏହି ଭୂମିକମ୍ପ ବାବଦରେ ସୂଚନା ଦେଇଥିବା ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି, ଦୁର୍ବଳ ଏବଂ ତ୍ରୁଟିପୂର୍ଣ୍ଣ ଭାବେ ନିର୍ମିତ କୋଠା ଏହାଦ୍ୱାରା ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଗତ ୧୯ରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଠେଲା ପେଲା ହୋଇଥିଲା। ଏଥିରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଥିଲେ।
National
ଛତିଶଗଡ଼ ମହିଳା ଯୋଜନାର ହିତାଧିକାରୀ ସନ୍ନି ଲିଓନି, ମାସିକ ଭତ୍ତା ହଜାରେ
ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦିଅନ୍ତି। ଏହାର ହିତାଧିକାରୀ ତାଳିକାରେ ରହିଛି ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାଁ।
National
୧୩ କୋଟିର ଘଣ୍ଟା ଆଣିଲେ ଦମ୍ପତି, ବାନ୍ଧିଲା ପୁଲିସ
ଦୁବାଇରୁ ପ୍ରାୟ ୧୩ କୋଟି ଟଙ୍କା ମୂଲ୍ୟର ଦୁଇଟି ଦାମୀ ଘଣ୍ଟା ଚୋରା ଚାଲାଣ କରିବା ଅଭିଯୋଗରେ ରାଜସ୍ଥାନର ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ଶୁକ୍ରବାର ଅହମ୍ମଦାବାଦ ବିମାନବନ୍ଦରରୁ ପୁଲିସ ଗିରଫ କରିଛି।
National
ଉଇ ଖାଇଗଲା ଲକର୍ର ୧୮ ଲକ୍ଷ
୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫାଚଟ୍ କରିଦେଇଛି ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା।
National
ଏନ୍କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ
ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।