ଉତ୍ତରାଖଣ୍ଡ କଂଗ୍ରେସରେ ହାଇଡ୍ରାମା; ୩ ନେତା ଆପ୍‌ରେ ସାମିଲ

ଡେରାଡୁନ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ହାଇଡ୍ରାମା। ମହାରାଷ୍ଟ୍ରର ହାଇଡ୍ରାମା ପରେ ଗୋଆ କଂଗ୍ରେସ କଳି ପଦାକୁ ଆସିଥିଲା।  ଏବେ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ସମାନ ଚିତ୍ର । ସୋମବାର ଦଳର ତିନି ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ଆମ୍ ଆଦମୀ ପାର୍ଟି (ଆପ୍‌) ରେ ଯୋଗ ଦେଇଛନ୍ତି। ଏହାପରେ  ସନ୍ଧ୍ୟାରେ ଆଉ କିଛି ବରିଷ୍ଠ ନେତା ପୂର୍ବ କ୍ୟାବିନେଟ ମନ୍ତ୍ରୀ  ହରକ ସିଂ ରାଓ୍ୱତଙ୍କ ଘରେ […]

aap

aap

Niharika Rout
  • Published: Tuesday, 12 July 2022
  • Updated: 12 July 2022, 11:05 AM IST

ଡେରାଡୁନ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ହାଇଡ୍ରାମା। ମହାରାଷ୍ଟ୍ରର ହାଇଡ୍ରାମା ପରେ ଗୋଆ କଂଗ୍ରେସ କଳି ପଦାକୁ ଆସିଥିଲା।  ଏବେ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ସମାନ ଚିତ୍ର ।

ସୋମବାର ଦଳର ତିନି ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ଆମ୍ ଆଦମୀ ପାର୍ଟି (ଆପ୍‌) ରେ ଯୋଗ ଦେଇଛନ୍ତି। ଏହାପରେ  ସନ୍ଧ୍ୟାରେ ଆଉ କିଛି ବରିଷ୍ଠ ନେତା ପୂର୍ବ କ୍ୟାବିନେଟ ମନ୍ତ୍ରୀ  ହରକ ସିଂ ରାଓ୍ୱତଙ୍କ ଘରେ ବୈଠକ କରିଥିଲେ । ହରକ ସିଂଙ୍କ ଘରେ ଏପରି ବୈଠକ ପରେ କଂଗ୍ରେସ ମୁଖିଆଙ୍କ ଚିନ୍ତା ବଢିଯାଇଛି ।

ଗତକାଲି ଦିଲ୍ଲୀର ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଉପସ୍ଥିତିରେ ଉତ୍ତରପ୍ରଦେଶ କଂଗ୍ରେସ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ରତୁରୀ, ରାଜ୍ୟ ମହିଳା କଂଗ୍ରେସ ଉପାଧ୍ୟକ୍ଷ କମଲେଶ ରମଣ ଏବଂ ଦଳର ସୋଶାଲ ମିଡିଆ ପରାମର୍ଶଦାତା କୁଲଦୀପ ଚୌଧୁରୀ ଦିଲ୍ଲୀର ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ।

ଉତ୍ତରାଖଣ୍ଡ  AAP ସଂଯୋଜକ ଜଟ୍ ସିଂ ବିଶ୍ କହିଛନ୍ତି ଯେ, ଏହି ୩ ନେତା ଏଏପିରେ ସାମିଲ ହେବାରୁ ସିସୋଡିଆ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କ ଆଗମନ ଦଳକୁ ଅଧିକ ମଜଭୁତ କରିବ ବୋଲି କହିଛନ୍ତି। ବିଧାନସଭା ନିର୍ବାଚନରେ ​​ହାରିଥିବା ଏହି ନେତାମାନେ ସେମାନଙ୍କ ଇସ୍ତଫା ନିମନ୍ତେ କଂଗ୍ରେସରେ ବଢ଼ୁଥିବା ଦଳୀୟ କନ୍ଦଳକୁ ଦାୟୀ କରିଛନ୍ତି।

କଂଗ୍ରେସ ନେତାଙ୍କ ଇସ୍ତଫା ଖବର ଶୁଣି ଦଳର ବରିଷ୍ଠ ନେତାମାନେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରକ ସିଂ ରାୱତଙ୍କ ଘରେ ଗତକାଲି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏକତ୍ରିତ ହୋଇଥିଲେ। ହରକ ସିଂଙ୍କ ଘରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବିଧାୟକ ପ୍ରୀତମ ସିଂ, ବିରୋଧି ଦଳ ନେତା ଭୁବନ କାପଡି, ଲାଲଚାନ୍ଦ ଶର୍ମା, ବିଜୟପାଲ ସଜବାନ ପ୍ରମୁଖ ଉପସ୍ଥିତ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । କେଉଁ ପ୍ରସଙ୍ଗରେ ଏମାନେ ଆଲୋଚନା କରିଥିଲେ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏହି ବୈଠକରେ ଦଳର ଆଭ୍ୟନ୍ତରୀଣ ପରିସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାଯାଇଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ହରିଶ ରାୱତ କିନ୍ତୁ ଏହି ବୈଠକରୁ ଦୂରେଇ ରହିଥିଲେ।

ଏହି ବୈଠକ ପରେ ଉତ୍ତରାଖଣ୍ଡ କଂଗ୍ରେସରେ କିଛି ଠିକ୍ ନଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ୯ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ୨୦୨୨ରେ କଂଗ୍ରେସ ଉତ୍ତରାଖଣ୍ଡରେ ସରକାର ଗଠନ କରିବ ବୋଲି ଆଶାବାଦୀ ଥିଲେ ମଧ୍ୟ ସଫଲତା ପାଇନଥିଲା । ଏହାପରେ ଏବେ ପୁରୁଖା ନେତା ଦଳରୁ ମୁହଁ ଫେରାଇ ଅନ୍ୟ ଦଳ ଆଡ଼େ ଢଳୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos