ନୂଆଦିଲ୍ଲୀ: ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ କାଟୁଥିବା ବାବା ରାମ ରହିମଙ୍କ ବହୁଚର୍ଚ୍ଚିତ ଡେରା ଆଶ୍ରମରେ ଆଜି ଠାରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ତେବେ ଏହି ଯାଞ୍ଚ ବେଳେ ବାବାଙ୍କର ଅନେକ ଗୁମର ପଦାକୁ ଆସିଛି। ବିଶେଷ କରି ଆଶ୍ରମ ପରିସରରେ ଥିବା ଛାତ୍ରୀ ନିବାସଠାରୁ ବାବାଙ୍କର ଗୁମ୍ପାକୁ ସିଧା ସଳଖ ଏକ ବଙ୍କର(ଟନେଲ) ଥିବା ଠାବ କରାଯାଇଛି। ଏହି ଟନେଲ ଦେଇ ବାବାଙ୍କ ପସନ୍ଦମୁତାବକ ଯୁବତୀମାନେ ଉକ୍ତ ଗୁମ୍ପାକୁ ଆସୁଥିଲେ। ଆଉ ବାବା ସେଠି ମନଭରି ରାଶଲୀଳା କରୁଥିଲେ। ଖାଲି ଏତକ ନୁହଁ ଆହୁରି ସାଂଘାତିକ୍ ତଥ୍ୟର ପର୍ଦ୍ଦାଫାସ ହୋଇଛି। ସେହିପରି ଏଠାରେ ଏକ ବେଆଇନ ବାଣକାରଖାନା ଚାଲୁଥିବା ଠାବ କରାଯାଇଛି। ସେହିପରି ଗୁମ୍ପା ଭିତରେ ‘ସାଧ୍ୱୀ ନିବାସ’ର ସନ୍ଧାନ ମିଳିଛି। ଏଥିସହ ବହୁ ଆପତ୍ତିଜନକ ସମାଗ୍ରୀ ଉଦ୍ଧାର କରାଯାଇଛି।
ମିଳଥିବା ସୂଚନା ଅନୁଯାୟୀ, ବାବା ରାମରହିମଙ୍କର ୧୫୦୦ ହଳ ଜୋତା, ୩୦୦୦ ଡିଜାଇନର ପୋଷାକ, ଦାମୀ ଅଳଙ୍କାର, ବିଳାସପୂର୍ଣ୍ଣ କାର , ୭ ହଜାର ପୁରୁଣା ନୋଟ, କମ୍ପ୍ୟୁଟର, ଲାପଟପ୍ ଆଦି ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ, ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ହରିୟାଣା ପୁଲିସ ପକ୍ଷରୁ ସୀର୍ସାରେ ଥିବା ଡେରା ଆଶ୍ରମରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।