ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କୁ ପାଇଲଟଙ୍କ ଦୁଷ୍କର୍ମ!

ମୁମ୍ବାଇ: ଜଣେ ଟିଭି ଅଭିନେତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। ତାଙ୍କୁ ଜଣେ ପାଇଲଟ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ସେ ୱଶିୱାରା ପୁଲିସ୍‌ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି। ଅନେତ୍ରୀ ଜଣଙ୍କ ଗୋଟିଏ ମ୍ୟାଟ୍ରିମୋନିଆଲ ସାଇଟ୍‌ରେ ଅଭିଯୁକ୍ତଙ୍କୁ ଦେଖିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପରେ କଥା ବାହାଘର ଆଡ଼କୁ ଯାଇଥିଲା। ଦୀର୍ଘ ଦିନ ହେଲାଣି ଉଭୟ ଫୋନରେ କଥା ହେବା ସହ ସୋଶାଲ ମିଡିଆରେ ଚ୍ୟାଟ ମଧ୍ୟ କରୁଥିଲେ। ଗୋଟିଏ ଦିନ […]

ft

Hemant Lenka
  • Published: Tuesday, 19 January 2021
  • , Updated: 19 January 2021, 06:00 PM IST

ମୁମ୍ବାଇ: ଜଣେ ଟିଭି ଅଭିନେତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। ତାଙ୍କୁ ଜଣେ ପାଇଲଟ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ସେ ୱଶିୱାରା ପୁଲିସ୍‌ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି। ଅନେତ୍ରୀ ଜଣଙ୍କ ଗୋଟିଏ ମ୍ୟାଟ୍ରିମୋନିଆଲ ସାଇଟ୍‌ରେ ଅଭିଯୁକ୍ତଙ୍କୁ ଦେଖିଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପରେ କଥା ବାହାଘର ଆଡ଼କୁ ଯାଇଥିଲା। ଦୀର୍ଘ ଦିନ ହେଲାଣି ଉଭୟ ଫୋନରେ କଥା ହେବା ସହ ସୋଶାଲ ମିଡିଆରେ ଚ୍ୟାଟ ମଧ୍ୟ କରୁଥିଲେ। ଗୋଟିଏ ଦିନ ଅଭିଯୁକ୍ତ ଜଣଙ୍କ ଅଭିନେତ୍ରୀଙ୍କୁ ଫୋନ କରି ଦେଖା କରିବାକୁ ଡାକିଥିଲେ। କିଛି ଦିନ ପରେ ଅଭିଯୁକ୍ତ ଜଣଙ୍କ ମଧ୍ୟ ଅଭିନେତ୍ରୀଙ୍କ ଘରକୁ ଯାଇ ବିବାହର ପ୍ରସ୍ତାବ ଦେଇଥିଲେ।

ଏହି ପ୍ରସ୍ତାବ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଏହାର ସୁଯୋଗ ନେଇ ପାଇଲଟ ଜଣଙ୍କ ଅଭିନେତ୍ରୀ ଜଣଙ୍କୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ। ଏମିତି କିଛି ଦିନ ଚାଲିଥିଲା। ଧୀରେଧୀରେ ଅଭିଯୁକ୍ତ ଜଣଙ୍କ ଅଭିନେତ୍ରୀଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲା।

ଏପରି କି ସେ ତାଙ୍କୁ ଆଉ ବିବାହ କରିବେ ନାହିଁ ବୋଲି କହିଥିଲେ। ଏହାକୁ କେନ୍ଦ୍ର କରି ଅଭିନେତ୍ରୀ ଜଣଙ୍କ ଶେଷରେ ପୁଲିସ୍‌ରେ ଅଭିଯୋଗ କରିଥିବା ଜଣାପଡ଼ିଛି।

Related story