କ୍ୟାପିଟୋଲରେ ଗୁଳି ମାଡ଼ରେ ପ୍ରାଣ ହରାଇବା ପୂର୍ବରୁ କ’ଣ କହିଥିଲେ ଏହି ମହିଳା

ୱାଶିଂଟନ: ଆମେରିକାର କ୍ୟାପିଟୋଲ ବିଲଡିଂରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ସହ ପୁଲିସ୍‌ର ପ୍ରବଳ ସଂଘର୍ଷ‌ ହୋଇଛି। କ୍ୟାପିଟୋଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଏବେ ତାଙ୍କର ପରିଚୟ ମିଳିଛି। ତାଙ୍କ ନାଁ ଆଶିଲ ବବିତ। ସେ ଟ୍ରମ୍ପଙ୍କର ଜଣେ ବଡ଼ ସମର୍ଥକ। ସେ ଆମେରିକା ବାୟୁସେନାରେ ମଧ୍ୟ କାର୍ଯ୍ୟ କରିଥିଲେ। […]

y

Hemant Lenka
  • Published: Thursday, 07 January 2021
  • , Updated: 07 January 2021, 06:01 PM IST

ୱାଶିଂଟନ: ଆମେରିକାର କ୍ୟାପିଟୋଲ ବିଲଡିଂରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ସହ ପୁଲିସ୍‌ର ପ୍ରବଳ ସଂଘର୍ଷ‌ ହୋଇଛି। କ୍ୟାପିଟୋଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି।

ଏମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଏବେ ତାଙ୍କର ପରିଚୟ ମିଳିଛି। ତାଙ୍କ ନାଁ ଆଶିଲ ବବିତ। ସେ ଟ୍ରମ୍ପଙ୍କର ଜଣେ ବଡ଼ ସମର୍ଥକ। ସେ ଆମେରିକା ବାୟୁସେନାରେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ଟ୍ରମ୍ପଙ୍କୁ ପୁଣିଥରେ ରାଷ୍ଟ୍ରପତି ଭାବେ ଦେଖିବାକୁ ସେ ଦାବି କରି ଅନ୍ୟମାନଙ୍କ ସହ କ୍ୟାପିଟୋଲ ବିଲଡିଂରେ ଧସେଇ ପଶିବାକୁ ଚେଷ୍ଟା କରିବା ବେଳେ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି।

ସେ ଆନ୍ଦୋଳନରେ ସାମିଲ ହେବା ପୂର୍ବରୁ ଗୋଟିଏ ଟ୍ୱିଟ କରିଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। କାର୍ଲିଫର୍ଣ୍ଣିଆର ସାନ ଡିଓଗୋରେ ରହୁଥିବା ଆଶିଲ ନିକଟରେ ଟ୍ରମ୍ପଙ୍କ ସମର୍ଥନରେ ହେଉଥିବା ରାଲିରେ ଯୋଗଦେବାକୁ ଥିବା ଲୋକମରନଙ୍କ ସମର୍ଥନରେ ଗୋଟିଏ ରି-ଟ୍ୱିଟ କରିଥିଲେ।

ଏଥିରେ ସେ ଲେଖିଥିଲେ ଯେ କେହି ବି ଆମକୁ ଅଟକାଇ ପାରିବେ ନାହିଁ। ସେମାନେ ଅନେକ ଥର ଚେଷ୍ଟା, ଚେଷ୍ଟା ଓ ଚେଷ୍ଟା କରିପାରନ୍ତି। ହେଲେ ଝଡ଼ ଏଠାରେ ଦେଖିବାକୁ ମିଳିବ। ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ୱାଶିଂଟନ ଡିସି ସବୁ କିଛି ଦେଖିବ। ଅନ୍ଧାରକୁ ଆଲୋକିତ କରିବା ପାଇଁ ସମସ୍ତେ ଏକାଠି ହୋଇଛନ୍ତି ବୋଲି ସେ କହିଥିଲେ।

ଏହାପରେ ସେ ୱାଶିଂଟନ ଡିସିରେ ଥିବା କ୍ୟାପିଟୋଲ ବିଲଡିଂରେ ପ୍ରବେଶ କରିବାକୁ ସେଠାରେ ଅନ୍ୟମାନଙ୍କ ସହ ପହଞ୍ଚି ଯାଇଥିଲେ। ଏହାକୁ ନେଇ ପୁଲିସ୍‌ ଓ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ଘଟିଥିଲା। ଯେଉଁଥିରେ ଆଲିଶଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ୱାମୀ ଏହି ସମୟରେ ତାଙ୍କ ସହ ନଥିଲେ। ସେ କହିଛନ୍ତି, ଆଲିଶ କ’ଣ ପାଇଁ ସେଠାକୁ ଯାଇଥିଲେ, ଆମେ ଜାଣିନାହୁଁ। ଆମେ ସାନ ଡିଓଗୋରେ ଛୋଟ ବ୍ୟବସାୟ କରି ଚଳୁଥିଲୁ ବୋଲି ସେ କହିଛନ୍ତି।

Related story