ସେଣ୍ଟ୍ରାଲ ମାର୍କେଟରେ ଡବଲ ଆତ୍ମଘାତୀ ଆଟାକ୍‌: ୩୦ ମୃତ, ୭୩ ଆହତ

ବାଗଦାଦ: ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆଜି ଆତଙ୍କବାଦୀମାନେ ଡବଲ ଆଟାକ କରିଛନ୍ତି। ଆତଙ୍କବାଦୀମାନେ ଡବଲ ଆତ୍ମଘାତୀ ହମଲା ଯୋଗୁ ୩୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁରୁତର ଅବସ୍ଥାରେ ୭୩ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଇରାକର ରାଜଧାନୀ ତୟାରନ ଛକରେ ଥିବା ଓପନ ଏୟାର ସେଣ୍ଟ୍ରାଲ ମାର୍କେଟରେ ଆଜି […]

fr

Hemant Lenka
  • Published: Thursday, 21 January 2021
  • , Updated: 21 January 2021, 05:16 PM IST

ବାଗଦାଦ: ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆଜି ଆତଙ୍କବାଦୀମାନେ ଡବଲ ଆଟାକ କରିଛନ୍ତି। ଆତଙ୍କବାଦୀମାନେ ଡବଲ ଆତ୍ମଘାତୀ ହମଲା ଯୋଗୁ ୩୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁରୁତର ଅବସ୍ଥାରେ ୭୩ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଇରାକର ରାଜଧାନୀ ତୟାରନ ଛକରେ ଥିବା ଓପନ ଏୟାର ସେଣ୍ଟ୍ରାଲ ମାର୍କେଟରେ ଆଜି ମଧ୍ୟାହ୍ନରେ ଏପରି ହମଲା ହୋଇଛି। ଏହି ମାର୍କେଟରେ ସେକଣ୍ଡ ହ୍ୟାଣ୍ଡ୍ସ କପଡ଼ା ଅଧିକାଂଶ ସ୍ଥାନରେ ବିକ୍ରି ହୋଇଥାଏ। ମାର୍କେଟରେ ସକାଳୁ ପ୍ରବଳ ଭିଡ଼ ଜମି ଥିବା ବେଳେ ପ୍ରଥମ ଗୋଟିଏ ଆତ୍ମଘାତୀ ହମଲା ହୋଇଥିଲା।

ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ୁ ଥିବା ବେଳେ ହଠାତ୍ ଦ୍ୱିତୀୟ ଥର ଆତ୍ମଘାତୀ ହମଲା ହୋଇଥିଲା। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପ୍ରଥମ ଆତଙ୍କବାଦୀ ଜଣଙ୍କ ଅସୁସ୍ଥତାର ଅଭିନୟ କରି ମାର୍କେଟ ପରିସରରେ ତଳେ ପଡ଼ି ଯାଇଥିଲା। ଏହା ଦେଖି ଲୋକମାନେ ତା’ ପାଖକୁ ଦୌଡ଼ି ଆସିବାରୁ ସେ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିଲା। ବିସ୍ଫୋରଣ ପରେ ଲୋକମାନେ ଦୌଡ଼ୁ ଥିବା ବେଳେ ଦ୍ୱିତୀୟ ଆତଙ୍କବାଦୀ ଜଣଙ୍କ ଆତ୍ମଘାତୀ ହମଲା କରିଥିଲା।

କିଛି ସମୟ ମଧ୍ୟରେ ମାର୍କେଟ ପରିସର ପୂରା ରକ୍ତ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲା। ଲୋକଙ୍କ ଖଣ୍ତବିଖଣ୍ଡିତ ମୃତଦେହ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ମାର୍କେଟକୁ କର୍ଡନ ଅଫ କରି ନେଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

୨୦୧୮ ଜାନୁଆରୀରେ ମଧ୍ୟ ଏହି ମାର୍କେଟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Related story