୨ ବରିଷ୍ଠ ଅଧିକାରୀଙ୍କୁ ବିଦା କଲେ ଟ୍ୱିଟର ସିଇଓ

ନ୍ୟୁୟର୍କ: ପୂର୍ବ ଆକଳନ ସତ ହେଲା । ୨ ବରିଷ୍ଠ ଅଧିକାରୀଙ୍କୁ ବାହାର ରାସ୍ତା ଦେଖାଇଲା ଟ୍ୱିଟର । ଏଲନ ମସ୍କ ଟ୍ୱିଟରର ନୂଆ ମାଲିକ ହେବା ପରେ ସେ ବହୁ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇବେ ବୋଲି ପୂର୍ବାନୁମାନ କରୁଥିଲେ ବିଶେଷଜ୍ଞ। ଏହା ଏବେ ସତରେ ପରିଣତ ହୋଇଛି। ବିଦା ହୋଇଥିବା ୨ ବରିଷ୍ଠ ଅଧିକାରୀ ହେଲେ ଟ୍ୱିଟରର ଜେନେରାଲ ମ୍ୟାନେଜର କୈଭନ ବେୟକପୁର ଓ ରେଭନ୍ୟୁ ଜେନେରାଲ ମ୍ୟାନେଜର ବ୍ରୁଶ୍‌ ଫାଲକ୍‌। ହେଲେ ଏହି […]

twitter

twitter

Niharika Rout
  • Published: Friday, 13 May 2022
  • Updated: 13 May 2022, 12:35 PM IST

Sports

Latest News

ନ୍ୟୁୟର୍କ: ପୂର୍ବ ଆକଳନ ସତ ହେଲା । ୨ ବରିଷ୍ଠ ଅଧିକାରୀଙ୍କୁ ବାହାର ରାସ୍ତା ଦେଖାଇଲା ଟ୍ୱିଟର । ଏଲନ ମସ୍କ ଟ୍ୱିଟରର ନୂଆ ମାଲିକ ହେବା ପରେ ସେ ବହୁ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇବେ ବୋଲି ପୂର୍ବାନୁମାନ କରୁଥିଲେ ବିଶେଷଜ୍ଞ। ଏହା ଏବେ ସତରେ ପରିଣତ ହୋଇଛି। ବିଦା ହୋଇଥିବା ୨ ବରିଷ୍ଠ ଅଧିକାରୀ ହେଲେ ଟ୍ୱିଟରର ଜେନେରାଲ ମ୍ୟାନେଜର କୈଭନ ବେୟକପୁର ଓ ରେଭନ୍ୟୁ ଜେନେରାଲ ମ୍ୟାନେଜର ବ୍ରୁଶ୍‌ ଫାଲକ୍‌। ହେଲେ ଏହି ୨ ବରିଷ୍ଠ ଅଧିକାରୀଙ୍କୁ  କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ବିଦା କରିଥିବା ଜଣାଯାଇଛି।

ଟ୍ୱିଟର ମସ୍କଙ୍କ ହାତକୁ ଚାଲିଯିବା ପରେ ନିଜ ଚାକିରିକୁ ନେଇ ଅନିଶ୍ଚିତତା ମଧ୍ୟରେ ଥିଲେ ଏହାର କର୍ମଚାରୀ। ଏପରିକି ଖୁବ୍‌ ଶୀଘ୍ର ନିଜ ପାଳି ପଡ଼ିଯିବ ଓ ଟ୍ୱିଟର ବାହାର ରାସ୍ତା ଦେଖାଇବ ବୋଲି ଶହ ଶହ କର୍ମଚାରୀ ଶଙ୍କା ବ୍ୟକ୍ତ କରିଥିଲେ। ତେବେ ଏହି ପ୍ରୋସେସ ଏତେ ଜଲଦି ଆରମ୍ଭ ହୋଇଯିବ ବୋଲି କେହି ବିଶ୍ୱାସ କରି ନ ଥିଲେ।

ବେୟକପୁର ଟ୍ୱିଟରରୁ ଇସ୍ତଫା ଦେଇ ସାରିଥିବା ବେଳେ ଏହାର ସୂଚନା ସେ ଖୋଦ ଟ୍ୱିଟ କରି ଦେଇଛନ୍ତି। ଏନେଇ ସେ ଟ୍ୱିଟ କରିଛନ୍ତି, ଦୀର୍ଘ ୭ ବର୍ଷର ସମ୍ପର୍କ ତୁଟିଲା।   ଏଥି ସହ ସେ ଏକ ଚାଞ୍ଚଲ୍ୟକର ତଥ୍ୟର ମଧ୍ୟ ଖୁଲାସା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ,ଟ୍ୱିଟର ଛାଡ଼ିବା ନିଷ୍ପତ୍ତି ମୋର ନୁହେଁ। ପରାଗ ଏଥିନିମନ୍ତେ ମୋତେ କହିଥିଲେ, କାରଣ ସେ କମ୍ପାନୀକୁ ଏକ ଅଲଗା ଦିଗରେ ନେବାକୁ ଚାହୁଁଛନ୍ତି।

ବେୟକପୁରଙ୍କ ବ୍ୟତୀତ ବ୍ରୁଶ୍‌ ଫାଲକ୍‌ଙ୍କୁ ମଧ୍ୟ ଟ୍ୱିଟର ଛାଡ଼ିବାକୁ ପଡ଼ିଥିବା ବେଳେ ସେ ଦୀର୍ଘ ୫ ବର୍ଷର ସମ୍ପର୍କ ତୁଟାଇବାକୁ ବାଧ୍ୟ ହୋଇଥିବା ଟ୍ୱିଟ କରିଛନ୍ତି। ଦୀର୍ଘ ୫ ବର୍ଷ ହେଲା ସେ ଯେଉଁ ଟିମ୍‌ ତଥା ଅଧିକାରୀଙ୍କ ସହ କାମ କରିଛନ୍ତି  ସମସ୍ତଙ୍କୁ ହୃଦୟରୁ ଧନ୍ୟବାନ ଜଣାଇଛନ୍ତି। ବିଜେନସ୍ ଚଳାଇବା ଏକ୍‌ ଟିମ୍‌ର କାମ ବୋଲି ସେ କହିଛନ୍ତି।

ବେୟକପୁର ଓ ବ୍ରୁଶ୍‌ ଫାଲକ୍‌ଙ୍କ ଇସ୍ତଫା ପରେ ଜୟ ସୁଲିଭାନ କୋ-ପ୍ରଡକ୍ଟ ଓ ରେଭିନ୍ୟୁ ଭାର ସମ୍ଭାଳିବେ। ଉଭୟ ଅଧିକାରୀଙ୍କ ଇସ୍ତଫା ସୂଚନା ସିଇଓ ଅଗ୍ରୱାଲ କମ୍ପାନୀର ଏକ ଅଧିକାରୀସ୍ତରୀୟ ମିଟିଂରେ ଦେଇଛନ୍ତି। ଏଥିସହ କାହାରୁ ବାହାର କରିବା ଯୋଜନା କମ୍ପାନୀର ନ ଥିବା ସେ ସ୍ପଷ୍ଟ କରିଛନ୍ତି।

ନିଜ ଟାର୍ଗେଟ ପୂରଣ କରି ପାରି ନ ଥିବାରୁ ଏହି ୨ ଅଧିକାରୀଙ୍କୁ ବାହାର ରାସ୍ତା ଦେଖାଯାଇଥିବା ଏକ ରିପୋର୍ଟରେ ପ୍ରକାଶିତ ହୋଇଛି। ତେବେ ବେୟକପୁର ଓ ବ୍ରୁଶ୍‌ ଫାଲକ୍‌ଙ୍କ ପରେ ତୃତୀୟ ନମ୍ବର କାହାର ପଡ଼ୁଛି ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story