ମାତ୍ର ପାଞ୍ଚ ଶହ ଟଙ୍କା ପାଇଁ ହତ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁରେ ଓଡ଼ିଆ ଇଞ୍ଜିନିୟର ପ୍ରଣୟ ମିଶ୍ରଙ୍କ ମର୍ଡର ମିଷ୍ଟ୍ରିର ଖୁଲାସା କରିଛି ପୋଲିସ। ମାତ୍ର ପାଞ୍ଚ ଶହ ଟଙ୍କା ପାଇଁ ପ୍ରଣୟଙ୍କ ହତ୍ୟା କରାଯାଇଥିଲା। ଏପରି କିଛି ଖୁଲାସା କରିଛନ୍ତି ବେଙ୍ଗାଲୁରୁ ଡିସିପି। ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବା ସହ ସେଦିନ ରାତିରେ କଣ ହୋଇଥିଲା ସେ ସମ୍ପକରେ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡ ରାତିରେ ପ୍ରଣୟଙ୍କ ସହ ଦୁଇ ବାଇକ୍ ଆରୋହୀଙ୍କ ଯୁକ୍ତିତର୍କ ହୋଇଥିଲା। ଦୁଇ ବାଇକ୍ ଆରୋହୀଙ୍କ ଗାଡ଼ିକୁ ପ୍ରଣୟ ଧକ୍କା ଦେଇଥିବା […]

bengaluru-odia-techie-murder

bengaluru-odia-techie-murder

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 06:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁରେ ଓଡ଼ିଆ ଇଞ୍ଜିନିୟର ପ୍ରଣୟ ମିଶ୍ରଙ୍କ ମର୍ଡର ମିଷ୍ଟ୍ରିର ଖୁଲାସା କରିଛି ପୋଲିସ। ମାତ୍ର ପାଞ୍ଚ ଶହ ଟଙ୍କା ପାଇଁ ପ୍ରଣୟଙ୍କ ହତ୍ୟା କରାଯାଇଥିଲା। ଏପରି କିଛି ଖୁଲାସା କରିଛନ୍ତି ବେଙ୍ଗାଲୁରୁ ଡିସିପି। ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବା ସହ ସେଦିନ ରାତିରେ କଣ ହୋଇଥିଲା ସେ ସମ୍ପକରେ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡ ରାତିରେ ପ୍ରଣୟଙ୍କ ସହ ଦୁଇ ବାଇକ୍ ଆରୋହୀଙ୍କ ଯୁକ୍ତିତର୍କ ହୋଇଥିଲା। ଦୁଇ ବାଇକ୍ ଆରୋହୀଙ୍କ ଗାଡ଼ିକୁ ପ୍ରଣୟ ଧକ୍କା ଦେଇଥିବା ଅଭିଯୋଗରେ ପାଞ୍ଚ ଶହ ଟଙ୍କା ମାଗିଥିଲେ। ପ୍ରଣୟ କିନ୍ତୁ ଟଙ୍କା ନଦେଇ ଘଟଣାସ୍ଥଳରୁ ଚାଲି ଆସିଥିଲେ। ତେବେ ଉଭୟ ଅଭିଯୁକ୍ତ ପ୍ରଣୟଙ୍କୁ ପିଛା କରିଥିଲେ। ପ୍ରଣୟ ନିଜ ବାନ୍ଧବୀଙ୍କ ଦେଖା କରିବାକୁ ଯିବା ପୂର୍ବରୁ ହତ୍ୟାକାରୀମାନେ ପ୍ରଣୟଙ୍କୁ ଆକ୍ରମଣ କରିଥଲେ। ହତ୍ୟାକାରୀଙ୍କୁ ତାମିଲନାଡ଼ୁ ସୀମା ହୋସୁରରୁ ଗିରଫ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଜଣେ ପୋଲିସ ଉପରକୁ ଆକ୍ରମଣ କରିଥିଲା। ଯାହା ଜବାବରେ ପୋଲିସକୁ ବାଧ୍ୟ ହୋଇ ଗୁଳି ଚଲାଇବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos