କୁକୁର ମାରି ଦୁଇ ଗିରଫ

ଚଣ୍ଡିଗଡ଼: ବୁଲା କୁକୁରକୁ କାଠ ଫାଳିଆରେ ବାଡ଼େଇ ବାଡ଼େଇ ମାରିବା ଅଭିଯୋଗରେ ଦୁଇ ଗିରଫ। କୁକୁରକୁ ବାଡ଼ାଉଥିବାର ଏକ ୨୪ ସେକେଣ୍ଡର ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ପଞ୍ଜାବର ମୋଗା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇ ଜଣ କୁକୁରଟିକୁ ବାଡ଼ଉଥିବା ବେଳେ ରାସ୍ତାରେ ଯାଉଥିବା ଅନ୍ୟ ବ୍ୟକ୍ତି କେହି ପ୍ରତିବାଦ କରିନଥିବାର ମଧ୍ୟ ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି। ଦୁଇ ଅଭିଯୁକ୍ତ ହେଲେ ପରବୀନ୍ଦର ସିଂହ ଏବଂ କୁଲଦୀପ ସିଂହ। ମୋଗା […]

strain-dog-killed

Subhransu Sekhar
  • Published: Monday, 18 January 2021
  • , Updated: 18 January 2021, 08:00 AM IST

ଚଣ୍ଡିଗଡ଼: ବୁଲା କୁକୁରକୁ କାଠ ଫାଳିଆରେ ବାଡ଼େଇ ବାଡ଼େଇ ମାରିବା ଅଭିଯୋଗରେ ଦୁଇ ଗିରଫ। କୁକୁରକୁ ବାଡ଼ାଉଥିବାର ଏକ ୨୪ ସେକେଣ୍ଡର ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ପଞ୍ଜାବର ମୋଗା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇ ଜଣ କୁକୁରଟିକୁ ବାଡ଼ଉଥିବା ବେଳେ ରାସ୍ତାରେ ଯାଉଥିବା ଅନ୍ୟ ବ୍ୟକ୍ତି କେହି ପ୍ରତିବାଦ କରିନଥିବାର ମଧ୍ୟ ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି।

ଦୁଇ ଅଭିଯୁକ୍ତ ହେଲେ ପରବୀନ୍ଦର ସିଂହ ଏବଂ କୁଲଦୀପ ସିଂହ। ମୋଗା ଥାନା ଅଧିନରେ ଥିବା ଦାଶମେଶ ନଦରର ଗୁରୁଦ୍ୱାରରେ ଏହି ଦୁଇ ଜଣ ସେବାଦାର ବୋଲି ଜଣାପଡ଼ିଛି। ଜଣେ ଅଭିଯୁକ୍ତର ଘର ପରବୀନ୍ଦର ସିଂହ ମୋଗାରେ ଅନ୍ୟ ଅଭିଯୁକ୍ତ କୁଲଦୀପ ତରନ ଜିଲ୍ଲାର ବୋଲି ଜଣାପଡ଼ିଛି।

Related story