ବିଧାନସଭାରୁ ତଡ଼ା ଖାଇଲେ ଦୁଇ ବିଜେପି ବିଧାୟକ

ନୂଆଦିଲ୍ଲୀ: ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ଦିଲ୍ଲୀ ବିଧାନସଭାରୁ ଦୁଇଜଣ ବିଜେପି ବିଧାୟକ ତଡ଼ା ଖାଇଛନ୍ତି। ସେମାନେ ହେଲେ ମାଜିନ୍ଦର ସିଂହ ସିରିଷା ଓ ଓମପ୍ରକାଶ ଶର୍ମା। ଦିଲ୍ଲୀ ମେଟ୍ରୋରେ ଯାତ୍ରୀ ଭଡ଼ା ବୃଦ୍ଧି ସଂପର୍କିତ ଆଲୋଚନା ବେଳେ ଏମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଏମାନଙ୍କୁ ମାର୍ଶାଲ ଲଗାଇ ଗୃହରୁ ବାହାରୁ କରିଦିଆ ଯାଇଥିଲା। ଆଜି ଦିଲ୍ଲୀ ବିଧାନସଭାରେ ଏହି ଅଶୋଭନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟ ମେଟ୍ରୋରେ ଯାତ୍ରୀଭଡ଼ା ବୃଦ୍ଧି […]

Ordigital Desk
  • Published: Monday, 09 October 2017
  • Updated: 09 October 2017, 05:26 PM IST

Sports

Latest News

ନୂଆଦିଲ୍ଲୀ: ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ଦିଲ୍ଲୀ ବିଧାନସଭାରୁ ଦୁଇଜଣ ବିଜେପି ବିଧାୟକ ତଡ଼ା ଖାଇଛନ୍ତି। ସେମାନେ ହେଲେ ମାଜିନ୍ଦର ସିଂହ ସିରିଷା ଓ ଓମପ୍ରକାଶ ଶର୍ମା। ଦିଲ୍ଲୀ ମେଟ୍ରୋରେ ଯାତ୍ରୀ ଭଡ଼ା ବୃଦ୍ଧି ସଂପର୍କିତ ଆଲୋଚନା ବେଳେ ଏମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଏମାନଙ୍କୁ ମାର୍ଶାଲ ଲଗାଇ ଗୃହରୁ ବାହାରୁ କରିଦିଆ ଯାଇଥିଲା।
ଆଜି ଦିଲ୍ଲୀ ବିଧାନସଭାରେ ଏହି ଅଶୋଭନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟ ମେଟ୍ରୋରେ ଯାତ୍ରୀଭଡ଼ା ବୃଦ୍ଧି ବିରୋଧରେ ଏକ ରିଜୋଲ୍ୟୁସନ୍ ଆଗତ କରିଥିଲେ।

ଏହା ଉପରେ ଆଲୋଚନା ଚାଲିଥିବା ବେଳେ ବିଜେପିର ଦୁଇ ବିଧାୟକ ମାଜିନ୍ଦର ସିଂହ ସିରିଷା ଓ ଓମପ୍ରକାଶ ଶର୍ମା ବାରମ୍ବାର ଆଲୋଚନାରେ ବ୍ୟାଘାତ ସୃଷ୍ଟି କରିଥିଲେ। ସେମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶରେ ଏମାନଙ୍କୁ ଗୃହର ମାର୍ଶାଲମାନେ ଗୃହ ଭିତରୁ ବାହାର କରିଦେଇଥିଲେ। ଏହାପରେ ବିଜେପିର ଆଉ ଦୁଇଜଣ ବିଧାୟକ ଜଗଦୀଶ ପ୍ରଧାନ ଓ ଭିଜେନ୍ଦର ଗୁପ୍ତା କକ୍ଷତ୍ୟାଗ କରିଥିଲେ।
ଆସନ୍ତା କାଲି (ଅକ୍ଟୋବର 10) ଠାରୁ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ମେଟ୍ରୋ ଟ୍ରେନର ଯାତ୍ରୀଭଡ଼ା ବୃଦ୍ଧି କରିଛି। ଏହା ହେଉଛି ଚଳିତ ବର୍ଷର ଦ୍ବିତୀୟ ଭଡ଼ାବୃଦ୍ଧି। ଗତ ମେ ମାସରେ ବି ମେଟ୍ରୋ ଭଡ଼ା ବୃଦ୍ଧି ପାଇଥିଲା। ତେଣୁ ଏହାକୁ ଦିଲ୍ଲୀର ଆମ୍ ଆଦମୀ ସରକାର ବିରୋଧ କରୁଛି। ଏ ସଂପର୍କରେ ଏକ ରିଜୋଲ୍ୟୁସନ୍ ପାସ୍ କରି କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟକୁ ଦେବାକୁ ପ୍ରୟାସ ଚଳାଇଛନ୍ତି ସରକାର। ରିଜୋଲ୍ୟୁସନରେ କୁହାଯାଇଛି, ଦିଲ୍ଲୀ ମେଟ୍ରୋ କର୍ପୋରେସନର ଏଭଲି ଜନବିରୋଧୀ ନିଷ୍ପତ୍ତି ବିରୋଧରେ ତୁରନ୍ତ ହସ୍ତକ୍ଷେପ କରି ଭଡ଼ା ବୃଦ୍ଧି ରୋକନ୍ତୁ।
କିନ୍ତୁ ଏହି ଚାରିଜଣ ବିଜେପି ବିଧାୟକ ମେଟ୍ରୋ ସଂପର୍କିତ ଆଲୋଚନାରେ ଭାଗ ନନେଇ, ଗତ ସପ୍ତାହରେ ଜଣେ ବିଜେପି ବିଧାୟକଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଏହାପରେ ବାଚସ୍ପତି ରାମ ନିବାସ ଗୋଏଲ ଦୁଇଜଣ ବିଧାୟକଙ୍କୁ ଗୃହରୁ ବାହାର କରିଦେବାକୁ ବିଧାନସଭା ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ଯେ ହେତୁ କାଲିଠାରୁ ମେଟ୍ରୋ ଭଡ଼ା ବୃଦ୍ଧି ପାଇବାକୁ ଯାଉଛି ତେଣୁ ଏ ସଂପର୍କିତ ଆଲୋଚନା ହେବା ଜରୁରି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story