ହାଇଦ୍ରାବାଦ୍: ହାଇଦ୍ରାବାଦ୍ସ୍ଥିତ ରାଜୀବଗାନ୍ଧୀ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ଗତ ୧୮ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଛି । ଇଣ୍ଡିଗୋ ଏୟାରଲାଇନ୍ସର ୨ ଯାତ୍ରୀ ଜଣେ ଏୟାର ହଷ୍ଟେସ୍ଙ୍କୁ ଦୁର୍ବ୍ୟବହାର କିଭଳି ଅପଦସ୍ତ ହୋଇଛନ୍ତି ତାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖିବା ପରେ ଏବେ ବିମାନ ଯାତ୍ରା ବେଳେ ଉତ୍ଶୃଙ୍ଖଳ ଆଚରଣ କରୁଥିବା ବ୍ୟକ୍ତିମାନେ ଟିକେ ସଞ୍ଜତ ହେବେ ବୋଲି ଆଶା କରାଯାଉଛି ।
ମଦ୍ୟପାନ କରି ବିମାନ ଯାତ୍ରା କରୁଥିବା ୨ ବ୍ୟକ୍ତି ଘଟଣା ଦିନ ଜଣେ ବିମାନ ପରିଚାରିକାଙ୍କୁ ଅସଦାଚରଣ କରିଥିଲେ। ଅବାଗିଆ ଢଙ୍ଗରେ ତାଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଯାହାକୁ ଦେଖି ଉକ୍ତ ପରିଚାରିକା ବା ଏୟାରହଷ୍ଟେସ୍ ଜଣକ ବିରୋଧ କରିଥିଲେ। ଏଭଳି ଘଟଣା ବିମାନରେ ନୁଆ ନୁହେଁ। ମାତ୍ର ଅନେକ ସମୟରେ ଯାତ୍ରୀଙ୍କ ସୁରକ୍ଷା ଓ ବିମାନ ଯାତ୍ରା ପ୍ରୋଟକଲ କାରଣରୁ ବିମାନ କର୍ତ୍ତୃପକ୍ଷ କିଛି ନ କହି ଚୁପ୍ ରହିଯାଇଥାନ୍ତି । କିନ୍ତୁ ଏଥରର କାଣ୍ଡ ୨ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡିଥିଲା ।
ଏୟାରହଷ୍ଟେସ୍ ଜଣକ ଯାତ୍ରୀଙ୍କ ଏଭଳି ଆଚରଣ ଦେଖି ପୋଲିସ ପାଖରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ୨ ଅଭିଯୁକ୍ତ ଯାତ୍ରୀ ଅଡୁଆରେ ପଡି ଯାଇଥିଲେ । ମାମଲା ଥାନାକୁ ଯିବା ପରେ ଦୁହେଁ ଉକ୍ତ ଏୟାରହଷ୍ଟସ୍ଙ୍କ ପାଦତଳେ ପଡି ଭୁଲ୍ ମାଗୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ଭିଡିଓ ଭାଇରାଲ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।