ଦିଲ୍ଲୀ ଜାଫରାବଦ ହିଂସା ଘଟଣାରେ ୩ ମୃତ, ଡିସିପିଙ୍କ ସମେତ ୩୭ ଆହତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଦିଲ୍ଲୀ ପୁଲିସର ହେଡ୍ କନେଷ୍ଟବଳ ଏବଂ ଅନ୍ୟ ଦୁଇ ଜଣ ସାଧାରଣ ନାଗରିକ ରହିଛନ୍ତି। ସେହିପରି ଡିସିପିଙ୍କ ସହିତ ୩୭ ପୁଲିସ ଅଧିକାରୀ ଜାଫରାବାଦ ହିଂସାରେ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାଫରାବାଦ, ମୌଜପୁର, ଖଜୁରୀ ଖାସ ଅଞ୍ଚଳରେ ହିଂସା ବ୍ୟାପିବା ପରେ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରିଛି। ଗୋକୁଲପୁରୀରେ ଆନ୍ଦୋଳନକାରୀଙ୍କୁ […]

DELHI VIOLENCE

DELHI VIOLENCE

Subhransu Sekhar
  • Published: Monday, 24 February 2020
  • Updated: 24 February 2020, 09:40 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଦିଲ୍ଲୀ ପୁଲିସର ହେଡ୍ କନେଷ୍ଟବଳ ଏବଂ ଅନ୍ୟ ଦୁଇ ଜଣ ସାଧାରଣ ନାଗରିକ ରହିଛନ୍ତି। ସେହିପରି ଡିସିପିଙ୍କ ସହିତ ୩୭ ପୁଲିସ ଅଧିକାରୀ ଜାଫରାବାଦ ହିଂସାରେ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାଫରାବାଦ, ମୌଜପୁର, ଖଜୁରୀ ଖାସ ଅଞ୍ଚଳରେ ହିଂସା ବ୍ୟାପିବା ପରେ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରିଛି। ଗୋକୁଲପୁରୀରେ ଆନ୍ଦୋଳନକାରୀଙ୍କୁ ପ୍ରଶମିତ କରିବାକୁ ଯାଇ ପୁଲିସ ଅଧିକାରୀ ରତନ ଲାଲ ଆହତ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଶାହୀନବାଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଛି। ଏହାପରେ ଜାଫରାବାଦରେ ଶନିବାର ରାତିରେ ସିଏଏକୁ ବିରୋଧ କରି ଆନ୍ଦୋଳନ ହୋଇଛି। ଆନ୍ଦୋଳନ ପାଇଁ ରାସ୍ତା ବନ୍ଦ ହୋଇଯାଇଛି। ଏହାପରେ ସ୍ଥାନୀୟ ଲୋକମାନେ ଏକାଠି ହୋଇ ଆନ୍ଦୋଳନକାରୀଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି

ଉତ୍ତର ପୂର୍ବ ଦିଲ୍ଲୀରେ ଥିବା ମୌଜପୁର-ଭଜନପୁରା ଏବଂ ଜାଫରାବାଦ ସମେତ ଅନେକ ଅଞ୍ଚଳରେ ସ୍ଥିତି ଉତ୍ତେଜନାମୂଳକ ରହିଛି। ସିଏଏ ବିରୋଧୀ ଏବଂ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଆନ୍ଦୋଳନକାରୀ ଗୋଟିଏ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଛନ୍ତି। ଦିଲ୍ଲୀର ହେଡ କନେଷ୍ଚବଳ ରତନ ଲାଲଙ୍କର ଏହି ଘଟଣାରେ ମୃତ୍ୟୁ ଘଟିଛି। ସେ ଗୋକୁଲପୁରୀ ଏସପିଙ୍କ କାର୍ଯ୍ୟାଳୟରେ ମୁତ୍ତୟନ ଥିଲେ। ଏହି ପୁଲିସ ଷ୍ଚେସନରେ ମୁତ୍ତୟନ ଥିବା ଅନେକ ପୁଲିସ ମଧ୍ୟ ଆହତ ହୋଇଛନ୍ତି। ଏହାବାଦ ସ୍ଥାନୀୟ ଅଞ୍ଚଳରେ ଥିବା ଅନେକ ଘର, ଦୋକାନରେ ମଧ୍ୟ ହିଂସାକାରୀ ନିଆଁ ଲଗାଇ ଦେଇଛନ୍ତି। ଆଜି ସକାଳ ୧୧ଟାରେ ଆନ୍ଦୋଳନକାରୀ ହିଂସା ଆରମ୍ଭ କରିଥିଲେ। ସ୍ଥିତି ଅଣାୟତ ହେବା ପରେ ପୁଲିସ ଟିୟର ଗ୍ୟାସ ଗୁଳି ଫାଇରିଂ କରିଥିଲା। ଏବେ ସ୍ଥିତି ଆୟତ୍ୱାଧୀନ ରହିଥିବା ସୂଚନା ରହିଛି।

ଆନ୍ଦୋଳନକୁ ଦେଖି ଦିଲ୍ଲୀ ମେଟ୍ରୋର ୫ଟି ଷ୍ଟେସନ ବନ୍ଦ ରହିଛି। ଏହି ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ବନ୍ଦ ରହିଥିବା ବେଳେ ଟ୍ରେନ ମଧ୍ୟ ଏଠାରେ ରହୁନାହିଁ। ଏହି ୫ଟି ମେଟ୍ରୋ ଷ୍ଟେସନ ହେଲା ଜାଫରାବାଦ, ମୌଜପୁର-ବାବରପୁର, ଗୋକୁଲପୁରୀ, ଜୌହରୀ ଏନକ୍ଲଭ ଏବଂ ଶିବ ବିହାର ଷ୍ଚେସନ।

ଆଜି ସଂଧ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦିଲ୍ଲୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ହାଇଦ୍ରାବାଦ ହାଉସରେ ଭାରତ-ଆମେରିକା ମଧ୍ୟରେ ଅନେକ ପ୍ରସଙ୍ଗରେ ଚୁକ୍ତି ହେବ। ଏହି ସମୟରେ ଟ୍ରମ୍ପଙ୍କ ଆଗରେ ମୋଦୀ ସରକାରର ଛବି ଖରାପ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଗୁଇନ୍ଦା ରିପୋର୍ଟ ଗୃହ ମନ୍ତ୍ରଣାଳୟକୁ କହିଛି। ଗୃହ ବିଭାଗର ସଚିବ ଅଜୟ ଭଲ୍ଲା ମଧ୍ୟ ହିଂସା ଘଟଣା ଉପରେ ନଜର ରଖିଛନ୍ତି। ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ରହିବା ସହିତ ଆବଶ୍ୟକ ଫୋର୍ସ ନେବାକୁ କହିଛନ୍ତି।

ଉତ୍ତର ପୂର୍ବ ଦିଲ୍ଲୀରେ ଥିବା ୧୦ଟି ସ୍ଥାନରେ ଏବେ ଧାରା ୧୪୪ ଲାଗୁ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଟୁଇଟ୍ କରି ଶାନ୍ତି ବଜାୟୀ ରଖିବାକୁ ଆହ୍ୱାନ କରିଛନ୍ତି। ଉପରାଜ୍ୟପାଳ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଆଇନ ବ୍ୟବସ୍ଥା ଠିକ୍ କରିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos