ଚକ୍‌ମା ଦେଲେ ଦୁଇ ପୁତୁରା, ପୁତ୍ରମୋହରେ ଉଦ୍ଧବ ଜଳକା!

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଗତ ଏକ ମାସରେ ସ୍ଥିତି ପୁରା ଓଲଟିଯାଇଛି। ବିଜେପିର ଏକଦା ଘନିଷ୍ଠ ସହଯୋଗୀ କୁହାଯାଉଥିବା ଶିବସେନା ବିରୋଧୀ ଦଳକୁ ଠେଲି ହୋଇଯାଇଥିବାବେଳେ ବିଜେପି ଏନ୍‌ସିପି ନେତା ଅଜିତ ପାୱାରଙ୍କ ସହାୟତାରେ ସରକାର ଗଢ଼ିଛି। ତେବେ ସମୀକରଣ କେମିତି କିଏ ତିଆରି କଲା ତାହା ବର୍ତ୍ତମାନ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିବାବେଳେ ଏ ସମୟରେ ୨ଟି ନାଁ ଚର୍ଚ୍ଚାରେ ରହିଛି। ଜଣେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ଏବଂ ଅନ୍ୟ ଜଣେ […]

munde

munde

Subrat Kumar Nayak
  • Published: Saturday, 23 November 2019
  • Updated: 23 November 2019, 05:47 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଗତ ଏକ ମାସରେ ସ୍ଥିତି ପୁରା ଓଲଟିଯାଇଛି। ବିଜେପିର ଏକଦା ଘନିଷ୍ଠ ସହଯୋଗୀ କୁହାଯାଉଥିବା ଶିବସେନା ବିରୋଧୀ ଦଳକୁ ଠେଲି ହୋଇଯାଇଥିବାବେଳେ ବିଜେପି ଏନ୍‌ସିପି ନେତା ଅଜିତ ପାୱାରଙ୍କ ସହାୟତାରେ ସରକାର ଗଢ଼ିଛି। ତେବେ ସମୀକରଣ କେମିତି କିଏ ତିଆରି କଲା ତାହା ବର୍ତ୍ତମାନ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିବାବେଳେ ଏ ସମୟରେ ୨ଟି ନାଁ ଚର୍ଚ୍ଚାରେ ରହିଛି। ଜଣେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ଏବଂ ଅନ୍ୟ ଜଣେ ଦିବଂଗତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ପୁତୁରା ଧନଞ୍ଜୟ ମୁଣ୍ଡେ।

ଶିବସେନାର ଛାତ୍ର ସଂଗଠନ ଯୁବସେନାର ମୁଖ୍ୟ ତଥା ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ନାତି ଆଦିତ୍ୟ ଠାକ୍‌ରେ ନିର୍ବାଚନ ଲଢ଼ି ବିଧାୟକ ହେବା ପରେ ହିଁ ହଠାତ ଓଲଟିଥିଲା ମହାରାଷ୍ଟ୍ର ସମୀକରଣ। ଏପରିକି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ତାଙ୍କ ଦଳର କର୍ମୀମାନେ ଦାବି କରିବା ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ମରାଯାଇଥିଲା। ନିର୍ବାଚନ ଫଳ ବାହାରିବା ମାତ୍ରେ ହିଁ ଦଳର ମୁଖପାତ୍ର ସଞ୍ଜୟ ରାଉତ ଏବଂ ଉଦ୍ଧବ ମତ ପୋଷଣ କରିବା ଆରମ୍ଭ କରିଥିଲେ, ବିଜେପି ଏବଂ ଶିବସେନା ମଧ୍ୟରେ ୫୦:୫୦ ବୁଝାମଣା ହୋଇଥିଲା।

ଉଭୟ ଦଳର ମୁଖ୍ୟମନ୍ତ୍ରୀ ଅଢ଼େଇ ଅଢ଼େଇ ବର୍ଷ ଧରି ଶାସନ କରିବେ ବୋଲି ସେମାନେ ଦାବି କରିଥିଲେ। ବିଜେପି ଶିବସେନାଠାରୁ ଯଥେଷ୍ଟ ଅଧିକ ଆସନର ଅଧିକାରୀ ହୋଇଥିବାବେଳେ ଏଭଳି ପ୍ରସ୍ତାବରେ ସେମାନେ ରାଜି ହୋଇନଥିଲେ। ଏପରି କୌଣସି ବୁଝାମଣା ହୋଇନଥିବା ବିଜେପି ସ୍ପଷ୍ଟ କରିଦେଇଥିଲା। ଶିବସେନା ଯେକୌଣସି ମତେ ମୁଖ୍ୟମନ୍ତ୍ରୀ ଆସନ ଦଖଲ କରିବା ପାଇଁ କଂଗ୍ରେସ-ଏନ୍‌ସିପି ଯୋଡ଼ିଙ୍କ ଆଡ଼କୁ ମୁହାଁଇଥିଲା। ଶେଷରେ ଯଦିଓ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ଚୂଡ଼ାନ୍ତ ହୋଇଥିଲା, ବିଜେପି ସହ ଶିବସେନାର ମତଭେଦର କାରଣ ଉଦ୍ଧବଙ୍କ ‘ଆଦିତ୍ୟ’ ମୋହ ବୋଲି ସେସମୟରେ ବେଶ୍‌ ଚର୍ଚ୍ଚା ହୋଇଥିଲା।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ଅନ୍ୟତମ ପ୍ରମୁଖ ନେତା ଦିବଂଗତ ଗୋପୀନାଥ ମୁଣ୍ଡେଙ୍କ ପୁତୁରା ଧନଞ୍ଜୟ ନୂଆ ସମୀକରଣର ଚାଣକ୍ୟ ବୋଲି କୁହାଯାଉଛି। ସେ ବିଜେପିର ପୂର୍ବ ସରକାରରେ ମନ୍ତ୍ରୀ ଥିବା ପଙ୍କଜା ମୁଣ୍ଡେଙ୍କ ସମ୍ପର୍କୀୟ ଭାଇ। ସଦ୍ୟ ସମାପିତ ନିର୍ବାଚନରେ ଧନଞ୍ଜୟ ହିଁ ପଙ୍କଜାଙ୍କୁ ହରାଇଥିଲେ। ତେବେ ଗୋପୀନାଥଙ୍କ ପୁତୁରା ବର୍ତ୍ତମାନ ସମୟରେ ସେ ବିଜେପି ପାଇଁ ବନ୍ଧୁ ସାବ୍ୟସ୍ତ ହୋଇଛନ୍ତି।

କୁହାଯାଉଛି ଗତ ରାତିରେ ସେ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ଭେଟିଥିଲେ। ଏହାପରେ ଅଜିତ ପାୱାରଙ୍କ ସହ ମିଶି ସରକାର ଗଠନ ଯୋଜନା କରାଯାଇଥିଲା। କ୍ୟାରିଅର ଆରମ୍ଭରୁ ବିଜେପିର ଯୁବ ମୋର୍ଚ୍ଚାରେ ରାଜନୀତି କରୁଥିବା ମୁଣ୍ଡେ ୨୦୧୨ ମସିହାରେ ଏନ୍‌ସିପିରେ ଯୋଗ ଦେଇଥିଲେ। ଆଉ ସେ ହିଁ ଅଜିତଙ୍କ ସହ ବିଜେପିର ବୁଝାମଣା କରାଇବାରେ ସଫଳ ହୋଇଥିଲେ। ସେ ଗତ ରାତିଠାରୁ କାହାର ମଧ୍ୟ ଯୋଗାଯୋଗରେ ନାହାନ୍ତି।

ଅନ୍ୟ ଜଣେ ପୁତୁରା ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ସେ ମହାରାଷ୍ଟ୍ର ରାଜନୀତିର ଅନ୍ୟତମ କ୍ଷମତାଶାଳୀ ପରିବାର ପାୱାର ପରିବାରରେ ଜନ୍ମିତ। ବର୍ତ୍ତମାନ ଗଣିତ ଓଲଟିବା ପରେ ତାଙ୍କ ଦାଦା ଶରଦ ଅଭିଯୋଗ ଆଣିଛନ୍ତି ଅଜିତ ଧୋକା ଦେଇ ବିଜେପି ସହ ହାତ ମିଶାଇଛନ୍ତି। ସେ ଅଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମଧ୍ୟ କହିଛନ୍ତି।

କିନ୍ତୁ ଆଜି ସକାଳେ ଶପଥ ନେଇଥିବା ଅଜିତ ପାୱାର କହିଛନ୍ତି, ସେ ଲୋକଙ୍କ ସମସ୍ୟା ପାଇଁ ଆଗେଇ ଆସିଛନ୍ତି। ସେ ଚାଷୀଙ୍କ ସମସ୍ୟାର ଅନ୍ତ ଘଟାଇବାକୁ ଚାହାନ୍ତି। ସେମାନଙ୍କ ଭଲ ପାଇଁ ସରକାରକୁ ଆସିଛନ୍ତି। ଲୋକେ ଯାହାକୁ ସରକକାର ଗଠନ ପାଇଁ ବାଛିଛନ୍ତି, ସେ ସରକାର ଗଢ଼ିବା ଦରକାର। ସରକାର ଗଠନ ହେଲେ ନିଷ୍ପତ୍ତି ନେବାରେ ମଧ୍ୟ ସୁବିଧା ହେବ, ଯାହାକି ସରକାର ଗଠନ ବିଳମ୍ବ ହେବା ସହ ସମସ୍ୟା ସୃଷ୍ଟି କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story