ବିମାନରେ ସିଟ୍ ତଳୁ ମିଳିଲା ୧୫ କେଜି ସୁନା, ୨ ଗିରଫ

ଚଣ୍ଡିଗଡ଼: ଦୁବାଇରୁ ଆସି ପଞ୍ଜାବର ଅମୃତସର ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା ଏୟାର ଇଣ୍ଡିଆର ଏକ ବିମାନରୁ ୧୫ କିଲୋଗ୍ରାମର ସୁନା ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୪.୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବିମାନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ମାମଲାରେ ଦୁଇ ଜଣ ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି। ଏହି ଦୁଇଜଣ ଯାତ୍ରୀ ହେଉଛନ୍ତି ତରନ-ତାରନ ଜିଲ୍ଲାର ତରନଜିତ୍ ସିଂ ଓ ତାଙ୍କ ସ୍ତ୍ରୀ ସତାନ୍ଦର କୌର। ବିମାନ […]

gold

gold

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 01:41 PM IST

Sports

Latest News

ଚଣ୍ଡିଗଡ଼: ଦୁବାଇରୁ ଆସି ପଞ୍ଜାବର ଅମୃତସର ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା ଏୟାର ଇଣ୍ଡିଆର ଏକ ବିମାନରୁ ୧୫ କିଲୋଗ୍ରାମର ସୁନା ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୪.୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବିମାନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ମାମଲାରେ ଦୁଇ ଜଣ ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି। ଏହି ଦୁଇଜଣ ଯାତ୍ରୀ ହେଉଛନ୍ତି ତରନ-ତାରନ ଜିଲ୍ଲାର ତରନଜିତ୍ ସିଂ ଓ ତାଙ୍କ ସ୍ତ୍ରୀ ସତାନ୍ଦର କୌର। ବିମାନ ବନ୍ଦରର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିମାନ ଭିତରେ ଏହି ଯାତ୍ରୀ ଦ୍ୱୟଙ୍କ ସିଟ୍ ତଳୁ ଏହି ସୁନା ଜବତ କରାଯାଇଛି।

କୌଣସି ସୂତ୍ରରୁ ସୂଚନା ପାଇ ସୀମା ଶୁଳ୍କ ଓ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏହି ସୁନା ଜବତ କରାଯାଇଥିଲା। ଏ ନେଇ ସୀମା ଶୁଳ୍କ ବିଭାଗ ଏକ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos