ଜୀବନ୍ତ ଧରାପଡ଼ିଲେ ୨ ଜୈଶ ଆତଙ୍କୀ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ବଡ଼ ସଫଳତା ମିଳିଛି। ଭାରତରେ ଆତଙ୍କରାଜ କରିବାକୁ ଆସିଥିବା ୨ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଜୀବନ୍ତ କାବୁ କରିଛନ୍ତି। ଏହି ଦୁଇ ଜଣ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଠାବ ହୋଇଛି। ବାନ୍ଦିପୋରା ପୁଲିସ୍‌ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ କିଛି ବେଆଇନ କାର୍ଯ୍ୟକଳାପ ଚାଲିଥିବା ଖବର ପାଇଥିଲା। ଏଠାରେ ୨ ଜଣ ଯୁବକ ଯୁବଗୋଷ୍ଠୀଙ୍କୁ ଭୁଲ ତଥ୍ୟ ଦେଇ […]

ct

Hemant Lenka
  • Published: Tuesday, 02 February 2021
  • , Updated: 02 February 2021, 04:18 PM IST

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ବଡ଼ ସଫଳତା ମିଳିଛି। ଭାରତରେ ଆତଙ୍କରାଜ କରିବାକୁ ଆସିଥିବା ୨ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଜୀବନ୍ତ କାବୁ କରିଛନ୍ତି। ଏହି ଦୁଇ ଜଣ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଠାବ ହୋଇଛି।

ବାନ୍ଦିପୋରା ପୁଲିସ୍‌ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ କିଛି ବେଆଇନ କାର୍ଯ୍ୟକଳାପ ଚାଲିଥିବା ଖବର ପାଇଥିଲା। ଏଠାରେ ୨ ଜଣ ଯୁବକ ଯୁବଗୋଷ୍ଠୀଙ୍କୁ ଭୁଲ ତଥ୍ୟ ଦେଇ ଦେଶ ବିରୋଧରେ ଉସକାଉଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଆକ୍ସନ ମୋଡକୁ ଚାଲି ଆସିଥିଲେ।

ପୁଲିସ୍‌ ସହ ୧୩ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ସର୍ଚ୍ଚ ଅପରେସନ କରି ଉଲାର ଭାନଟେଜ ପାର୍କ ଅରଗାମ ବିପିଆର ଅଞ୍ଚଳରୁ ଅବଦୁଲ ମଜୀଦ ଖାନକୁ ଗିରଫ କରିଥିଲେ। ଅବଦୁଲର ଘର ବାନ୍ଦିପୋରାର କର୍ଲାପୋରାରେ ବୋଲି ଜଣାପଡ଼ିଛି। ତା’ ଠାରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ହ୍ୟାଣ୍ଡ ଗ୍ରେନେଡ ଓ ୧୦ ରାଉଣ୍ଡ ଗୁଳି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା।


ତା’କୁ ଜେରା କରିବା ବେଳେ ସେ ଜୈଶର ହ୍ୟାଣ୍ଡଲରମାନଙ୍କ ଯୋଗାଯୋଗରେ ରହିଥିବା ସ୍ୱୀକାର କରିଥିଲା। ଯୁବ ଗୋଷ୍ଠୀଙ୍କୁ ଭାରତ ବିରୋଧରେ ଉସକାଇବା ହିଁ ଅବଦୁଲର ମୂଳ କାମ ଥିଲା। ସେହିପରି ତା’ ସହ ସୋପରରେ ରହୁଥିବା ସୌକତ ଅହମଦ ମାଲିକର ମଧ୍ୟ ଭାରତ ବିରୋଧୀ କାର୍ଯ୍ୟ କରୁଥିବା ସୂଚନା ଦେଇଥିଲା।

ସୌକତକୁ ଧରିବା ପାଇଁ ସ୍ଥାନୀୟ ପୁଲିସ୍‌ ସହ ୫୨ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ସୋପରର ସଂଗ୍ରାମା ଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୌକତ ଧରାପଡ଼ିଥିଲା। ତା’ଠାରୁ ସୁରକ୍ଷାକର୍ମୀମାନେ ଗୋଟିଏ ପିସ୍ତଲ, ୫ଟି ଜୀବନ୍ତ ହ୍ୟାଣ୍ଡ ଗ୍ରେନେଡ ଓ ୨୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛନ୍ତି। ପୁଲିସ୍‌ ଏଫଆଇଆର ରୁଜୁ କରି ଏବେ ଘଟଣାର ଅଧିକ ତଦନ୍ତ କରୁଛି।

Related story