ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା, ଲସ୍କର କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପୁଲୱାମା ସେକ୍ଟର ଲିଟିର୍ ଗାଁରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କମାଣ୍ଡର ଅଛି। ତା’ ନାଁ ୱସୀମ ଅହମଦ ଶାହ। ମୃତ ଅନ୍ୟ ଆତଙ୍କବାଦୀର ନାଁ ନିସାର ଅହମଦ ମୀର। ମିଳିଥିବା ସୂଚନା ମୁତାବକ, ଲିଟ୍ଟେର ଗାଁରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ କରିଥିଲେ ସୁରକ୍ଷାକର୍ମୀ। ଏହି ସମୟରେ ସେମାନଙ୍କ ଉପରକୁ ଗୁଳି […]

jammu

jammu

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 10:27 AM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପୁଲୱାମା ସେକ୍ଟର ଲିଟିର୍ ଗାଁରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କମାଣ୍ଡର ଅଛି। ତା’ ନାଁ ୱସୀମ ଅହମଦ ଶାହ। ମୃତ ଅନ୍ୟ ଆତଙ୍କବାଦୀର ନାଁ ନିସାର ଅହମଦ ମୀର।

ମିଳିଥିବା ସୂଚନା ମୁତାବକ, ଲିଟ୍ଟେର ଗାଁରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ କରିଥିଲେ ସୁରକ୍ଷାକର୍ମୀ। ଏହି ସମୟରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଯବାନମାନେ ଏହାର ଦୃଢ଼ ଜବାବ ଦେଇଥିଲେ। ଏଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ଏକେ-୪୭, ଗୋଟିଏ ଏକେ-୫୬ ଏବଂ ୬ ରାଉଣ୍ଡ ଗୁଳି ଜବତ କରାଯାଇଛି। ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଜମ୍ମୁ ଓ କାଶ୍ମୀରର ବନ୍ଧୀପୁରାରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଗୁଳିବିନିମୟରେ ଭାରତୀୟ ବାୟୁସେନାର ଦୁଇ ଜଣ ଗରୁଡ଼ କମାଣ୍ଡର ସହିଦ ହୋଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos