ଗୃହରେ ଉଦ୍ଧବ ସରକାର ପାସ୍

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲା ମହା ବିକାଶ ଅଘାଡି। ଆସ୍ଥା ଭୋଟ ବେଳେ ୨୮୮ ବିଧାୟକଙ୍କ ମଧ୍ୟରୁ ବିଜେପିର ୧୦୫ ବିଧାୟକ କକ୍ଷ ତ୍ୟାଗ କରିଥିବା ବେଳେ ୪ ବିଧାୟକ ଗୃହରେ ଉପସ୍ଥିତ ଥାଇ ଭୋଟ ଦାନରୁ ବିରତ ଥିଲେ। ଉଦ୍ଧବ ସରକାରଙ୍କ ସପକ୍ଷରେ ୧୬୯ଟି ଭୋଟ୍ ପଡ଼ିଥିଲା। ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ ପ୍ରଥମେ ଗାନ କରାନଯାଇ ବିଧାନସଭା ଆରମ୍ଭ କରିଥିବାରୁ ବିରୋଧୀ ସରକାର ବିରୋଧରେ ନାରାବାଜି କରିଥିଲେ। ଏହି ସମୟରେ ଉଦ୍ଧବ […]

udhav (1)

Subhransu Sekhar
  • Published: Saturday, 30 November 2019
  • , Updated: 30 November 2019, 03:39 PM IST

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲା ମହା ବିକାଶ ଅଘାଡି। ଆସ୍ଥା ଭୋଟ ବେଳେ ୨୮୮ ବିଧାୟକଙ୍କ ମଧ୍ୟରୁ ବିଜେପିର ୧୦୫ ବିଧାୟକ କକ୍ଷ ତ୍ୟାଗ କରିଥିବା ବେଳେ ୪ ବିଧାୟକ ଗୃହରେ ଉପସ୍ଥିତ ଥାଇ ଭୋଟ ଦାନରୁ ବିରତ ଥିଲେ। ଉଦ୍ଧବ ସରକାରଙ୍କ ସପକ୍ଷରେ ୧୬୯ଟି ଭୋଟ୍ ପଡ଼ିଥିଲା।

ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ ପ୍ରଥମେ ଗାନ କରାନଯାଇ ବିଧାନସଭା ଆରମ୍ଭ କରିଥିବାରୁ ବିରୋଧୀ ସରକାର ବିରୋଧରେ ନାରାବାଜି କରିଥିଲେ। ଏହି ସମୟରେ ଉଦ୍ଧବ ଠାକରେ ଗୃହରେ ମନ୍ତ୍ରୀମାନଙ୍କୁ ପରିଚୟ କରାଇଥିଲେ। ବିରୋଧୀ କିନ୍ତୁ କକ୍ଷ ତ୍ୟାଗ କରିଥିଲେ। ବାହାରେ ମହା ବିକାଶ ଅଘାଡି ସରକାର ବିରୋଧରେ ନାରାବାଜି କରିଥିଲେ ବିଜେପି ବିଧାୟକ। 'ଚଳିବ ନାହିଁ, ଚଳିବ ନାହିଁ, ଦାଦାଗିରି ଚଳିବ ନାହିଁ' ବୋଲି ବିରୋଧୀ ନାରା ଦେଇଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ଦେବେନ୍ଦ୍ର ଫଡନାବିସ କହିଥିଲେ, ଅସ୍ଥାୟୀ ବାଚସ୍ପତି ବଦଳି କରିବା ପ୍ରକ୍ରିୟା ଭୁଲ୍। ମନ୍ତ୍ରୀମାନେ ଭୁଲ ଶୈଳୀରେ ଶପଥ ନେଇଛନ୍ତି ବୋଲି ଫଡନାବିସ କହିଥିଲେ। ମନ୍ତ୍ରୀମାନେ ଶପଥ ନେବା ବେଳେ ସୋନିଆ ଗାନ୍ଧି, ବାଲା ସାହେବ ଠାକରେଙ୍କ ନାମ ନେଇ ଶପଥ ନେଇଥିଲେ। ଏହା ଭୁଲ ପ୍ରକ୍ରିୟା ବୋଲି ସେ କହିଥିଲେ। ସ୍ଥାୟୀ ବାଚସ୍ପତି ଗୃହରେ ବହୁମତ ପରୀକ୍ଷା କରାନ୍ତି। ହେଲେ ଅସ୍ଥାୟୀ ବାଚସ୍ପତି ଗୃହରେ ବହୁମତ ପରୀକ୍ଷା କରିବା ଭୁଲ୍। ଏ ନେଇ ରାଜ୍ୟପାଳଙ୍କ ନିକଟରେ ବିଜେପି ଅଭିଯୋଗ କରିବ ବୋଲି ସେ କହିଛନ୍ତି। 

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟପାଳ ଭଗତ ସଂହ କୋଶିଆରୀ ପ୍ରଥମେ ବିଜେପି ବିଧାୟକ କାଳିଦାସ କୋଲାମ୍ୱକରଙ୍କୁ ଅସ୍ଥାୟୀ ବାଚସ୍ପତି ଭାବରେ ମନୋନୀତ କରିଥିଲେ। ସମସ୍ତ ବିଧାୟକଙ୍କୁ ମଧ୍ୟ ସେ ଶପଥ ପାଠ କରାଇଥିଲେ। ହେଲେ ମହା ବିକାଶ ଅଘାଡି ସରକାର ଶପଥ ନେବା ପରେ ଆସ୍ଥା ଭୋଟ ବେଳକୁ ଏନସିପି ବିଧାୟକ ଦିଲ୍ଲୀପ ଓ୍ୱାଲଶେଙ୍କୁ ଅସ୍ଥାୟୀ ବାଚସ୍ପତି ଭାବରେ ରାଜ୍ୟପାଳ ନିଯୁକ୍ତି ଦେଇଥିଲେ।

ଗୃହ ଆରମ୍ଭ ମାତ୍ରେ କଂଗ୍ରେସ ବିଧାୟକ ଅଶୋକ ଚୌହ୍ୱାନ ସରକାରଙ୍କ ନାମରେ ବିଶ୍ୱାସ ପ୍ରସ୍ତାବ ଆଣିଥିଲେ। ଏହାପରେ ଏନସିପି ବିଧାୟକ ନବାବ ମଲିକ ଏବଂ ଶିବସେନାର ସୁନୀଲ ପ୍ରଭୁ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ବିଶ୍ୱାସ ପ୍ରସ୍ତାବ ନେଇ ସମସ୍ତଙ୍କ ରାୟ ଲୋଡ଼ାଯାଇଥିଲା ଏହାପରେ ଗଣତି ଆରମ୍ଭ ହୋଇଥିଲା।

Related story