ଗୋଟିଏ ବୋତଲ ବିୟର ପାଇଁ ୭୨ ଲକ୍ଷ ଟଙ୍କା ଗଣିଲେ ସାମ୍ବାଦିକ

ଲଣ୍ଡନ୍‌: ଆଜିର ସବୁଠାରୁ ଅଜବ ଖବର ଆସି ପହଞ୍ଚିଛି ବ୍ରିଟେନ୍‌ରୁ। ଗୋଟିଏ ବୋତଲ ବିୟର ପାଇଁ ଜଣେ ସାମ୍ବାଦିକ ୯୯,୯୮୩.୬୪ ଡଲାର ବା ଭାରତୀୟ ମୂଲ୍ୟରେ ୭୧,୭୦,୨୨୬ ଟଙ୍କା ଗଣିଛନ୍ତି। ମଞ୍ଚେଷ୍ଟରର ଏକ ହୋଟେଲରେ ଏପରି ବୃହତ୍‌ ପରିମାଣର ଅର୍ଥ ବ୍ୟୟ କରିଥିବା ଏହି ବ୍ୟକ୍ତି ତାଙ୍କ ସଂସ୍ଥା ପାଇଁ କ୍ରିକେଟ୍‌ ଓ ବିୟର ବାବଦରେ ଲେଖାଲେଖି କରିଥା’ନ୍ତି। ସେ ତାଙ୍କର ଏହି ଦୁଃଖଦ କାହାଣୀ ଟ୍ୱିଟର ଯୋଗେ ବଖାଣିଛନ୍ତି। ସେ ଏହି ବିୟରର ଫଟୋ ଛାଡ଼ିବା […]

beer

Subrat Kumar Nayak
  • Published: Friday, 06 September 2019
  • , Updated: 06 September 2019, 08:00 PM IST

ଲଣ୍ଡନ୍‌: ଆଜିର ସବୁଠାରୁ ଅଜବ ଖବର ଆସି ପହଞ୍ଚିଛି ବ୍ରିଟେନ୍‌ରୁ। ଗୋଟିଏ ବୋତଲ ବିୟର ପାଇଁ ଜଣେ ସାମ୍ବାଦିକ ୯୯,୯୮୩.୬୪ ଡଲାର ବା ଭାରତୀୟ ମୂଲ୍ୟରେ ୭୧,୭୦,୨୨୬ ଟଙ୍କା ଗଣିଛନ୍ତି। ମଞ୍ଚେଷ୍ଟରର ଏକ ହୋଟେଲରେ ଏପରି ବୃହତ୍‌ ପରିମାଣର ଅର୍ଥ ବ୍ୟୟ କରିଥିବା ଏହି ବ୍ୟକ୍ତି ତାଙ୍କ ସଂସ୍ଥା ପାଇଁ କ୍ରିକେଟ୍‌ ଓ ବିୟର ବାବଦରେ ଲେଖାଲେଖି କରିଥା’ନ୍ତି।

ସେ ତାଙ୍କର ଏହି ଦୁଃଖଦ କାହାଣୀ ଟ୍ୱିଟର ଯୋଗେ ବଖାଣିଛନ୍ତି। ସେ ଏହି ବିୟରର ଫଟୋ ଛାଡ଼ିବା ସହ ଲେଖିଛନ୍ତି, ଏହି ବିୟରକୁ ଦେଖୁଛନ୍ତି? ଏହା ଇତିହାସର ସବୁଠାରୁ ଦାମୀ ବିୟର। ମୁଁ ଏଥିପାଇଁ ୯୯,୯୮୩.୬୪ ଡଲାର ଗଣିଲି।

ଏହି ଘଟଣା ରାହୁଲ ବୋଷଙ୍କ କଥା ମନେ ପକାଇ ଦେଇଛି। ସେ ମାତ୍ର ୨ଟି କଦଳୀ ପାଇଁ ୪୪୨ ଟଙ୍କା ଗଣିଥିଲେ। ଏହାପରେ ଏହି ଘୋଣା ସୋଶାଲ ମିଡିଆରେ ଚର୍ଚ୍ଚିତ ହୋଇଥିଲା। ସେ ପୂରା ଘଟଣା କିଛି ଟ୍ୱିଟ୍‌ରେ ବଖାଣିଛନ୍ତି। ସେ ଜଣେ ବାର ଟେଣ୍ଡରଙ୍କ ପରାମର୍ଶ ମାଗିବା ପରେ ଏମିତି ହୋଇଥିବା ଜଣାପଡ଼ିଛି। ତେବେ ପ୍ରଥମେ ଏତେ ପରିମାଣର ଅର୍ଥ ଦେବାକୁ ପଡ଼ିବ ଜାଣି ସେ ଅଭିଯୋଗ କରିଥିଲେ।

କର୍ତ୍ତୃପକ୍ଷ କହିଥିଲେ, ବ୍ୟାଙ୍କ ସହ ଆଲୋଚନା କରି ସମାଧାନ କରାଯିବ। କିନ୍ତୁ ପରେ ତାଙ୍କ ପତ୍ନୀ କହିଥିଲେ ଏହି ବିୟରର ଦାମ୍‌ ସହ ଅତିରିକ୍ତ ୧,୭୯,୨୮୮ ଟଙ୍କା କଟିଯାଇଛି। ପରେ ହୋଟେଲ ପକ୍ଷରୁ କୁହାଯାଇଛି, ଆମେ ତଦନ୍ତ ଆରମ୍ଭ କରିଛୁ। ଏମିତି କେଉଁ ପରିସ୍ଥିତିରେ ଘଟିଲା ଜାଣିବାକୁ ଚାହୁଁଛୁ। ଆମେ ଏହି ସାମ୍ବାଦିକଙ୍କ ସହ ଯୋଗାଯୋଗ କରି କ୍ଷମା ମାଗିବା ସହ ସମାଧାନ କରିବୁ।

Related story